LIVE TV

ମହଙ୍ଗା ପଡ଼ିଲା ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା, ବନ୍ଧା ହେଲେ ଯୁବକ

NEWS7
tiger-giraf-in-chhatisgarh

ଦିଗପହଣ୍ଡି ୧୯।୧୦ : ମହଙ୍ଗା ପଡିଲା ଇନ୍‌ଷ୍ଟାଗ୍ରାମରେ ଖଣ୍ଡା ବୁଲାଇ ଧମକ ଦେବା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗାଁର ସୁଶାନ୍ତ ଗୌଡ଼ ଓରଫ ମହାଙ୍କୁଡ଼ଙ୍କୁ ପୋଲିସ ଗିରଫ କରିଛି । ମୋବାଇଲ ସହ ଖଣ୍ଡା ଜବତ ।

ଖବର ଅନୁଯାୟୀ, ସୁଶାନ୍ତ ତାଙ୍କ ଗାଁରେ କୌଣସି ୩ ଜଣ ବ୍ୟକ୍ତିଙ୍କୁ ହତ୍ୟା ଧମକ ଦେଇ ଇନ୍‌ଷ୍ଟାଗ୍ରାମରେ ଖଣ୍ଡା ବୁଲାଇଥିଲେ । ଏପିରିକି ତାଙ୍କ ମୁଣ୍ଡ ନେବାକୁ ମଧ୍ୟ ଭିଡ଼ିଓରେ ଧମକ ଦେଇଥିଲେ ।  ପରେ ଏହି ଭିଡ଼ିଓଟି ସୋସିଆଲ୍‌ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଥିଲା । ଯାହାପରେ ପୋଲିସ ଆକ୍ସନ ନେଇ ସୁଶାନ୍ତଙ୍କୁ ଗିରଫ କରିଛି । ଏହାସହିତ ସୁଶାନ୍ତଙ୍କ ନିକଟରୁ ଏକ ଖଣ୍ଡା ଓ ତାଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରିଛି ।