Live Live
LIVE

ନୂଆ କରି ଆସିଲା ରିଙ୍ଗଟେଲ ଲେମୁର, ଦେଖିବାକୁ ଲାଗିବ ଭିଡ଼

NEWS7
ticket-selling-will-start-in-counter-from-19th-dec

ବାରଙ୍ଗ ୧୧।୩: ନନ୍ଦନକାନନ ପାଇଁ ଖୁସି ଖବର । ଯାଇଥିଲେ ପୁରୁଣା, ଆସିଲେ ନୂଆ । ୧୫ ବଦଳରେ ଆସିଲେ ୧୧ । ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼ । ସଂଗରୋଧରେ ରହିବା ପରେ ଛଡ଼ାଯିବ ଖୁଆଡ଼ରେ । କର୍ତ୍ତୃପକ୍ଷଙ୍କ ଖୁସି କହିଲେ ନସରେ । ପର୍ଯ୍ୟଟକଙ୍କ ମଧ୍ୟରେ ରହିଛି ବେଶ୍ ଉତ୍କଣ୍ଠା । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶୋଭା ବଢ଼ାଇବ ରିଙ୍ଗଟେଲ ଲେମୁର । ନୂଆ କରି ରିଙ୍ଗଟେଲ ଲେମୁରକୁ ଦେଖିବାକୁ ପାଇବେ ପର୍ଯ୍ୟଟକ ।

ଆସିଲେ ୫ ପ୍ରଜାତିର ୧୧ ଜୀବଜନ୍ତୁ :

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି । ଏଥିରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବଳିଆ କୁକୁର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରିଙ୍ଗଟେଲ ଲେମୁର, ଗୋଟିଏ ଅଣ୍ଡିରା କୁକାଟୁଆ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ନୀଳଗାଈ ଓ ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ବନେଟ ମାଙ୍କଡ଼ ଆସିଛନ୍ତି । ବୁଧବାର ଭୋରରୁ ଏହି ଜୀବଜନ୍ତୁ ମାନେ ଆସି ନନ୍ଦନକାନନରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା କରାଯିବା ପରେ ପ୍ରାଣୀ ଉଦ୍ୟାନର ସଂଗରୋଧ ଗୃହରେ ରଖାଯାଇଛି । ୧୫ରୁ ୩୦ ଦିନ ରହିବା ପରେ ସେମାନଙ୍କୁ ଖୁଆଡରେ ଛଡ଼ାଯିବ ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଡର : ରିସୋର୍ଟ ପଲିଟିକ୍ସ, ରାଜ୍ୟ ବାହାରକୁ ଯିବେ ବିଜେଡି, କଂଗ୍ରେସ ବିଧାୟକ !

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବିଶାଖାପାଟଣା ଇନ୍ଦିରାଗାନ୍ଧୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜନ୍ତୁ ଅଦଳବଦଳ କରିବା ଦ୍ଵାରା ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ବଦଳିବା ସହିତ ମୃତ୍ୟୁହାର କମିପାରିବ । ଏଥିପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଥିଲେ । ଅଦଳ ବଦଳ ପ୍ରକ୍ରିୟା ଯୋଗୁଁ ପର୍ଯ୍ୟଟକ ନୂଆ ଜନ୍ତୁ ଭାବରେ ରିଙ୍ଗଟେଲ ଲେମୁର ଦେଖିପାରିବେ ।

ଯାଇଥିଲେ ୫ ପ୍ରଜାତିର ୧୫ ଜୀବଜନ୍ତୁ :

ଉଲ୍ଲେଖଯୋଗ୍ୟ ଯେ, ଗତ ୭ ତାରିଖରେ ନନ୍ଦନକାନନରୁ ୫ ପ୍ରଜାତିର ୧୫ ଜୀବଜନ୍ତୁ ବିଶାଖାପାଟଣା ଇନ୍ଦିରାଗାନ୍ଧୀ ଚିଡ଼ିଆଖାନା ଯାଇଥିଲେ । ସେଥିରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ବାରାସିଙ୍ଗା, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଚଉସିଂଙ୍ଗା, ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ଗୁରାଣ୍ଡି, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଘଡିଆଳ କୁମ୍ଭୀର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଆସାମୀ ମାଙ୍କଡ଼ ଯାଇଥିଲେ ।