୧୯ ଭାରତୀୟଙ୍କୁ ଗିରଫ କଲା UAE, ଇରାନକୁ ସମର୍ଥନ କରି ଭାଇରାଲ କରୁଥିଲେ ଭିଡିଓ

NEWS7
three-year-jail-for-offensive-social-media-posts-in-kerala

ଦୁବାଇ, ୧୬ /୦୩: ୟୁଏଇର ବଡ ଆକ୍ସନ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ୍ କରି ବନ୍ଧା ହେଲେ ୩୯। ଗିରଫଙ୍କ ମଧ୍ୟରେ ୧୯ ଭାରତୀୟ ଥିବା ସୂଚନା । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସୋସିଆଲ ମିଡିଆରେ କିଛି ଫେକ୍ ଏବଂ ସମ୍ବେଦନଶୀଳ ଭିଡିଓ ପୋଷ୍ଟ୍ କରିବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି ।

ୟୁଏଇ ଅଧିକାରୀଙ୍କ କହିବାନୁସାରେ, ଗତ ଫେବ୍ରୁଆରୀ ୨୮ରୁ ମଧ୍ୟପ୍ରାଚ୍ୟ ଅଶାନ୍ତ ରହିଛି । ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହା ମଧ୍ୟରୁ ଅନେକ ମିଛ ଏବଂ ଫେକ୍ ଭିଡିଓ । ଯାହାକୁ ଜାଣିଶୁଣି ପ୍ରସ୍ତୁତ କରାଯାଇଛି । କିଛି ବ୍ୟକ୍ତି ବିଭିନ୍ନ ପ୍ଲାଟଫର୍ମରେ ଏପରି ଅନେକ ଫେକ୍ ଭିଡିଓକୁ ଭାଇରାଲ କରୁଛନ୍ତି ।

ଏହି ଘଟଣାରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଥମେ୨୫ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ୧୭ଜଣ ଭାରତୀୟ ରହିଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ୧୦ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ରହିଛନ୍ତି ।

ୟୁଏଇ ଆଟର୍ଣ୍ଣି ଜେନେରାଲ ହମାଦ୍ ସୈଫ ଅଲ୍ ସାମସ୍ କହିଛନ୍ତି ଯେ, ଡିଜିଟାଲ ପ୍ଲାଟଫର୍ମ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । କିଛି ବ୍ୟକ୍ତି ମିଛ ସୂଚନା ଦେଉଛନ୍ତି । ଫେକ୍ ଭିଡିଓ ପୋଷ୍ଟ୍ କରୁଛନ୍ତି । ଏହାଦ୍ୱାରା ସେମାନେ ଶାନ୍ତିଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । କିଛି ବ୍ୟକ୍ତି ସଠିକ୍ ଭିଡିଓ ପୋଷ୍ଟ କରୁଛନ୍ତି । ଯାହା ଦ୍ୱାରା ସାଧାରଣ ଲୋକେ ଭୟଭୀତ ହେଉଛନ୍ତି । ଏପରି ଭିଡିଓ ପୋଷ୍ଟ କରୁଥିବା୧୦ଜଣଙ୍କୁ ଗିରଫ କରାଯାଇଛି ।

ସେହିପରିଜଣ ବ୍ୟକ୍ତି ଫେସବୁକରେ ଏଆଇ ଭିଡିଓ ପୋଷ୍ଟ୍ କରିଥିଲେ । ବାହାର ଦେଶର ଘଟଣାକୁ ନିଜ ଦେଶର କହି ସେୟାର କରୁଥିଲେ । ଯାହା ଜନତାଙ୍କୁ ମିଛ ସୂଚନା ଦେଉଛି । ଅନ୍ୟ ଦିଗରେ ୬ ଜଣ ଇରାନକୁ ସମର୍ଥନ କଲା ଭଳି ଭିଡିଓ ସେୟାର କରିଛନ୍ତି । ସେମାନେ ଇରାନ ତଥା ଏହାର ନେତାଙ୍କୁ ପ୍ରଶଂସା କରିଛନ୍ତି । ଏସମସ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାରତ, ଚାଇନା, ପାକିସ୍ତାନ ଏବଂ ନେପାଳ ଭଳି ଦେଶର ନାଗରିକ ମଧ୍ୟ ରହିଛନ୍ତି । 

ସୂଚନାଯୋଗ୍ୟ, ୟୁଏଇରେ ଏହି ଘଟଣା ପାଇଁ ଏକ ବର୍ଷର ଜେଲ୍ ଦଣ୍ଡ ଏବଂ ଏକ ଲକ୍ଷ ୟୁଏଇ କରେନ୍ସିର ଜରିମନା ଦେବାକୁ ହୋଇଥାଏ । ଜରିମନା ନଦେଇ ପାରିଲେ ଦୋଷୀମାନେ ଅତିରିକ୍ତ ଜେଲଦଣ୍ଡ ଭୋଗିଥାନ୍ତି ।