LIVE TV

OMC ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ, ସଚ୍ଚୋଟତାର ପ୍ରତିଜ୍ଞା ନେଲେ ଅଧିକାରୀ- କର୍ମଚାରୀ

NEWS7
three-sluice-gate-of-hirakud-dam-closed

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ ବା ଓଏମସିରେ ପାଳନ ହେଉଛି ଭିଜିଲାନ୍ସ ସଚେତନତା ସପ୍ତାହ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଥିମ୍ ରହିଛି ‘‘ଭିଜିଲାନ୍ସ: ଆମର ସହଭାଗୀ ଦାୟିତ୍ୱ’’ । ଅକ୍ଟୋବର ୨୭ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହା ପାଳନ କରାଯିବ।

ଏହି କ୍ରମରେ ସୋମବାର ପରିଚାଳନା ନିର୍ଦ୍ଦେଶକ ଆଇଏଏସ ସୁଧାଂଶୁ ମୋହନ ସାମଲ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ସଚ୍ଚେଟତାର ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ଓଏମସିର ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି, ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ଆଲୋକ କୁମାର ପାଲ, ଅର୍ଥ ନିର୍ଦ୍ଦେଶକ ବାନା ବିହାରୀ ପାଣି, ସହିତ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଡି.କେ. ନନ୍ଦ, OAS (SAG) ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ବିଭିନ୍ନ ଜିଲ୍ଲାରେ ଥିବା ଓଏମସିର ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଖଣିରେ ଥିବା କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସଚ୍ଚୋଟତାର ଶପଥ ନେଇଥିଲେ। ସମସ୍ତେ ନିଜର ବୃତ୍ତିଗତ ଆଚରଣରେ ସଚ୍ଚୋଟତା, ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧତାର ମୂଲ୍ୟବୋଧକୁ ବଜାୟ ରଖିବା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଏହି ଅବସରରେ, ବଡ଼ବିଲ ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ଭିଜିଲାନ୍ସ ସଚେତନତା ଉପରେ ଏକ ୱାକାଥନ୍ ଆୟୋଜନ କରାଯାଇଥିଲା। ଏହି ପଦକ୍ଷେପର ଲକ୍ଷ୍ୟ ଥିଲା କର୍ମଚାରୀ ଏବଂ ସମାଜ ମଧ୍ୟରେ ନୈତିକ ଅଭ୍ୟାସ, ସ୍ୱଚ୍ଛତା ଏବଂ ସଚ୍ଚୋଟତାକୁ ପ୍ରୋତ୍ସାହିତ କରିବା।

ଓଏମସିର ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କେନ୍ଦ୍ରୀୟ ସତର୍କତା ଆୟୋଗର ଦୁର୍ନୀତି ବିରୁଦ୍ଧରେ ଜନସଚେତନତା ବୃଦ୍ଧି କରିବା ଏବଂ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଗଠନରେ ସାମୂହିକ ଦାୟିତ୍ୱକୁ ଉତ୍ସାହିତ କରିବା ପାଇଁ ଦେଶବ୍ୟାପୀ ଅଭିଯାନ ସହିତ ସମନ୍ୱିତ।