ସୁସ୍ଥ ଅଛନ୍ତି ମୋଜତବା ! ଗୋଡ଼ କଟାଯିବା ଖବର ସତ ନା ମିଛ ? ସ୍ପଷ୍ଟ କଲେ ଇରାନ୍ ବୈଦେଶିକ ମନ୍ତ୍ରୀ

NEWS7
three-service-chiefs-and-defence-minister-nirmala-sitharaman-meeting

ତେହେରାନ, ୧୬ /୦୩: ଇରାନର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନି ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ସେ ଆହତ ହୋଇନାହାନ୍ତି କିମ୍ବା ତାଙ୍କ ଶରୀରରେ କୌଣସି ଆଘାତ ଲାଗି ନାହିଁ । ଇରାନ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି ।

ଏହା ପୂର୍ବରୁ ଖବର ସାମନାକୁ ଆସିଥିଲା ଯେ ଗତ ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲ ସେନାର ମିଳିତ ଆକ୍ରମଣରେ ଇରାନର ତତ୍କାଳୀନ ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମେନି ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ପୁଅ ମୋଜତବା ଗୁରୁତର ଆହତ ହୋଇଥିଲେ । ଏପରିକି ମୋଜତବାଙ୍କ ଗୋଟିଏ ଗୋଡ କାଟିବାକୁ ପଡିଛି ଏବଂ ସେ କୋମାରେ ଅଛନ୍ତି ବୋଲି ଅନ୍ୟ କିଛି ରିପୋର୍ଟରେ ଦାବି କରାଯାଇଥିଲା ।

​​​​​​​ଏହି ଖବରଟି ପଢନ୍ତୁ... ନିର୍ବାଚନ ତାରିଖ ଘୋଷଣା ପରେ ବଦଳିବ ଆଇପିଏଲ ଖେଳସୂଚୀ !ଏହି ରାଜ୍ୟରେ ଖେଳାଯିବନି ମ୍ୟାଚ୍

ଇରାନ୍ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ଏଭଳି ରିପୋର୍ଟକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମୋଜତବା ଆହତ ହୋଇନାହାନ୍ତି କିମ୍ବା ତାଙ୍କର ଗୋଡ କଟାଯାଇନାହିଁ । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଆକ୍ରମଣରେ ମୋଜତବା ଗୁରୁତର ଭାବେ ଆହତ ହୋଇଛନ୍ତି । ତେଣୁ ସାର୍ବଜନୀନ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ରବିବାର ମଧ୍ୟ ଟ୍ରମ୍ପ କହିଛନ୍ତି ଯେ ମୋଜତବା ଜୀବିତ କି ମୃତ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, କେବଳ ମୋଜତବା ନୁହେଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ନେଇ ଖବର ଆସିଥିଲା । ସେ ଜୀବିତ ନଥିବା ଇରାନର କିଛି ନେତା ଦାବି କରିଥିଲେ । ଯାହାପରେ ନିଜେ ନେତାନ୍ୟାହୁ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ହାତରେ କପ୍ ଧରିଥିବା ଏବଂ ନିଜ ଆଙ୍ଗୁଠି ଗଣୁଥିବା ଦେଖିବାକୁ ମିଳିଥିଲା ।