LIVE TV

ଗଛ ଡାଳରେ ଝୁଲୁଛି ୩ଜଣଙ୍କ ମୃତଦେହ , ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସନ୍ଦେହ

NEWS7

ଅନୁଗୁଳ ୩୦।୦୭:  ଗଛରେ ଝୁଲି ରହିଛି ୩ଟି ମୃତଦେହ । ଅନୁଗୁଳ ଡିମିରିକୁଦା ଜଙ୍ଗଲରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଗତକାଲି ଜଣେ ଗାଈ ଚରାଳି ଗାଈ ଚରାଇ ଫେରୁଥିବା ବେଳେ ୩ ଜଣଙ୍କ ମୃତଦେହ ଦେଖିଥିଲେ । ଏନେଇ ସେ ଗାଁ ଲୋକଙ୍କୁ କହିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନାହିଁ । ମୃତକମାନଙ୍କ ମଧ୍ୟରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ ।

{"id":307456,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ କିଛି ଗାଈ ଚରାଳି ଗାଈ ଚରାଇ ଫେରୁଥିବା ବେଳେ ଦୁଇଟି ଗଛରେ ୩ ଜଣ ଝୁଲୁଥିବାର ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରେ ଗୋଟେ ଝିଅ ଆଉ ଦୁଇ ପୁଅ ଅଛନ୍ତି। ଗୋଟିଏ ଗଛରେ ପୁଅ ଆଉ ଝିଅ ଝୁଲୁଥିବା ବେଳେ ଅନ୍ୟ ଏକ ଗଛରେ ଜଣେ ପୁଅ ଝୁଲୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବା ପରେ ଭୟରେ ଗାଈ ଚରାଳି ଗାଁରେ କିଛି କହୁ ନଥିଲା।

ପରେ ସେ ରାତିରେ ଗାଁ ଲୋକଙ୍କ କହିଲା ପରେ ଘଟଣା ବିଷୟରେ ଗାଁରେ ପ୍ରକଟ ହେଲା ପରେ ଘଟଣା ଜଣାପଡ଼ିଛି । କିନ୍ତୁ ପୋଲିସ ପାଖରେ କିଛି ଖବର ପହଁଚି ନାହିଁ। ତେବେ କାହିଁକି ଆଉ କିପରି ଏ ଜଙ୍ଗଲ ଭିତରକୁ ଆସି ରସିରେ ଝୁଲିଲେ ତାହା ସନ୍ଦେହ ଭିତରେ ରହିଛି। ତେବେ ଆଜି ସକାଳୁ କୌଣସି ସୁତ୍ରରୁ ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିଛି। ସାଇଣ୍ଟିଫିକ ଟିମ ପହଁଚିବାକୁ ଅପେକ୍ଷା କରାଯାଇଛି। ତେବେ ଏହି ଘଟଣା ପ୍ରେମ ଜନିତ କାରଣରୁ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।