income tax draft rules 2026: ଆୟକର ନିୟମର ଡ୍ରାଫ୍ଟ ଜାରି କଲେ ସରକାର, ନିୟମ ସଂଖ୍ୟା ୫୧୧ରୁ ୩୩୩କୁ ହ୍ରାସ

NEWS7
three-fake-maoist-arrested-by-narayanpatna-police

ନୂଆଦିଲ୍ଲୀଶନିବାର ଦିନ ଆୟକର ବିଭାଗ "ଆୟକର ନିୟମ,୨୦୨୬"ର ଏକ ନୂଆ ଡ୍ରାଫ୍ଟ ପ୍ରକାଶ କରିଛି। ଏହି ନୂଆ ନିୟମଗୁଡ଼ିକ ଆଗାମୀ ଆର୍ଥିକ ବର୍ଷ,୧ ଏପ୍ରିଲ,୨୦୨୬ରୁ କାର୍ଯ୍ୟକାରୀ ହେବ। ସରକାର ଟିକସ ଦାଖଲ ପ୍ରକ୍ରିୟାକୁ ସରଳ କରିବା ଏବଂ ସାଧାରଣ କରଦାତାଙ୍କ ପାଇଁ ନିୟମଗୁଡ଼ିକୁ ସହଜ କରିବାକୁ ଲକ୍ଷ୍ୟରେ ଏହି ନୂଆ ନିୟମ ଲାଗୁ କରିବେ।

ନୂଆ ପ୍ରସ୍ତାବିତ ଡ୍ରାଫ୍ଟ ନିୟମ ଏବଂ ଫର୍ମ ସଂଖ୍ୟାରେ ମଧ୍ୟ ହ୍ରାସ କରାଯାଇଛି। ଏପର୍ଯ୍ୟନ୍ତ ଲାଗୁଥିବା ଆୟକର ନିୟମ ୧୯୬୨ରେ ମୋଟ ୫୧୧ ନିୟମ ଏବଂ ୩୯୯ ଫର୍ମ ଥିଲା। ନୂଆ ଡ୍ରାଫ୍ଟରେ ଏହାକୁ ମାତ୍ର ୩୩୩ ନିୟମ ଏବଂ ୧୯୦ ଫର୍ମକୁ ହ୍ରାସ କରାଯାଇଛି। ଯେଉଁ ପ୍ରାବଧାନଗୁଡ଼ିକ ଆବଶ୍ୟକ ନଥିଲା ଆୟକର ବିଭାଗ ସେଗୁଡ଼ିକୁ ହଟାଇ ଦେଇଛି। ତା' ସହିତ ପ୍ରାୟ ଏକାପରି କାର୍ଯ୍ୟ କରୁଥିବା ଏକାଧିକ ନିୟମକୁ ଯୋଡ଼ି ଦିଆଯାଇଛି। ଏହା ଟିକସ ବ୍ୟବସ୍ଥାର ଜଟିଳତାକୁ ହ୍ରାସ କରିବ।

ପଢ଼ନ୍ତୁ- india us trade deal: ଆମେରିକା ଠାରୁ ୫୦୦ ବିଲିଅନର କେଉଁ ସବୁ ସାମଗ୍ରୀ ଆମଦାନୀ କରିବା ଭାରତ?

ସାଧାରଣ ଲୋକଙ୍କ ପାଇଁ ସରଳ ଭାଷାରେ ତିଆରି ହେବ ଫର୍ମ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ ଆୟକର ନିୟମ ଏବଂ ଫର୍ମଗୁଡ଼ିକୁ ସରଳ କରାଯିବ, ଯାହା ଦ୍ୱାରା ସାଧାରଣ ନାଗରିକମାନେ ବିନା ଅସୁବିଧାରେ ଏହାର ନିୟମ ପାଳନ କରିପାରିବେ। ନୂଆ ଡ୍ରାଫ୍ଟ ଫର୍ମଗୁଡ଼ିକୁ ପୁନଃ ଡିଜାଇନ୍ କରାଯାଇଛି। ବିଶେଷଜ୍ଞମାନଙ୍କ କହିବା କଥା ହେଲା ପ୍ରଶାସନିକ ଏବଂ ଆଇନଗତ ଜଟିଳତାକୁ ହ୍ରାସ କରିବା ପାଇଁ ଫର୍ମର ଭାଷାକୁ ଅଧିକ ବ୍ୟବହାର-ଅନୁକୂଳ କରାଯାଇଛି। ତାସହିତ ଥିବା ନିର୍ଦ୍ଦେଶାବଳୀକୁ ମଧ୍ୟ ସରଳ କରାଯାଇଛି।

ଡ୍ରାଫ୍ଟ ଉପରେ ଫେବୃଆରୀ ୨୨ ପର୍ଯ୍ୟନ୍ତ ପରାମର୍ଶ ରଖିପାରିବେ ଲୋକେ

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT)ଏହି ଡ୍ରାଫ୍ଟକୁ ସାର୍ବଜନୀନ ଡୋମେନରେ ରଖିଛି। ଜନସାଧାରଣ ଏବଂ ଷ୍ଟେକହୋଲ୍ଡରମାନେ ଏହି ପ୍ରସ୍ତାବଗୁଡ଼ିକ ଉପରେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୨୨ଫେବୃଆରୀ,୨୦୨୬ ପର୍ଯ୍ୟନ୍ତ ସେମାନଙ୍କର ପରାମର୍ଶ ଦାଖଲ କରିପାରିବେ। ଜନସାଧାରଣଙ୍କ ମତାମତ ଲୋଡ଼ିବା ଦ୍ୱାରା ଆଇନ ଅଧିକ ପ୍ରଭାବଶାଳୀ ଏବଂ ସମାବେଶୀ ହେବ ବୋଲି ସରକାରଙ୍କ ବିଶ୍ୱାସ। ନିର୍ଦ୍ଧାରିତ ତାରିଖ ସୁଦ୍ଧା ଆୟକର ନିୟମ ଉପରେ ପରାମର୍ଶ ଆସିଲେ ସେହି ଆଧାରରେ ଚୂଡ଼ାନ୍ତ ନିୟମ ସୂଚିତ କରାଯିବ ବୋଲି ସରକାର କହିଛନ୍ତି।

ନୂଆ ଆୟକର ବିଲ୍ ବିଷୟରେ ୪ଟି ବଡ଼ କଥା

• ଆୟକର ବିଲରେ ଥିବା ଆସେସମେଣ୍ଟ ଇଅରକୁ ଶବ୍ଦକୁ "ଆୟକର ବର୍ଷ" ବୋଲି ବଦଳା ଯାଇଛି। ବିଲର ପୃଷ୍ଠା ୮୨୩ ରୁ ୬୨୨ କୁ ହ୍ରାସ କରାଯାଇଛି। ତଥାପି,ଚ୍ୟାପ୍ଟର ସଂଖ୍ୟା ୨୩ ରେ ରହିଛି। ସେକସନ ସଂଖ୍ୟା ୨୯୮ ରୁ ୫୩୬ କୁ ବୃଦ୍ଧି କରାଯାଇଛି,ଏବଂ ସିଡ୍ୟୁଲ୍ଡ ସଂଖ୍ୟା ମଧ୍ୟ ୧୪ ରୁ ୧୬ କୁ ବୃଦ୍ଧି କରାଯାଇଛି।

• କ୍ରିପ୍ଟୋ ଆସେଟ୍ସକୁ ଯେକୌଣସି ଅପ୍ରକାଶିତ ଆୟର ଅଂଶ ଭାବରେ ଗଣନା କରାଯିବ,ଯେପରି ବର୍ତ୍ତମାନ ନଗଦ,ସୁନା ଏବଂ ଅଳଙ୍କାର ଏଥିରେ ଅନ୍ତର୍ଭୁକ୍ତ ରହିଛି। ଡିଜିଟାଲ୍ କାରବାର ମଧ୍ୟ ସ୍ୱଚ୍ଛ ଏବଂ ଆଇନଗତ ଭାବରେ ପରିଚାଳିତ ହେଉଛି ବୋଲି ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

• ଏହି ବିଲ୍‌ରେ ଏକ ଟ୍ୟାକ୍ସପେୟାର୍ସ ଚାର୍ଟର ସାମିଲ କରାଯାଇଛିଯାହା କରଦାତାଙ୍କ ଅଧିକାରକୁ ସୁରକ୍ଷା ଦେବ ଏବଂ କର ପ୍ରଶାସନକୁ ଅଧିକ ସ୍ୱଚ୍ଛ କରିବ। ଏହି ଚାର୍ଟର କରଦାତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ଏବଂ କର ଅଧିକାରୀଙ୍କ କ୍ଷମତା ଏବଂ ଦାୟିତ୍ୱ ସ୍ପଷ୍ଟ କରିବ।

ଦରମା ସମ୍ବନ୍ଧୀୟ କାଟ,ଯେପରିକି ଷ୍ଟଣ୍ଡାର୍ଡ ଡିଡଷ୍ସନ,ଗ୍ରାଚ୍ୟୁଇଟି ଏବଂ ଲିଭ୍ ଏନକ୍ୟାସମେଣ୍ଟକୁଏବେ ଗୋଟିଏ ସ୍ଥାନରେ ଲିଷ୍ଟେଡ କରାଯାଇଛି। ପୁରୁଣା ଆଇନରେ ଥିବା ଜଟିଳ ବ୍ୟାଖ୍ୟା ଏବଂ ବ୍ୟବସ୍ଥାଗୁଡ଼ିକୁ ହଟାଇ ଦିଆଯାଇଛି,ଯାହା କରଦାତାଙ୍କ ପାଇଁ ବୁଝିବା ସହଜ କରିଥାଏ।

ପଢ଼ନ୍ତୁ- ରେପୋରେଟ୍ ଅପରିବର୍ତ୍ତିତ, ଜିଡିପି ବୃଦ୍ଧି ଉପରେ ଫୋକସ : RBIର ବଡ ନିଷ୍ପତ୍ତି