LIVE TV

ଏବି ଡିଭିଲିୟର୍ସଙ୍କ ସାହାଯ୍ୟ ଲୋଡ଼ିଲେ ସୂର୍ଯ୍ୟକୁମାର ଯାଦବ, ଜାଣନ୍ତୁ କାହିଁକି ?

NEWS7
three-arrested-in-hatya-case-in-koraput-jaypore

ନୂଆଦିଲ୍ଲୀ: ସଂପ୍ରତି ଭାରତୀୟ ଟି-୨୦ ଦଳ ଅଷ୍ଟ୍ରେଲିଆରେ ଟି-୨୦ ସିରିଜ୍ ଖେଳୁଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି। ତୃତୀୟ ଟି-୨୦ ନଭେମ୍ବର ୬ରେ ଖେଳାଯିବ। ଏହା ମ ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ଵୀକାର କରିଛନ୍ତି ଯେ  ସେ ଟି-୨୦ ଓ ଦିନିକିଆ ମଧ୍ୟରେ ଉତ୍ତମ ସମନ୍ଵୟ  ରଖି ପାରୁ ନାହାନ୍ତି। ଏହି କାରଣରୁ ତାଙ୍କୁ ଦିନିକିଆ ଟିମରୁ ବାହାରିବାକୁ ପଡ଼ିଛି। କିନ୍ତୁ ଏବେ ସେ ପୁନର୍ବାର ଦିନିକିଆ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର ଏବି ଡିଭିଲିୟର୍ସଙ୍କ ସହାୟତା ଲୋଡ଼ିଛନ୍ତି।

ସୂର୍ଯ୍ୟକୁମାର ଏକ ସାକ୍ଷାତକାରରେ କହିଛନ୍ତି, କେବେ ବି ଡିଭିଲିୟର୍ସଙ୍କ ସହ ଲମ୍ବା ସମୟ କଥା ହୋଇ ପାରିନି। ଯଦି ସୁଯୋଗ ମିଳେ, ତାଙ୍କଠୁ ଜାଣିବାକୁ ଚାହିଁବି ଯେ ସେ ଟି-୨୦ ଓ ଦିନିକିଆ ମଧ୍ୟରେ କେମିତି ସନ୍ତୁଳନ ରଖିଥିଲେ। ସେ କାହିଁକି ସନ୍ତୁଳନ ରଖି ପାରିଲେ ନାହିଁ । ମୁଁ ଭାବିଲି ଦିନିକିଆକୁ ଟି-୨୦ ପରି ଖେଳିବା ଉଚିତ୍। ମାତ୍ର ଏବେ ମୁଁ ବୁଝି ପାରୁଛି ଯେ, ଦୁଇ ଫର୍ମାଟ୍ ଭିନ୍ନ ଅଟେ। ଏବେ ଯଦି ଆପଣ ମୋ କଥା ଶୁଣୁଛନ୍ତି ତେବେ  ମୋ ସହ ଶୀଘ୍ର ଯୋଗାଯୋଗ କରନ୍ତୁ। କାରଣ ମୋ ପାଇଁ ଆଗାମୀ ତିନି ଚାରି ବର୍ଷ ବହୁତ ଗୁରୁତ୍ଵପୂର୍ଣ୍ଣ। ମୁଁ ଦିନିକିଆ କ୍ରିକେଟ୍ ଖେଳିବାକୁ ଚାହୁଁଛି। ଦୟାକରି ସାହାଯ୍ୟ କରନ୍ତୁ।

ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ୨୦୨୧ରେ ଦିନିକିଆରେ ପଦାର୍ପଣ କରିଥିଲେ। ଶେଷ ଦିନିକିଆ ସେ ୨୦୨୩ ବିଶ୍ଵକପ୍ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଏହା ପରଠୁ ସେ କେବଳ ଟି-୨୦ ମ୍ୟାଚ୍ ଖେଳୁଛନ୍ତି। ଦିନିକିଆରେ ସୂର୍ଯ୍ୟଙ୍କ ପ୍ରଦର୍ଶନ ବହୁତ ନିରାଶଜନକ ରହିଛି। ଅନେକ ଥର ସେ ଖାତା ବି ଖୋଲି ପାରି ନାହାନ୍ତି। ସୂର୍ଯ୍ୟଙ୍କ କହିବା କଥା ଏବି ଡିଭିଲିୟର୍ସ ତିନି ଫର୍ମାଟ୍‌ରେ ସଫଳ ରହିଛନ୍ତି। ତାଙ୍କର ସେହି ଅନୁଭବ ହିଁ ମୋତେ ପୁନର୍ବାର ଦିନିକିଆରେ ସଫଳ କରିପାରେ ବୋଲି ଭାରତୀୟ ଦଳର ଟି-୨୦ ଅଧିନାୟକ କହିଛନ୍ତି।