ସାବାଡ଼ ହେବେ ଠକ ଜମି ଦଲାଲ, କ୍ୟୁଆର କୋଡ୍‌ରେ ସ୍କାନ୍ କଲେ ବାହାରିବ ପଟ୍ଟାର ପୂରା ଇତିହାସ

NEWS7
three-arrested-brownsugar-seized-in-bhadrak

ଭୁବନେଶ୍ବର ୧୨।୨: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଇଲକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍ ପଟ୍ଟା ଆସିବ । ପଟ୍ଟାରେ ଥିବା କ୍ୟୁଆର କୋଡ୍‌ରେ ସ୍କାନ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ । ଏଣିକି ଠକ ମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା ଉପରେ ରୋକ୍ ଲାଗିବ । ଠକାମୀ ଉପାୟରେ ଜମି କିଣାବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ ଆରଆଇଙ୍କ ପାଖକୁ ଯିବ ଖବର । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।