CBSE ଦଶମ ପ୍ରଶ୍ନପତ୍ରକୁ ନେଇ ବିବାଦ ପ୍ରସଙ୍ଗ : ଛାତ୍ରଛାତ୍ରୀଙ୍କୁ ମିଳିପାରେ ଗ୍ରେସ୍ ମାର୍କ୍

NEWS7
this-teen-telivision-actriss-likes-team-india-wicket-keeper-cum-batsman

ନୂଆଦିଲ୍ଲୀ, ୨୫/୦୨: ପରୀକ୍ଷାର୍ଥୀଙ୍କୁ ମିଳିବ କି ଅତିରିକ୍ତ ମାର୍କ୍ ? ଦଶମ ଏବଂ ଦ୍ୱାଦଶ ପରୀକ୍ଷାର ପ୍ରଶ୍ନପତ୍ରରେ ଦେଖାଦେଇଥିବା ଅନିୟମିତତାକୁ ନେଇ ବିବାଦରେ ଫସିଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଗ୍ରେସ୍ ମାର୍କ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ ଅନୁସାରେ, ଚଳିତ ବର୍ଷର ଦଶମ ଶ୍ରେଣୀ ପ୍ରଶ୍ନପତ୍ର ବୋର୍ଡକୁ ଅଡୁଆରେ ପକାଇଥିଲା । ଦଶମ ଗଣିତ ପ୍ରଶ୍ନପତ୍ରରେ କିଛି ସେଟରେ ପ୍ରଶ୍ନ ସହଜ ଥିଲା । ଆଉ କିଛି ସେଟରେ ପ୍ରଶ୍ନ ଅତି କଠିନ ଥିଲା । ଜେଇଇରେ ଯେପରି ପ୍ରଶ୍ନ ଆସେ ସେପରି ପ୍ରଶ୍ନ ଦଶମ ଶ୍ରେଣୀ ପିଲାଙ୍କୁ ପଚରାଯାଇଥିଲା । ଏହି ଘଟଣାରେ ବିବାଦ ଥମି ନଥିବା ବେଳେ ଦ୍ୱାଦଶ ଶ୍ରେଣୀର ଫିଜିକ୍ସ ପେପରରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ପ୍ରଶ୍ନପତ୍ର ଖୁବ୍ କଷ୍ଟ ଏବଂ ସିଲାବସ ବାହାରୁ ଥିଲା ।

ଘଟଣା ପରେ କିଛି ଶିକ୍ଷକ ଜନସ୍ୱାର୍ଥ ମାମଲା ଦାଖଲ କରିବାକୁ ଘୋଷଣା କରିଛନ୍ତି । ସିବିଏସଇର ଏପରି ପ୍ରଶ୍ନ ପିଲାଙ୍କୁ ମାନସିକ ଭାବେ ଆଘାତ ଦେଇଛି । ଏହି କ୍ଷେତ୍ରରେ ବୋର୍ଡ ଗ୍ରେସ୍ ମାର୍କ ପ୍ରଦାନ କରୁ ବୋଲି ଶିକ୍ଷକମାନେ ଦାବି କରୁଛନ୍ତି । ଅନ୍ୟ ଦିଗରେ ଏବେସୁଦ୍ଧା ପ୍ରଶ୍ନପତ୍ରକୁ ନେଇ ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ଆସିନି । ତଥାପି ଗ୍ରେସ୍ ମାର୍କ କିମ୍ବା ମାର୍କ ପ୍ରଦାନରେ କୋହଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏହି ଖବରଟି ପଢନ୍ତୁ... 'ଗମ୍ଭୀରଙ୍କ ପାଖରେ ସବୁ ରୋଗ ପାଇଁ ଗୋଟିଏ ଔଷଧ, କିନ୍ତୁ କିଛି କାମକୁ ନୁହେଁ' ; ବର୍ଷିଲେ ପୂର୍ବତନ କ୍ରିକେଟର୍

ପରୀକ୍ଷା ନିୟନ୍ତ୍ରକଙ୍କ ପ୍ରତିକ୍ରିୟା

ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସନ୍ୟମ୍ ଭରଦ୍ୱାଜ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ୍ ପରୀକ୍ଷା ଦେଇଛନ୍ତି । ପ୍ରାକ୍ଟିକାଲ୍ ପରୀକ୍ଷାରେ ଅନୁପସ୍ଥିତ ଥିଲେ କୌଣସି ଗ୍ରେସ୍ ମିଳିବନି । ଏହା କେବଳ ଥିଓରୀ ପେପର ପାଇଁ ଉପଲବ୍ଧ । ପ୍ରତିବର୍ଷ ଡିସେମ୍ବରରରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୁଏ ।

ଏହାସହ ସେ କହିଛନ୍ତି ଯେ, ପରୀକ୍ଷାରେ ପାସ୍ କରିବାକୁ ୩୩ ପ୍ରତିଶତ ମାର୍କ ଦରକାର । ଏହି ନିୟମ ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ୍ ପେପରରେ ଲାଗୁ ହୋଇଥାଏ । ତେବେ ସିବିଏସଇ ବିବାଦକୁ ନେଇ ସ୍ପଷ୍ଟ ଭାବେ ସେ କିଛି ପ୍ରକାଶ କରିନାହାଁନ୍ତି ।