ଅନ୍ତର୍ଜାତୀୟ ଏୟାରଲାଇନ୍ସ ପିଆଇଏକୁ ବିକ୍ରି କରିବ ପାକିସ୍ତାନ, ନିଲାମୀରେ ସାମିଲ ହେବ ମୁନିରଙ୍କ କମ୍ପାନୀ

NEWS7
this-led-bulb-once-charged-can-run-more-than-6-hours-without-electricity

ଇସଲାମାବାଦ: ଋଣଗ୍ରସ୍ତ ପାକିସ୍ତାନ ଏବେ  ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)କୁ ବିକ୍ରି କରିବ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ଚାପ ପରେ ପାକିସ୍ତାନ ଏଭଳି ପଦକ୍ଷେପ ନେବାକୁ ଯାଉଛି । ଆଇଏଏଫ ପାଖରୁ ଅତ୍ୟଧିକ ଋଣ କରିଛି ପାକିସ୍ତାନ । ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର ଘୋଷଣା କରିଛନ୍ତି ଯେ, ପିଆଇଏ ପାଇଁ ନିଲାମ ଡିସେମ୍ବର ୨୩, ୨୦୨୫ ରେ ହେବ ଏବଂ ସମସ୍ତ ଗଣମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯିବ। ସେ ଏହି ସମ୍ପର୍କରେ ଇସଲାମାବାଦରେ ଯୋଗ୍ୟ ବିଡରଙ୍କ ପ୍ରତିନିଧିମାନଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି। 

ଗତ ୨୦ ବର୍ଷ ମଧ୍ୟରେ ପାକିସ୍ତାନର ଏହା ପ୍ରଥମ ପ୍ରମୁଖ ଘରୋଇକରଣ। ଫୌଜି ସାର କମ୍ପାନୀ ଲିମିଟେଡ୍, ଲକି ସିମେଣ୍ଟ କନସୋର୍ଟିୟମ୍, ଆରିଫ୍ ହବିବ୍ କର୍ପୋରେସନ୍ କନସୋର୍ଟିୟମ୍ ଏବଂ ଏୟାର ବ୍ଲୁ ଲିମିଟେଡ୍ ଏଥିପାଇଁ ବିଡିଂ କରିବେ। ଫୌଜି ସାର ଲିମିଟେଡ ଫୌଜି ଫାଉଣ୍ଡେସନ୍‌ର ଏକ ଅଂଶ । ଏକ ବଡ଼ କର୍ପୋରେଟ୍ ସଂସ୍ଥା ପାଲଟିଛି। ଫୌଜି ଫାଉଣ୍ଡେସନ୍‌ର ବୋର୍ଡରେ  ଫିଲ୍ଡ ମାର୍ଶାଲ୍ ଅସୀମ୍ ମୁନିରଙ୍କ ପ୍ରଭାବ ରହିଛି । 

ମୁନିର କ୍ୱାର୍ଟରମାଷ୍ଟର ଜେନେରାଲ (QMG)ଙ୍କୁ ନିଯୁକ୍ତ କରନ୍ତି । ଯିଏ ଫାଉଣ୍ଡେସନ୍‌ର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡରେ ସାମିଲ ହୁଅନ୍ତି । ପିଆଇଏ ଦୁର୍ନୀତି ଏବଂ କୁପରିଚାଳନା ଦ୍ୱାରା ପ୍ରଭାବିତ । ୨୦୨୦ ମସିହାରେ ପିଆଇଏର ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇଥିଲା । ସେତେବେଳେ ଏହାର ୩୦ ପ୍ରତିଶତରୁ ଅଧିକ ପାଇଲଟଙ୍କ ପାଖରେ ନକଲି ଲାଇସେନ୍ସ ଥିବା ଜଣାପଡିଥିଲା। ସେହି ବର୍ଷ PIA 8303 ଦୁର୍ଘଟଣାରେ ୯୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ମଧ୍ୟ ପିଆଇଏର ଛବିକୁ ଆହୁରି ମଳିନ କରିଥିଲା । 

ତୀବ୍ର ଅନ୍ତର୍ଜାତୀୟ ଚାପ ପରେ, ୨୬୨ ପାଇଲଟଙ୍କୁ ବହିଷ୍କାର କରାଯାଇଥିଲା ଏବଂ ପିଆଇଏର ୟୁରୋପକୁ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ପିଆଇଏର କ୍ଷତି ୨୦୦ ବିଲିୟନ ପାକିସ୍ତାନୀ ଟଙ୍କା ପାର କରିଛି ।  ଆଇଏଏଫ ପାଖରୁ ଋଣ ଗ୍ରହଣ କରିବା ମାମଲାରେ ପଞ୍ଚମ ବୃହତ୍ତମ ଦେଶ । ଆଇଏମଏଫ ସେପ୍ଟେମ୍ବର ୨୦୨୪ ରେ ୭ ବିଲିୟନ ଡଲାର ଋଣ ମଞ୍ଜୁର କରିଥିଲା । ପିଆଇଏର ବିକ୍ରି ଆଇଏମଏଫର ବେଲଆଉଟ୍‌ ପ୍ୟାକେଜ୍‌ର ଏକ ସର୍ତ୍ତ ।  ପିଆଇଏ ବିଡ୍ ଦ୍ୱାରା ୧୫ ପ୍ରତିଶତ ଅର୍ଥ ସରକାରଙ୍କୁ ଦିଆଯିବ, ବାକି ଅଂଶ କମ୍ପାନୀ ନିଜ ପାଖରେ ରଖିବ। ୧୯୫୮ ମସିହାରୁ, ପାକିସ୍ତାନ IMF ଠାରୁ ୨୦ ରୁ ଅଧିକ ଥର ଋଣ ନେଇସାରିଛି ।