'କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲି': ବିଶ୍ୱକପ୍ ଫାଇନାଲ୍ ପରାଜୟ କଥା ମନେପକାଇ ଭାବପ୍ରବଣ ହେଲେ ରୋହିତ

NEWS7
this-actor-acted-in-role-of-jadoo-in-koi-mil-gaya-film

ନୂଆଦିଲ୍ଲୀ: ଦିନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ରୋହିତ ଶର୍ମା। କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ,କିନ୍ତୁ ମନ ବଦଳିଗଲା। ବିଶ୍ୱକପ୍ ଫାଇନାଲ୍ ପରାଜୟ କଥା ମନେପକାଇ ଭାବପ୍ରବଣ ହୋଇଛନ୍ତିପୂର୍ବତନ ଭାରତୀୟ ଦିନିକିଆ ଅଧିନାୟକ ରୋହିତ ଶର୍ମା। ICC ODI ବିଶ୍ୱକପ୍ 2023 ଫାଇନାଲରେ ଭାରତର ପରାଜୟକୁ ତାଙ୍କ କ୍ୟାରିୟରରସବୁଠାରୁଦୁଃଖଦମୁହୂର୍ତ୍ତ ମଧ୍ୟରୁ ଗୋଟିଏକହିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ୍ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା, ଏଇ ରାତି ପୁରା ଟିମକୁ ଦୁଃଖ ଭରିଦେଇଥିଲା।

ହରିୟାଣାର ଗୁରୁଗ୍ରାମରେ ଅନୁଷ୍ଠିତ ମାଷ୍ଟର୍ସ ୟୁନିଅନ୍ ସମାବର୍ତ୍ତନ ଉତ୍ସବରେ ରୋହିତ ଶର୍ମା ଯୋଗଦେଇଥିଲେ। ତାଙ୍କ ମୁହଁରୁ ନିରାଶା ବାରିୁ ହୋଇପଡୁଥିଲା। ବିଶେଷକରି ୨୦୨୨ରେ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ ବିଶ୍ୱକପ୍ ଜିତିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା, ଯାହା ହୋଇପାରିଲାନି। ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ୨୦୨୩ ଦିନିକିଆ ବିଶ୍ୱକପ୍ ଜିତିଥିଲା ଅଷ୍ଟ୍ରେଲିଆ। ଆଉପରାଜୟର ସମ୍ମୁଖୀନ ହୋଇଥିଲା ରୋହିତ ବାହିନୀ

ଏହାକୁ ନେଇ ରୋହିତ କହିଛନ୍ତି- ବିଶ୍ୱକପ୍ ଫାଇନାଲ ପରାଜୟ ପରେ ସେଦିନର ରାତି ନିରାଶା ଭରିଦେଇଥିଲା। ବ୍ୟକ୍ତିଗତ ଭାବରେ ଏହା ମୋ ପାଇଁ ଏକ ବହୁତ କଷ୍ଟକର ସମୟ ଥିଲା କାରଣ ମୁଁ ସେହି ବିଶ୍ୱକପ୍ ପାଇଁ ସବୁକିଛି ଲଗାଇ ଦେଇଥିଲି। କେବଳ କିଛି ମାସ ପୂର୍ବରୁ ନୁହେଁ, ବରଂ ମୁଁ ଅଧିନାୟକ ହେବା ପରଠାରୁ। ମୋର ଏକମାତ୍ର ଲକ୍ଷ୍ୟ ଥିଲା ବିଶ୍ୱକପ୍ ଜିତିବା। ଯେତେବେଳେ ଏହା ଘଟିଲା ନାହିଁ, ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି।"

ମାସ ମାସ ଧରି ଏହା ମୋତେ ଶକ୍ତ ଆଘାତ ଦେଇଥିଲା । ମୋ ଶରୀରରେ କୌଣସି ଶକ୍ତି ନଥିଲା। ମୋତେ ସୁସ୍ଥ ହେବା ଏବଂ ନିଜକୁ ଫେରାଇ ଆଣିବାକୁ କିଛି ମାସ ଲାଗିଗଲା। ଏହାପରେ ତାଙ୍କର ଧ୍ୟାନ୨୦୨୪ T20ବିଶ୍ୱକପ୍ଉପରେ କେନ୍ଦ୍ରିତ କରିଥିଲେ। ଭାରତ ବାରବାଡୋସରେ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ତାଙ୍କ ନେତୃତ୍ୱରେ ବିଶ୍ୱ ବିଜେତା ହୋଇଥିଲା।

ଯେତେବେଳେ ତୁମେ କୌଣସି ଜିନିଷରେ ଏତେ ବିନିଯୋଗ କର ଏବଂ ଫଳାଫଳ ପାଅ ନାହିଁ। ସେତେବେଳେ ସେହି ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ ବୋଲି କହିଛନ୍ତି ରୋହିତ। କିନ୍ତୁ ମୁଁ ଏହା ମଧ୍ୟ ଜାଣିଥିଲି ଯେ ଜୀବନ ସେଠାରେ ଜୀବନ ଶେଷ ହୁଏ ନାହିଁ। ମୋତେ ପୁନଃସେଟ୍ କରିବାକୁ ପଡିବ ଏବଂ ନୂଆ କରି ଆରମ୍ଭ କରିବାକୁ ପଡିବ। ସେହି ମୁହୂର୍ତ୍ତରେ ଏହା ଅତ୍ୟନ୍ତ କଷ୍ଟକରଥିଲା, କିନ୍ତୁ ମୁଁ ଜାଣିଥିଲି ଆଉ ଏକ ସୁଯୋଗ ଆସୁଛି। ମୁଁ ଏହି ଖେଳକୁ କେତେ ଭଲ ପାଏ ଏବଂ କାହିଁକି ମୁଁ ଏହାକୁ ଛାଡି ପାରିବି ନାହିଁ ଏହି ଆତ୍ମ ବିଶ୍ୱାସ ମୋତେ ଆଗକୁ ନେଇଥିଲା।

ରୋହିତ ତାଙ୍କ ବକ୍ତବ୍ୟରେ ସ୍ଥିରତା, ଶୃଙ୍ଖଳା ଏବଂ ଉଦ୍ଦେଶ୍ୟ ବିଷୟରେ କହିଥିଲେ। କ୍ରିକେଟରେ ନେତୃତ୍ୱ ଏବଂ କ୍ଷେତ୍ର ବାହାରେ ଜୀବନ ମଧ୍ୟରେ ସମାନତା କଥା କହିଥିଲେ। ଚ୍ୟାଲେଞ୍ଜକୁ ଭୟ କରିବା ପରିବର୍ତ୍ତେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ, ଜିଜ୍ଞାସୁ ରୁହନ୍ତୁ ଏବଂ ଯାତ୍ରାର ଉପଭୋଗ କରନ୍ତୁ କହିଥିଲେ।