Fatty Liver Warning: ମୁହଁରେ ଦେଖାଯାଉଥିବା ଏହି ୩ ସଂକେତକୁ କରନ୍ତୁନି ଆଣଦେଖା , ନହେଲେ ବଢ଼ିପାରେ ଫ୍ୟାଟି ଲିଭର ବିପଦ

NEWS7
this-56-year-old-promotee-ias-officer-is-the-brain-behind-bhilwara-model-of-fighting-covid19

ନୂଆଦିଲ୍ଲୀ : ଫ୍ୟାଟି ଲିଭର ସମସ୍ୟା ଏବେ ବିଶ୍ୱରେ ଖୁବ୍ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଭିତରୁ ଗୋଟିଏ। ଯାହା ଚୁପ୍ ଚାପ୍ ଶରୀରରକୁ ଆକ୍ରାନ୍ତ କରିଥାଏ। କାହାକୁ ଜଣା ବି ପଡ଼ି ନଥାଏ ଯେ ତାଙ୍କ ଲିଭର ଡ୍ୟାମେଜ୍ ହେଉଛି। ଯେବେ କି ସ୍ଥିତି ଗମ୍ଭୀର ହୋଇଯାଇଥାଏ। ଅଧିକାଂଶ ଲୋକ ଜାଣନ୍ତି ଅଧିକ ମଦ୍ୟପାନ କରିବା ଦ୍ୱାରା ଲିଭର ଖରାପ ହୋଇଯାଇଥାଏ। କିନ୍ତୁ ଫ୍ୟାଟି ଲିଭର କେବଳ ମଦ୍ୟପାନ ପାଇଁ ନୁହେଁ, ବରଂ ମୋଟାପଣ, ଟାଇପ୍-2 ଡାଇବେଟିସ୍ , ହାଇ ବ୍ଲଡ୍ ପ୍ରେସର ଓ ହାଇକୋଲେଷ୍ଟ୍ରୋଲ ଲିଭରରେ ଫ୍ୟାଟ୍ ଜମା କରି ଦେଇଥାଏ। ଏହାକୁ ନନ୍ ଆଲକୋହଲିକ୍ ଫ୍ୟାଟି ଲିଭର ଡିଜିଜ୍ କୁହାଯାଇଥାଏ। ସଠିକ୍ ସମୟରେ ଏହାର ଚିକିତ୍ସା ନହେଲେ ପରବର୍ତ୍ତୀ ସମୟରେ ଏହା ଏକ ବଡ଼ ରୂପ ନେଇପାରେ। ଆଶ୍ଚର୍ଯ୍ୟକର କଥା ହେଉଛି, ଫ୍ୟାଟି ଲିଭରର ଝଲକ ତ୍ୱଚରେ ଦେଖାଯାଇଥାଏ। ହଁ, ଠିକ୍ ଶୁଣିଲେ। ଆପଣଙ୍କ ତ୍ୱଚାରେ କିଛି ଖାସ୍ ସଂକେତ ସୂଚାଇଥାଏ ଆପଣଙ୍କ ଲିଭର ଠିକ୍ ରେ କାମ କରୁଛି ନା ନାହିଁ। ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁସାରେ ଏହାକୁ ଆଦୌ ଅଣଦେଖା କରନ୍ତୁନି।

1. ମୁହଁ ଫୁଲିଯିବା-

ଯେତେବେଳେ ଲିଭର ଠିକ୍ ଭାବରେ କାର୍ଯ୍ୟ କରେ ନାହିଁ, ଶରୀରରେ ପ୍ରୋଟିନ୍ ଏବଂ ତରଳ ପଦାର୍ଥର ସନ୍ତୁଳନ ବିଗିଡ଼ି ଯାଇଥାଏ। ଏହାର ପ୍ରଭାବ ମୁହଁ ଉପରେ ପଡ଼ିଥାଏ। ଅନେକ ସମୟରେ ଆଖି ଏବଂ ଗାଲ ଚାରିପାଖ ଫୁଲି ଯାଇଥାଏ। ଯଦି ତ୍ୱଚାରେ ଏମିତି ବାରମ୍ବାର ଦେଖା ଯାଉଛି, ଆଉ ଏହାର କୌଣସି ସ୍ପଷ୍ଟ କାରଣ ନାହିଁ, ତାହେଲେ ଏହା ଆଲର୍ଜି , କମ୍ ନିଦ, ଲିଭରରେ ଅସୁବିଧା ଯୋଗୁ ଏହି ବିପଦ ଦେଖା ଦେଇଥାଏ।

2. ବେକରେ କଳାଦାଗ-

ଅନେକ ଲୋକଙ୍କୁ ଜଣା ପଡ଼େନି କେତେବେଳେ ତାଙ୍କ ବେକରେ କଳା ଦାଗ ଦେଖା ଯିବା ଆରମ୍ଭ ହୋଇଯାଇଥାଏ। ମେଡିକାଲ୍ ଭାଷାରେ ଏହାକୁ  ଏକେଥୋସିସ୍ ନାଇଗ୍ରିକନ୍ସ କୁହାଯାଇଥାଏ। ଏହି ସମସ୍ୟା ସେ ସମୟରେ ହୋଇଥାଏ ଯେତେବେଳେ ଶରୀରର ଇନସୁଲିନ୍ ବଢ଼ିଯାଇଥାଏ। ଇନସୁଲିନ୍ ପ୍ରତିରୋଧ, ଶରୀରର ଇନସୁଲିନ୍ ସଠିକ୍ ଭାବରେ ବ୍ୟବହାର କରିବାରେ ଅସମର୍ଥତା, ଫ୍ୟାଟି ଲିଭର ସହିତ  ଜଡିତ। ତେଣୁ, ବେକର ପଛ କିମ୍ବା ପାର୍ଶ୍ୱରେ କଳା ପଡ଼ିବା ଯକୃତ ଏବଂ ମେଟାବୋଲିକ୍ ସମସ୍ୟାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।

3. ମୁହଁ ଲାଲ୍ ଦେଖାଯିବା-

କିଛି ଲୋକଙ୍କ ମୁହଁରେ ଲାଲ୍ ଦେଖା ଯାଇଥାଏ । କେତେକ ସମୟରେ,ମୁହଁର ଶିରା ଅଧିକ ସ୍ପଷ୍ଟ ହୋଇଯାଏ କିମ୍ବା ଛୋଟ ଛୋଟ ବ୍ରଣ ଦେଖାଯାଏ। ଏହି ଲକ୍ଷଣଗୁଡ଼ିକ ସାଧାରଣ ଲାଗିପାରେ ,କିନ୍ତୁ ଯେତେବେଳେ ମୁହଁ ଫୁଲିବା ଏବଂ ବେକ କଳା ହେବା ଭଳି ଅନ୍ୟାନ୍ୟ ଲକ୍ଷଣ ଏକା ସହ ଦେଖା ଦେଇଥାଏ। ତେବେ ଏହା ଫ୍ୟାଟି ଲିଭର ସମସ୍ୟାକୁ  ଦର୍ଶାଇଥାଏ।  ଲିଭର ଡ୍ୟାମେଜ୍ ହେବା ଶରୀରର ଆହୁରି ଅନେକ ଲକ୍ଷଣ ଦେଖା ଦେଇଥାଏ। ଯେମିତି କି ଜିଙ୍କ୍ ଅଭାବ ମୁହଁ ଚାରିପାଖରେ ଫୋଟକା କିମ୍ବା ଜ୍ୱଳନ ହୋଇପାରେ।

ଏମିତି କିଛି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ତେବେ ମନେ ରଖନ୍ତୁ କେବଳ ମୁହଁର ଲକ୍ଷଣ ଗୁଡ଼ିକୁ ସମାଧାନ କରିବା ଯଥେଷ୍ଟ ନୁହେଁ। ଏହା ସହ ଲିଭର ସଠିକ୍ ପରିଚାଳନା କରିବା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ  ଓଜନ ଠିକ୍ ରଖନ୍ତୁ , ନିୟମିତ ବ୍ୟାୟାମ କରିନ୍ତୁ,  ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁନି ।