ସିଆଇଏସ୍‌ଏଫ୍‌ କାର୍ଯ୍ୟକ୍ରମରେ ସାମିଲ ହେଲେ ଅମିତ ଶାହ, ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କଲେ

NEWS7
third-degree-allegation-against-police-in-nayagarh

କଟକ ୦୬/୦୩: କଟକ ମୁଣ୍ଡୁଳି ସ୍ଥିତ ସିଆଇଏସ୍ଏଫ୍ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । CISF କ୍ୟାମ୍ପରେ ଅମିତ ଶାହ ସମ୍ବୋଧନ ଦେଇଥିଲେ । ଏହି ଅବସରରେ CISF ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ଆଉ କହିଥିଲେ ଔଦୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ ।

ଆହୁରି ବି କହିଥିଲେ ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISF । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF । ୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲ ସେ କହିଥିଲେ । ଏହାସହ ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରିଥିଲେ ଶାହ । ଏମିତିକି ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କୁ ବି ମନେ ପକାଇଲେ ଶାହ ।

ସେ କହିଥିଲେ ୭୦ ବିମାନ ବନ୍ଦର ସହ ୩୬୧ଟି ପ୍ରମୁଖ ସଂସ୍ଥାନକୁ ସୁରକ୍ଷା ଦେଉଛି CISF । ଏବେ ବନ୍ଦରକୁ ବି ସୁରକ୍ଷା ଯୋଗାଇବେ CISF ଯବାନ ବୋଲି ସେ କହିଥିଲେ । ତିରୁପତିରୁ ପଶୁପତି ରେଡ୍ କରିଡର ସ୍ୱପ୍ନ ଧୂଳିସାତ ହେବ' । ​​​​​​ମାର୍ଚ୍ଚ ୩୧ରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ କହିଲେ ଶାହ । 

ଏବେ ଆମେ ନକ୍ସଲବାଦରୁ ମୁକ୍ତ ହେବା ଦ୍ବାରଦେଶରେ । ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ନକ୍ସଲବାଦ ସଫା ହୋଇଯିବ । ମାଓବାଦୀଙ୍କ ତିରୁପତିରୁ ପଶୁପତି ରେଡ୍ କରିଡର୍ ସ୍ବପ୍ନ ଧୂଳିସାତ ହେବ । ଆମ ସୁରକ୍ଷାକର୍ମୀ ସେମାନଙ୍କୁ ପରାସ୍ତ କରି ପ୍ରଭୁତ୍ବ ଦେଖାଇବେ । ନକ୍ସଲବାଦର ମୂଳୋତ୍ପାଟନ ପାଇଁ CISFଙ୍କ ଭୂମିକା ବି ଗୁରୁତ୍ବପୂର୍ଣ୍ଣ ବୋଲି ସେ ସ୍ପଷ୍ଟ ଶୁଣାଇଥିଲେ ।