LIVE TV
LIVE TV

ବନ୍ଦ ହୋଇଥିବା ୨୦ରୁ ଅଧିକ ପିଲା ଥିବା ସ୍କୁଲ ଖୋଲିବାକୁ ବିଚାର କରୁଛନ୍ତି ସରକାର

NEWS7
these-zodiac-signs-people-will-have-good-day-from-january-month-of-2020

ଭୁବନେଶ୍ବର ୨୮।୧୧: ବନ୍ଦ ହୋଇଥିବା ୨୦ରୁ ଅଧିକ ପିଲା ଥିବା ସ୍କୁଲ ଖୋଲିବାକୁ ବିଚାର କରୁଛନ୍ତି ସରକାର । ବିଜେଡି ବିଧାୟକଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ମନ୍ତ୍ରୀ କହିଛନ୍ତି, ଗତ ସରକାର ତରବରିଆ ଭାବେ ସ୍କୁଲ ବନ୍ଦ କରିଥିଲେ । ଆମ ସରକାର ଚିନ୍ତା କରୁଛନ୍ତି । ଯେଉଁ ଜିଲ୍ଲାରେ ୨୦ରୁ ଅଧିକ ପିଲା ଥିବା ସ୍କୁଲ ଅଛି ଜିଲ୍ଲା ସ୍ତରୀୟ କମିଟିରୁ ରାଜ୍ୟ ସ୍ତରୀୟ କମିଟିକୁ ଆସିଲେ ବିଚାର କରାଯିବ । ଆମେ ଏଭଳି ୪୬ଟି ସ୍କୁଲ ଖୋଲିଛୁ । ଆଉ ୫ଟି ସ୍କୁଲ ପ୍ରପୋଜାଲ ଆସିଥିଲା ଗୋଟେ ରିଜେକ୍ଟ ହୋଇଛି ଅଉ ୪ଟିକୁ ବିଚାର କରୁଛୁ । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି ।

ସେପଟେ ଡ୍ରପ୍ଆଉଟ୍ ନେଇ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଡ୍ରପ୍ଆଉଟ୍ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଚାଇଲ୍ଡ ଟ୍ରାକିଂ ସର୍ଭେ ହୋଇଛି, ଆସ ସ୍କୁଲ ଯିବା ଅଭିଯାନ କରାଯାଇ ସ୍କୁଲକୁ ପୁନର୍ବାର ପିଲାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଛି । ବିଧାୟକା ସୁଭାଷିନୀ ଜେନାଙ୍କ ଡ୍ରପଆଉଟ୍ ହାର କମାଇବା ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି । ଗ୍ରାମ ପଡ଼ାରେ ବିଦ୍ୟାଳୟରେ ନାମଲେଖା ଅଭିଯାନ କରାଯାଇଛି । ପ୍ରବେଶ ଉତ୍ସବ ମାଧ୍ୟମରେ ସଚେତନ କରାଯାଇଛି ।

୧୦୦ ପ୍ରତିଶତ ସ୍କୁଲରେ ନାମଲେଖା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାଗଣା ଡ୍ରେସ୍, ସାଇକେଲ ଭଳି ଅନେକ ପଦକ୍ଷେପ ନିଆଯାଉଛି । ଅଷ୍ଟମ ଯାଏଁ ପିଏମ୍ ପୋଷଣ ଥିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବମ ଓ ଦଶମ ପିଲା ତଥା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୮୦ ହଜାର ପିଲାଙ୍କୁ ସିଏମ୍ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ୧୫ ଶହ ଶିକ୍ଷକ ଭିନ୍ନକ୍ଷମ ପିଲାଙ୍କ ପାଇଁ ନିଯୁକ୍ତି କରାଯିବା ପାଇଁ ସରକାର ଚିନ୍ତା କରୁଛନ୍ତି । ରାଜ୍ୟରେ ପୂର୍ବରୁ ପିଏମ୍ଶ୍ରୀ ସ୍କୁଲ ନଥିଲା ଆମ ସରକାର ଆସିବା ପରେ ୭୬୨ଗୋଟି ପିଏମ୍ଶ୍ରୀ ସ୍କୁଲ ହୋଇଛି ।

ବାଲେଶ୍ବରରେ ୩୨୯ ଜଣ ଡ୍ରପ୍ଆଉଟ୍ ପିଲା ଥିବାବେଳେ ଆମେ ୩୦୦ ଜଣଙ୍କୁ ଫେରାଇ ଆଣିଛୁ । ଆଉ ମାତ୍ର ୨୯ଜଣ ରହିଛନ୍ତି ତାଙ୍କୁ ମଧ୍ୟ ଫେରାଇ ଆଣିବାକୁ ଉଦ୍ୟମ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।