LIVE TV

କନ୍ୟା ରାଶି ବ୍ୟକ୍ତିଙ୍କୁ ଦିନରେ ପରିଶ୍ରମର ଉଚିତ ଫଳ ମିଳିବ, କାର୍ଯ୍ୟଭାର ଅଧିକ ରହିପାରେ

NEWS7
these-zodiac-signs-people-good-time-will-start-from-tomorrow

ମେଷ- ଦିନଟି ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିବ ଏବଂ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଧ୍ୟାନ ଦେବା ଆବଶ୍ୟକ।

ବୃଷ- ପାରିବାରିକ ଜୀବନ ସୁଖମୟ ହେବ ଏବଂ ଦସ୍ୟଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କ ବଢ଼ିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି । କଥାବାର୍ତ୍ତା କରିବା ସମୟରେ ସଂଯମତା ରକ୍ଷା କରନ୍ତୁ, ନଚେତ୍ ଛୋଟ ବିବାଦ ସୃଷ୍ଟି ହୋଇପାରେ ।

ମିଥୁନ- କିଛି ନୂତନ ସୁଯୋଗ ମିଳିପାରେ, ଯାହା ଭବିଷ୍ୟତ ପାଇଁ ଲାଭଦାୟକ ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ।

କର୍କଟ- ମାନସିକ ଶାନ୍ତି ବଜାୟ ରହିବ ଏବଂ ମନ ପ୍ରଫୁଲ୍ଲ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଦିନଟି ଉତ୍ତମ ଅଟେ । ସ୍ୱାସ୍ଥ୍ୟ ଭଲ ରହିବ, ତଥାପି ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ- ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ସରକାରୀ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

କନ୍ୟା- ପରିଶ୍ରମର ଉଚିତ୍ ଫଳ ମିଳିବ। କାର୍ଯ୍ୟଭାର ଅଧିକ ରହିପାରେକିନ୍ତୁ ଧୈର୍ଯ୍ୟର ସହିତ କାମ କଲେ ସଫଳତା ନିଶ୍ଚିତ । ଆର୍ଥିକ ଦୃଷ୍ଟିରୁ ଦିନଟି ମଧ୍ୟମ ଧରଣର ରହିବ ।

ତୁଳା- ବ୍ୟବସାୟରେ ନୂଆ ଚୁକ୍ତି କରିବା ପାଇଁ ଦିନଟି ଶୁଭ ଅଟେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ।

ବିଛା- ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅପ୍ରତ୍ୟାଶିତ ଭାବରେ କୌଣସି ଖୁସି ଖବର ମିଳିପାରେ। ଗୁପ୍ତ ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ ଏବଂ ନିଜର ଯୋଜନା କାହାକୁ କୁହନ୍ତୁ ନାହିଁ।

ଧନୁ- ଆର୍ଥିକ ଦୃଷ୍ଟିରୁ ଦିନଟି ଅତ୍ୟନ୍ତ ଭଲ ରହିବ ଏବଂ ଆୟର ନୂତନ ପନ୍ଥା ମିଳିବ। ସନ୍ତାନମାନଙ୍କ ପକ୍ଷରୁ କୌଣସି ଶୁଭ ସମାଚାର ପାଇବେ। ଯାତ୍ରା କରିବାର ଯୋଗ ରହିଛି।

ମକର- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ, ଯାହାକୁ ଆପଣ ସଫଳତାର ସହ ତୁଲାଇବେ। ପୈତୃକ ସମ୍ପତ୍ତିକୁ ନେଇ ଥିବା ବିବାଦର ସମାଧାନ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ।

କୁମ୍ଭ- ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବନ୍ଧୁମାନଙ୍କ ସହିତ ସମ୍ପର୍କ ମଜବୁତ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ମାନସିକ ଶାନ୍ତି ଅନୁଭବ କରିବେ।

ମୀନ- ଅଯଥା ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଛି, ତେଣୁ ନିଜ ବଜେଟ୍ ଉପରେ ଧ୍ୟାନ ଦିଅନ୍ତୁ। କୌଣସି କାର୍ଯ୍ୟରେ ବାଧା ଆସିପାରେ, କିନ୍ତୁ ଶେଷରେ ସଫଳତା ମିଳିବ। ବାହାର ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682