ବାବୁ ୭ ମାସକୁ ଥରେ ଦେଉଥିଲେ ଘରଭଡ଼ା, ସେଇଠି ଚାଲୁଥିଲା ବାଲି, କ୍ରସର୍ ଭଳି ବଡ଼ ଡିଲ୍

NEWS7
these-zodiac-signs-people-good-time-will-start-from-tomorrow

ଫୁଲବାଣୀ ୦୬/୦୩: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କୁ ନେଇ ଫୁଲବାଣୀରେ ପହଞ୍ଚିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଖଣି ବିଭାଗ କଟକ ସର୍କଲ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ତାଙ୍କୁ ନେଇ ଫୁଲବାଣୀରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ଫୁଲବାଣୀ ନାରାୟଣ ସାହି ସ୍ଥିତ ଭଡ଼ା ଘରେ ପହଞ୍ଚି ସର୍ଚ୍ଚ କରିଥିଲା ।

ଭୁବନେଶ୍ୱର ଭିଜିଲାନ୍ସର ୮ ଜଣିଆ ଟିମ ପହଞ୍ଚି ଛାନଭିନ ଜାରି ରଖିଛନ୍ତି । ଦେବବ୍ରତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ଅପିଲ କରାଯାଇଥିଲେ ବି କୋର୍ଟ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଆଜି ଫୁଲବାଣୀ ଠାରେ ରହୁଥିବା ନାରାୟଣୀ ସାହି ସ୍ଥିତ ଭଡ଼ା ଘରେ ରେଡ୍ କରାଯାଉଛି ।

ଆହୁରି ପଢନ୍ତୁ...ବିଡ଼ା..ବିଡ଼ା ନୋଟ୍....ଖଣି ବିଭାଗ ଉପ-ନିର୍ଦ୍ଦେଶକଙ୍କ ଘରୁ ଏତେ ଟଙ୍କା ଦେଖି ଭିଜିଲାନ୍ସ ଟେରା

କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । କୋଇଲା ଡିପୋକୁ ସୁଗମ ଭାବରେ ପରିଚାଳନା କରିବା ଏବଂ କୋଇଲା ପରିବହନ ପାଇଁ ଜଣେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଦ୍ୱାରା କରାଯାଇଥିବା ଏକ ବଡ଼ ଧରଣର ଚଢାଉରେ ତାଙ୍କଠାରୁ ୪ କୋଟି ୩୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି ।

ଦେବବ୍ରତ ଏପ୍ରିଲ ୨୦୨୨ରୁ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ତିନିବର୍ଷ ଧରି କନ୍ଧମାଳ, ବୌଦ୍ଧ, ନୟାଗଡ ତିନି ଜିଲ୍ଲାର ଖଣି ଅଧିକାରୀ ଏବଂ ଡେପୁଟି ଉପନିର୍ଦ୍ଦେଶକ ଇନ୍ ଚାର୍ଜ ଭାବେ କାର୍ଯ୍ୟରତ ଥିଲେ । ଏହି ସମୟରେ ସେ ଫୁଲବାଣୀ ନାରାୟଣୀ ସାହିରର ଏହି ଭଡାଘରେ ରହୁଥିଲେ । ତାଙ୍କର କଟକ ବଦଳି ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହି ଭଡ଼ା ଘରକୁ ଛାଡିନଥିଲେ।

ପ୍ରତିମାସରେ ୭ ହଜାର ଟଙ୍କା ଘର ଭଡା ଦେଉଥିଲେ । କିନ୍ତୁ କେବେ ଅନଲାଇନ୍ ଟ୍ରାନଜାକ୍ସନ କରୁନଥିଲେ କେବଳ ନଗଦ ଟଙ୍କା କାରବାର କରୁଥିଲେ। ଗତ ତିନି ମାସରର ଘର ଭଡା ଦେଇ ନଥିବା ଘର ମାଲିକ ଠାରୁ ସୂଚନା ମିଳିଛି । ଦେବବ୍ରତ ଏହି ତିନି ଜିଲ୍ଲା ଦାୟିତ୍ଵରେ ଥିବା ସମୟରେ ବାଲି, କ୍ରସର୍, ମୁରୁମ୍ ଡିଲ କରୁଥିଲେ।