ପର୍ସରେ ରଖନ୍ତୁ ଏହି ଜିନିଷ, ଜୀବନରେ କେବେ ଖାଲି ହେବ ନାହିଁ ପର୍ସ

Published By : Prameya-News7 Bureau | July 18, 2019 IST

wp:heading {"level":5}
ପ୍ରତ୍ୟେକ ମଣିଷ ଚାହେଁ, ଦୈନଦିନ ଜୀବନରେ ଖର୍ଚ୍ଚ କମ ହେଉ ଓ ଆୟ ଅଧିକ ହେଉ। ଏଥିପାଇଁ କଠିନ ପରିଶ୍ରମ ସହ ବେକାର ଖର୍ଚ୍ଚ ବନ୍ଦ କରିବା ଆବଶ୍ୟକ। ଅଧିକାଂଶ ଲୋକ ପରିଶ୍ରମ କରନ୍ତି, ଖୁବ ଟଙ୍କା ମଧ୍ୟ ଆୟ କରନ୍ତି କିନ୍ତୁ ପାଖରେ ଟଙ୍କା ରହେ ନାହିଁ। ତେବେ ଏମିତି ୨ଟି ଜିନିଷ ବିଷୟରେ ଜାଣନ୍ତୁ ଯାହା ଦ୍ବାରା ଖାସ ଲାଭ ପ୍ରାପ୍ତ ହୋଇଥାଏ।
/wp:heading wp:heading {"level":5}
ପର୍ସରେ ୧୦୦ ବା ୧୦ ଟଙ୍କାର ନୋଟ ରଖିଲେ, ନୋଟ୍‌ର ଶେଷ ଅକ୍ଷର ୧୦୮ ବା ୭୮୬ ହେବା ଜରୁରୀ। କାରଣ ଏହି ନମ୍ବରକୁ ବହୁତ ଶୁଭ କୁହାଯାଏ। ଏହି ନୋଟ୍‌ ପର୍ସରେ ରଖିଲେ ଟଙ୍କାର ଅଭାବ ହେବ ନାହିଁ। ଫଳରେ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିବ। ବୈଜ୍ଞାନିକଙ୍କ ଅନୁସାରେ ଏହି ସବୁ ତଥ୍ୟ ଭୁଲ ହୋଇଥାଇପାରେ ସତ କିନ୍ତୁ ପ୍ରକୃତରେ ଏହି ଉପାୟର ପରିଣାମ ଲାଭଦାୟକ ହୋଇଥାଏ।
/wp:heading wp:heading {"level":5}
ସେହିଭଳି ପର୍ସକୁ ସବୁବେଳେ ପରିଷ୍କାର କରି କଖନ୍ତୁ । ଅଧିକ ବାଜେ କାଗଜପତ୍ର ପର୍ସରେ ରଖିଲେ ଲକ୍ଷ୍ମୀ କୃପା ମିଳିନଥାଏ । ଦୁବ ଘାସର ମୂଳ କିମ୍ବା ବାଡି ଅଁଳା ଚେରରୁ ଛୋଟିଆ ଖଣ୍ଡଟିଏ ସଂଗ୍ରହ କରି ପର୍ସରେ ରଖିଲେ ଶୁଭ ହୋଇଥାଏ ।ଆଠଟି ଅରୁଆ ଚାଉଳ ମଧ୍ୟ ପର୍ସରେ ରଖିଲେ ଆର୍ଥିକ ଉନ୍ନତି ଘଟିଥାଏ ।ଛୋଟିଆ ମୟୁର ପୁଚ୍ଛରେ ଲାଲ ସୂତା ଗୁଡାଇ ପର୍ସରେ ରଖିଲେ ବ୍ୟବସାୟରେ ଲାଭ ହୋଇଥାଏ ।   
/wp:heading wp:heading {"level":5}
ପର୍ସକୁ ପଛପକେଟରେ ନରଖି ଆଗ ପକେଟରେ ରଥିବା ଅଧିକ ଲାଭ ଦାୟକ ହୋଇଥାଏ । ଉପରୋକ୍ତ ଜିନିଷ ଯଦି ପର୍ସରେ ରଖୁଥାନ୍ତି ତାହେଲେ ପର୍ସକୁ କେବେ ପଛ ପକେଟରେ ରଖନ୍ତୁ ନାହିଁ । ଏହା କଲେ ଲାଭ ଅପେକ୍ଷା ଅଧିକ କ୍ଷତି ହେବ ।ପର୍ସରେ ରଖୁଥିବା ଉପରୋକ୍ତ ଜିନିଷଗୁଡିକୁ ପ୍ରତ୍ୟେକ ସଂକ୍ରାନ୍ତିରେ ବାହାର କରି ଠାକୁରଙ୍କ ପାଖରେ ରଖି ପୂଜାକରନ୍ତୁ ଓ ପୁଣି ପର୍ସରେ ଭରି ଦିଅନ୍ତୁ । ଏଭଳି କଲେ ଉପରୋକ୍ତ ଜିନିଷଗୁଡିକର ଅଲୌକିକ ଶକ୍ତି ଅତୁଟ ରହିଥାଏ ।   
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.