ଗରମରୁ ରକ୍ଷା ପାଇବା ପାଇଁ ପିଉଛନ୍ତି କି କ୍ଷତିକାରକ ଡ୍ରିଙ୍କ୍ସ ? ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ

Published By : Prameya-News7 Bureau | May 10, 2024 IST

ନୂଆଦିଲ୍ଲୀ ୧୦।୦୫: ଗରମରୁ ରକ୍ଷା ପାଇବା ପାଇଁ ଅନେକ ଡ୍ରିଙ୍କ୍ସ ପିଇଥାନ୍ତି । କିନ୍ତୁ ଜାଣନ୍ତି କି ଏଗୁଡିକ ସ୍ବାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ । ସତେଜ ପଇଡ଼ ପାଣି ପୋଷକତତ୍ତ୍ୱ ଭରପୂର । କିନ୍ତୁ ପ୍ୟାକେଡ୍ ପଇଡ ପାଣିରେ ବହୁତ ପରିମାଣର ଚିନି ଏବଂ ସୋଡିୟମ୍ ରହିଥାଏ ।  ଯାହା ଶରୀରକୁ ଶୀଘ୍ର ଡିହାଇଡ୍ରେଟ୍ କରିପାରେ । 

ଗରମ ଦିନେ ସ୍ମୁଦିର ମଜା ନେବାକୁ ଚାହୁଁଛନ୍ତି କି, ତେବେ ଘରେ ହିଁ ତାଜା ଫଳରେ ତିଆରି କରି ପିଅନ୍ତୁ । କାରଣ ବଜାରରେ ମିଳୁଥିବା ପ୍ୟାକେଟ୍ ସ୍ମୁଦିରେ ବହୁମାତ୍ରାରେ ଚିନି ଏବଂ କ୍ଷତିକାରକ ରଙ୍ଗ ରହିଥାଏ । ପ୍ୟାକେଟ୍ ଏନର୍ଜି ଡ୍ରିଙ୍କ୍ରେ ପ୍ରଚୁର ପରିମାଣରେ ଚିନି, କଫିନ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ ଜିନିଷ ରହିଥାଏ । ଗ୍ରୀଷ୍ମରୁତୁରେ ଏହାକୁ ପିଇଲେ ଶରୀର ଶୀଘ୍ର ଡିହାଇଡ୍ରେଟ୍ ହୋଇଥାଏ ।

 ଗ୍ରୀଷ୍ମ ଋତୁରେ କମ୍ କାର୍ବୋନେଟେଡ୍ ଡ୍ରିଙ୍କ କମ୍ ପିଇବା ଉଚିତ୍ । ଏହି ଡ୍ରିଙ୍କ୍ ଯୋଗୁଁ ଶରୀର ଫୁଲିବା ପରି ସମସ୍ୟା ଦେଖା ଦେଇପାରେ । ଲୋକମାନେ ସାଧାରଣତଃ ଖରାଦିନେ ସୋଡା ପାନୀୟ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହାକୁ ତିଆରି କରିବାରେ ବହୁ ପରିମାଣର ବିଶୋଧିତ ଚିନି ଏବଂ ସୋଡିୟମ୍ ବ୍ୟବହୃତ ହୁଏ । ଯାହା ଆପଣଙ୍କ ଟିସୁକୁ ସହଜରେ ନଷ୍ଟ କରିଥାଏ । 

ଅତ୍ୟଧିକ ଚା କିମ୍ବା କଫି ପିଇବା ମଧ୍ୟ ଏହି ଋତୁରେ ଡିହାଇଡ୍ରେସନ୍ ହୋଇପାରେ । ଖରା ଦିନେ ବାରମ୍ବାର ଚା କିମ୍ବା କଫି ପିଇବା ଦ୍ବାରା ଆପଣଙ୍କୁ ବାରମ୍ବାର ୱାଶରୁମ୍ ଯିବାକୁ ପଡିବ । ଯେଉଁ କାରଣରୁ ଶରୀର ଶୀଘ୍ର ଡିହାଇଡ୍ରେଟ୍ ହୋଇଯାଏ । ଏହାବ୍ୟତୀତ ଖରାଦିନେ ଯଥା ସମ୍ଭବ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.