Live Live
LIVE

ହଟିବ କି କାଠ ଓ କୋଇଲା ଚୁଲା କଟକଣା, ସଂଧ୍ୟା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

NEWS7
these-people-are-mostly-affected-by-aids-rather-than-prostitudes

ଭୁବନେଶ୍ବର ୧୧।୩: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ରନ୍ଧନ ଗ୍ୟାସ୍ ସଙ୍କଟ ଦେଖାଦେଇଛି । ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେଲାଣି । ଏମିତି କି ହୋଟେଲ-ରେଷ୍ଟୁରାଣ୍ଟରେ ମେନ୍ୟୁ ମଧ୍ୟ କମିଗଲାଣି । ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ ହେବା ଉପରେ । ବ୍ୟବସାୟୀ ମାନେ ଗୋଟିଏ ପ୍ରକାରେ ଧର୍ମସଙ୍କଟରେ ପଡ଼ିଗଲେଣି । କେମିତି ଚାଲିବ ବ୍ୟବସାୟୀ ସେନେଇ ଚିନ୍ତାରେ ଅଛନ୍ତି । ଏପରିକି ଛୋଟ ଛୋଟ ବ୍ୟବସାୟ ଯେମିତି କି ଚା'ଦୋକାନ, ଜଳଖିଆ ଦୋକାନ ଫାଷ୍ଟଫୁଡ଼୍ ଦୋକାନ ଏକପ୍ରକାର ବନ୍ଦ ହୋଇଗଲାଣି । ବିଏମ୍‌ସି ଏଥିପ୍ରତି ବେଶ୍ ଚିନ୍ତିତ ।  

ଏ ଖବର ବି ପଢ଼ନ୍ତୁ:- ଏକାଧିକ ରାଜ୍ୟକୁ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଯୋଗାଣ ବନ୍ଦ: ଦେଶରେ ଇଏନ୍ସି ଆଇନ ଲାଗୁ କଲେ କେନ୍ଦ୍ର ସରକାର

ବାୟୁ ପ୍ରଦୂଷଣ ରୋକିବାକୁ ରାଜଧାନୀ ଭୁବନେଶ୍ବରରେ ଲାଗୁହୋଇଥିଲା କଟକଣା । ସେହି କଟକଣା ଯୋଗୁଁ କାଠ ଓ କୋଇଲା ଚୁଲାକୁ ବନ୍ଦ କରାଯାଇଥିଲା । ଏମିତିକି ଯିଏ ଏହା ବ୍ୟବହାର କରୁଥିଲା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍ ମଧ୍ୟ ଲଗାଯାଉଥିଲା । ତେବେ ଏଭଳି ରନ୍ଧନ ଗ୍ୟାସ୍ ସମସ୍ୟା ଯୋଗୁଁ ଏହି କଟକଣା ହଟିବା ନେଇ ସଙ୍କେତ ଦେଇଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ । ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇପାରେ ବିଏମ୍‌ସି । କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିଯିବ ।  ବ୍ୟବସାୟୀ ମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ । ସଂଧ୍ୟା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି ।

ଏ ଖବର ବି ପଢ଼ନ୍ତୁ:- Effects of war : ରୋଷେଇ ଘରେ ଯୁଦ୍ଧ ପ୍ରଭାବ ; ଛୁଆକୁ ଘରେ ଛାଡ଼ି ଲାଇନ୍‌ରେ ମା’, ହୋଟେଲ-ରେଷ୍ଟୁରାଣ୍ଟରେ କମିଲାଣି ମେନ୍ୟୁ

ଗ୍ୟାସ୍ ସଙ୍କଟ ଟଳିବା ପର୍ଯ୍ୟନ୍ତ ସାମୟିକ ଭାବେ କାଠ ଓ କୋଇଲା ଚୁଲି ଜାଳିବା ନେଇ ଅନୁମତି ଦେବ ବିଏମ୍ସି । ଗ୍ୟାସ୍ ସଙ୍କଟ ଯୋଗୁ ଗରିବ କ୍ଷୁଦ୍ର ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ପାଇଁ ରାଜଧାନୀରେ କାଠ ଓ କୋଇଲା ଚୁଲା ନେଇ ବାରଣ ସହ ଜାଳିଲେ ଫାଇନ୍ ଆଦାୟ କରୁଥିଲା ବିଏମ୍‌ସି । ଏ ନେଇ ଆଜି ସଂପୂର୍ଣ୍ଣ ରୂପରେଖ ନେଇ ବୈଠକରେ ନିଷ୍ପତି ନେବ ବିଏମ୍‌ସି । ଏ ନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ଶୁଣନ୍ତୁ ଏ ନେଇ କ'ଣ କହୁଛନ୍ତି ବିଏମ୍‌ସି ମେୟର:-