ପଙ୍କଜ ଚୌଧୁରୀ ଉତ୍ତର ପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ, ସିଏମଙ୍କ ଯୋଗୀଙ୍କ ଉପସ୍ଥିତିରେ ନାଁ ଘୋଷଣା

NEWS7
these-bollywood-star-never-wear-undergarments-for-which-they-face-wardrobe-malfunction-situation-in-various-ocasions

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଜେପିକୁ ନୂଆ ଅଧ୍ୟକ୍ଷ ମିଳିଛି । କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ନୂଆ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛନ୍ତି । ଲକ୍ଷ୍ନୌର ଲୋକଭବନରେ ଆୟୋଜିତ ସମାରୋହରେ ପଙ୍କଜ ଚୌଧୁରୀଙ୍କ ହାତକୁ ସଂଗଠନର ଦାୟିତ୍ୱ ଆସିବା ସହ ପ୍ରଦେଶ ବିଜେପିରେ ସଂଗଠନାତ୍ମକ ସ୍ତରରେ ଏକ ନୂଆ ଯୁଗର ସୂତ୍ରପାତ ହୋଇଛି । ଏହାସହ ରାଷ୍ଟ୍ରୀୟ ପରିଷଦର ନିର୍ବାଚନ ମଧ୍ୟ ହୋଇଛି ।

ପଙ୍କଜ ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପିର ଦାୟିତ୍ୱ ଦିଆଯିବା ସହ ନିର୍ବାଚିତ ଅଧ୍ୟକ୍ଷଙ୍କୁ ପ୍ରମାଣପତ୍ର ମଧ୍ୟ ଦିଆଯାଇଛି । ଏହାସହ ବିଦାୟୀ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ଓ ପଙ୍କଜ ଚୌଧୁରୀଙ୍କ ଚୌକି ବଦଳି ଯାଇଛି । ଦାୟିତ୍ୱ ଗ୍ରହଣ କରିବା ସହ ପଙ୍କଜ ଚୌଧୁରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏହାସହ ୧୨୦ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନିର୍ବାଚନ ମଧ୍ୟ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଏମ୍ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ଭୂପେନ୍ଦ୍ର ସିଂହ ଚୌଧୁରୀ, ସ୍ମୃତି ଇରାନୀ (ସୁଲତାନପୁର), ସୂର୍ଯ୍ୟ ପ୍ରତାପ ଶାହି, ରାମପତି ରାମ ତ୍ରିପାଠୀ, ମହେନ୍ଦ୍ର ନାଥ ପାଣ୍ଡେ ସାମିଲ ଅଛନ୍ତି ।

ପଙ୍କଜ ଚୌଧୁରୀଙ୍କ ନିଯୁକ୍ତିକୁ ବିଜେପିର ଏକ ବଡ଼ ରାଜନୀତିକ ବାଜି ରୂପେ ଦେଖାଯାଉଛି । ସେ ପୂର୍ବାଞ୍ଚଳର ମହାରାଜଗଞ୍ଜରୁ ସାତଥର ନିର୍ବାଚିତ ଅନୁଭବୀ ସାଂସଦ ଏବଂ କୁର୍ମୀ ସମୁଦାୟରୁ ଆସନ୍ତି । ଅଧ୍ୟକ୍ଷ ପଦରେ ତାଙ୍କୁ ଦାୟିତ୍ୱ ଦିଆଯଇବା ପଛରେ ପାର୍ଟିର ଏକ ବଡ଼ ରଣନୀତି ରହିଛି । ଉତ୍ତର ପ୍ରଦେଶ ଖାସ୍ କରି ପୂର୍ବାଞ୍ଚଳରେ ଓବିସିଙ୍କ ଏକ ବଡ଼ ଭୋଟ ବ୍ୟାଙ୍କ ରହିଛି । ପଙ୍କଜ ଚୌଧୁରୀଙ୍କ ପରି ମଜଭୁକ କୁର୍ମୀ ନେତାଙ୍କୁ କମାଣ ଦେଇ ବିଜେପି ବିରୋଧୀଙ୍କ ପିଏଡି (ପଛୁଆ, ଦଳିତ, ସଂଖ୍ୟାଲଘୁ) ସମୀକରଣକୁ ଚେକ୍ ଦେବାକୁ ଚାହୁଁଛି ଓ ଓବିସି ମତଦାତାଙ୍କ ମଧ୍ୟରେ ନିଜ ସ୍ଥିତି ମଜଭୁତ କରିବାକୁ ଚାହୁଁଛି ।