ଇରାନ୍ ଉପରେ ୟୁଏସ୍ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ...ଚେତବାନୀ ଦେଲେ ଲାଭରୋଭ୍

NEWS7
these-5-things-not-to-gift-anybody-as-per-vastu

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଆମେରିକାକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଇରାନ ଉପରେ ଆମେରିକା ଆକ୍ରମଣ କଲେ ଗମ୍ଭୀର ପରିଣାମ ଆଣିପାରେ ବୋଲି କହିଛନ୍ତି ଲାଭରୋଭ। ସାଉଦି ଆରବର ଅଲ୍ ଆରବିଆ ଟିଭି ଚ୍ୟାନେଲ ସହିତ ଏକ ସାକ୍ଷାତକାରରେ ଲାଭରୋଭ କହିଛନ୍ତି ଯେ, ପରିସ୍ଥିତି ପୂର୍ବରୁ ସମ୍ବେଦନଶୀଳ ଏବଂ ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନିୟନ୍ତ୍ରଣ ବାହାରକୁ ଯାଇପାରେ।

ଲାଭରୋଭ କହିଛନ୍ତି ଯେ, ‘ପରିଣାମ ଭଲ ହେବ ନାହିଁ।’ ଲାଭରୋଭଙ୍କ ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷ, ଚୀନ୍ ଏବଂ ଇରାନ ରଣନୈତିକ ହରମୁଜ୍ ପ୍ରଣାଳୀ ଏବଂ ଓମାନ ଉପସାଗରରେ ମିଳିତ ନୌସେନା ଅଭ୍ୟାସ କରୁଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ, ଇରାନ ଉପରେ ଯେକୌଣସି ନୂତନ ଆକ୍ରମଣ ଗମ୍ଭୀର ପରିଣାମ ଆଣିପାରେ ।

ସେ କହିଛନ୍ତି ଯେ, ଏହି ଅଞ୍ଚଳ ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ରହିଛି । ଏଭଳି ସମୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ । ବିଶ୍ବରେ କୌଣସି ଦେଶ ଆଉ ଏକ ଯୁଦ୍ଧ ଚାହୁଁନାହାନ୍ତି । ଲାଭରୋଭ କହିଛନ୍ତି, ‘ସମସ୍ତେ ବୁଝନ୍ତି ଯେ, ଏହା ନିଆଁ ସହିତ ଖେଳିବା ପରି ହେବ। ଇରାନର ଏକ ଶାନ୍ତିପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମର ଅଧିକାର ଅଛି । ଆଲୋଚନା ମାଧ୍ୟମରେ ସମାଧାନ ଖୋଜାଯିବା ଉଚିତ।’

ସୂଚନାଯୋଗ୍ୟ, ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଚେତାବନୀ ଦେଇ ତା’ର ଚାରିପାଖରେ ଏଫ-୨୨ ରାପ୍ଟର ଓ ଏଫ୍-୩୫ ଆଇଟନିଂ ସମେତ ଅତ୍ୟାଧୁନିକ ଯୁଦ୍ଧ ବିମାନର ଏକ ବଡ଼ ନୌବାହିନୀ ମୁତୟନ କରିଛନ୍ତି । ଜେନେଭାରେ କୂଟନୈତିକ ଆଲୋଚନା ଚାଲିଥିବା ବେଳେ, ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତିକୁ ତୀବ୍ର କରିଛି । ଜୋର୍ଡାନ ଏବଂ ସାଉଦି ଆରବରେ ଥିବା ନିଜ ସାମରିକ ଘାଟିର ଶକ୍ତିକୁ ଯଥେଷ୍ଟ ବୃଦ୍ଧି କରିଛି ।