ମହାନଦୀ ଜଳ ବିବାଦ ନେଇ ଉଚ୍ଚସ୍ତରୀୟ ବୈଠକ: ଆପୋଷ ଆଲୋଚନା ପାଇଁ ସହମତି, ଖୁବଶୀଘ୍ର ସମାଧାନ ପାଇଁ ଫିଟିବ ରାସ୍ତା

NEWS7
these-5-foods-avoid-lungs-infection

ଭୁବନେଶ୍ୱର ୨୩।୧୨ : ମହାନଦୀ ଜଳ ବିବାଦ ମାମଲା । ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ହେବ ଅନ୍ତ ।ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବସିଛି ପ୍ରଥମ ବୈଠକ । ଏହି ବୈଠକରେ ଉଭୟ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଟ୍ରିପଲ୍ ଇଞ୍ଜିନ୍ ସରକାରରେ ଖୁବଶୀଘ୍ର ଓଡ଼ିଶା-ଛତିଶଗଡ଼ କଳି ତୁଟିବ ବୋଲି ଆଶା କରାଯାଉଛି।

ବୈଠକ ଶେଷ ପରେ କମିଟିର ଅଧ୍ୟକ୍ଷ କେ.ଭି ସିଂ ଦେଓ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ। ଆପୋଷ ଆଲୋଚନା ପାଇଁ ବୈଠକରେ ସହମତି ହୋଇଛି । ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଗଣମାଧ୍ୟମ ପାଇଁ ନୁହେଁ। ଲୋକଙ୍କୁ ସବୁକିଛି ଜଣାଇବା ପାଇଁ ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି।

ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆପୋଷ ସମାଧାନ ହୋଇ ନାହିଁ। ଗତ ସରକାରରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ଯଥାର୍ଥ ଥିଲା। ଆଲୋଚନାର ବିଷୟବସ୍ତୁ ରାଜ୍ୟବାସୀଙ୍କୁ ଜଣାଯାଉ । ବିଶେଷଜ୍ଞମାନଙ୍କ ପରାମର୍ଶ ବି ନିଆଯାଉ ।

ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନ ରେଖା । ଏହାର ସ୍ୱାର୍ଥ ଓ ସୁରକ୍ଷା ପାଇଁ ସମସ୍ତେ ମିଳି ମିଶି ଲଢ଼ିବା ଉଚିତ। ମହାନଦୀକୁ ନେଇ ଲଢେଇ କରୁଥିବା ସମସ୍ତ ସଂଗଠନକୁ ଏଥିରେ ସାମିଲ କରାଯାଉ। ଆଲୋଚନାର ସମସ୍ତ ପ୍ରସଙ୍ଗ ରାଜ୍ୟବାସୀଙ୍କୁ ଅବଗତ କରାଯାଉ।