LIVE TV

ସୁଧୁରିବନି ଡ୍ରାଗନ୍, ପାକିସ୍ତାନକୁ ଦେବ ୮ ଶକ୍ତିଶାଳୀ ବୁଡା ଜାହାଜ

NEWS7
these-5-big-rules-will-be-implemented-across-the-country-from-september-1st-know-otherwise-it-will-be-a-big-problem

ଇସଲାମାବାଦ, ୨୧|୧୧: ପାକିସ୍ତାନକୁ ଚୀନ ଯୋଗାଇଲା ଶକ୍ତି । ଅନ୍ୟ ଦେଶର ମୁକାବିଲା ପାଇଁ ପାକ୍ ସହ ଠିଆହେଲା ଡ୍ରାଗନ୍ । ଖାଲି ଏତିକି ନୁହେଁ ଆତଙ୍କବାଦୀଙ୍କ ଦେଶକୁ ଚାଇନା ୮ଟି ସବମେରିନ୍ ବା ବୁଡାଜାହାଜ ଦେବ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ, ପାକିସ୍ତାନକୁ ୮ଟି ନୂଆ ହଙ୍ଗୋର କ୍ଲାସର ବୁଡାଜାହାଜ ଦେବ ଚୀନ୍ । ଯେଉଁଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରାଯାଇଛି । ଏଥିରେ ଏୟାର ଇଣ୍ଡିପେଣ୍ଟେଣ୍ଟ୍ ପ୍ରୋପଲେସନ ରହିଛି । ଫଳରେ ପାଣି ଭିତରେ ଅଧିକ ସମୟ ଧରି ଏହା ଲୁଚି ରହିପାରିବ । ୨୦୨୬ରେ ପ୍ରଥମ ବୁଡା ଜାହାଜ ପାକିସ୍ତାନ ନୌସେନାରେ ସାମିଲ ହେବ । ଅନ୍ୟ ସମସ୍ତ ବୁଡା ଜାହାଜ ୨୦୨୮ ସୁଦ୍ଧା ପାକକୁ ମିଳିଯିବ ।

କୁହାଯାଉଛି ଯେ, ପ୍ରାୟ ୫ ମିଲିୟନ ଡଲାରରେ ପାକିସ୍ତାନ ଚାଇନା ସହ ଡିଲ୍ କରିଛି । ନିଜର ସାମୁଦ୍ରିକ ଶକ୍ତିକୁ ବୃଦ୍ଧି ପାଇଁ ଡିଲ୍ ହୋଇଛି । ଯାହା ଭାରତ ପାଇଁ ଆରବ ସାଗରରେ ଚ୍ୟାଲେଞ୍ଚପୁର୍ଣ୍ଣ ହେବ । କିନ୍ତୁ ଏହାକୁ ଭାରତୀୟ ନୌସେନା ପ୍ରତିରୋଧ କରିବାର ଶକ୍ତି ରଖେ ।

ଚୀନ ଦ୍ୱାରା ମିଳୁଥିବା ବୁଡା ଜାହାଜ ପାକିସ୍ତାନର ପୁରୁଣା ବୁଡା ଜାହାଜଠୁ ଅଧିକ ଶକ୍ତିଶାଳୀ । ଭାରତୀୟ କିମ୍ବା ଅନ୍ୟ ଶତ୍ରୁ ଜାହାଜ ଉପରେ ଏଥିରୁ ଆକ୍ରମଣ କରାଯାଇପାରିବ । ତେବେ ପାକିସ୍ତାନଠୁ ସମୁଦ୍ରରେ ଭାରତ ଢେର ଅଧିକ ଶକ୍ତିଶାଳୀ । ନୌସେନା ପାଖରେ ୧୫୦ରୁ ଅଧିକ ଯୁଦ୍ଧ ଜାହାଜ ଥିବା ବେଳେ ଆଉ ୫୦ଟି ନିର୍ମାଣାଧିନ ରହିଛି । ପାକିସ୍ତାନ ନିଜର ସମୁଦ୍ର କୂଳରେ ଭାରତକୁ ଚ୍ୟାଲେଞ୍ଜ୍ ଦେଇପାରିବ । କିନ୍ତୁ ଭାରତ ପୁରା ସମୁଦ୍ରରେ ପାକିସ୍ତାନର ସମସ୍ତ ଚାଲକୁ ବିଫଳ କରିବାରେ ସକ୍ଷମ ଅଟେ ।