LIVE TV
LIVE TV

'ଗମ୍ଭୀରଙ୍କୁ ବିଦା କର, ନୂଆ କୋଚ୍ ନିଯୁକ୍ତ କରାଯାଉ' : ବର୍ଷିଲେ ପୂର୍ବତନ କ୍ରିକେଟର

NEWS7
these-3-zodiac-people-will-be-benefitted-from-today-to-11th-july

ନୂଆଦିଲ୍ଲୀ, ୨୮/୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଦଳ ଗୋଟିଏ ହେଲେ ମୁକାବିଲା ଜିତିପାରି ନାହିଁ । ପ୍ରଥମ ଟେଷ୍ଟ ସହ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଦଳ ଲଜ୍ଜାଜନକ ପରାଜୟବରଣ କରିଛି । ଦଳ ଆଗରୁ କେବେହେଲେ ଏପରି ବିପର୍ଯ୍ୟୟର ସାମ୍ନା କରିନଥିଲା । ତେବେ ପରାସ୍ତ ପରେ କାଠଗଡାରେ ଠିଆ ହୋଇଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । କ୍ରିକେଟ୍ ଫ୍ୟାନ୍ସଙ୍କ ସହ ପୂର୍ବତନ ଖେଳାଳି ମଧ୍ୟ ତାଙ୍କୁ ଟାର୍ଗେଟ୍ କରୁଛନ୍ତି ।

ଏବେ ଗମ୍ଭୀରଙ୍କ କୋଚିଂ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ କ୍ରିକେଟର ମନୋଜ ତିଓ୍ୱାରୀ । ସେ କହିଛନ୍ତି ଯେ, ଫଳାଫଳ କଣ ହେବ ତାହା ସମସ୍ତଙ୍କୁ ଜଣାଥିଲା । ଏହା ହେବାର ଥିଲା । ସବୁ କିଛି ଠିକ୍ ଚାଲୁନି । ଗମ୍ଭୀର ଯେଉଁ ଯୋଜନା କରୁଛନ୍ତି ତାହା ଫେଲ୍ ହେଉଛି । ଦଳରେ ଅନେକ ପରିବର୍ତ୍ତନ କରାଯାଉଛି । ବର୍ଡର ଗାଭାସ୍କର ଟ୍ରଫିଠୁ ଆରମ୍ଭ କରି, ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ଟେଷ୍ଟରେ ଏହାର ପ୍ରଭାବ ପଡିଛି ।

ମନୋଜ ତିଓ୍ୱାରୀ ଆହୁରି କହିଛନ୍ତି ଯେ, ବିସିସିଆଇ ଗମ୍ଭୀରଙ୍କୁ ବିଦା କରିବା ଦରକାର । ଯାହା ଦ୍ୱାରା ଭାରତୀୟ ଟେଷ୍ଟ୍ କ୍ରିକେଟକୁ ପୁଣି ଥରେ ଆଗଭଳି ଶକ୍ତିଶାଳୀ କରାଯାଇପାରିବ । ଏହା ହିଁ ଉପଯୁକ୍ତ ସମୟ । ଟେଷ୍ଟ୍ କ୍ରିକେଟ ପାଇଁ ଦଳ ଆଉ ଜଣେ କୋଚଙ୍କୁ ନିଯୁକ୍ତ କରିବା ଦରକାର ।

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ହାରିବା ପରେ ଗମ୍ଭୀର ତାଙ୍କ ନେତୃତ୍ୱରେ ଦଳ ଚାମ୍ପିଅନ୍ସ ଟ୍ରଫି ଏବଂ ଏସିଆ କପ୍ ଜିତିଥିବା କହିଥିଲେ । ଯାହାକୁ ନିନ୍ଦା କରିଛନ୍ତି ତିଓ୍ୱାରୀ । ସେ କହିଛନ୍ତି ଯେ, ଭାରତ ସହଜରେ ଇଂଲଣ୍ଡଠୁ ଟେଷ୍ଟ ସିରିଜ୍ ହାରିଥାନ୍ତା । ପୂର୍ବରୁ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳକୁ ରାହୁଲ ଦ୍ରାବିଡ, ବିରାଟ କୋହଲି ଏବଂ ରୋହିତ ଶର୍ମା ପ୍ରସ୍ତୁତ କରିଥିଲେ । ଗମ୍ଭୀରଙ୍କ ଏଥିରେ କୌଣସି ଯୋଗଦାନ ନାହିଁ । ଭାରତ ସହଜରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ ଜିତିପାରିଥାନ୍ତା । କିନ୍ତୁ ଗମ୍ଭୀରଙ୍କ ପାଇଁ ଏହା ଡ୍ର ରହିଲା । ଏବେ ବିସିସିଆଇ ସଠିକ ନିଷ୍ପତ୍ତି ନେବା ଦରକାର ବୋଲି ମନୋଜ ସତର୍କ କରିଦେଇଛନ୍ତି ।