ସତ୍ୟବ୍ରତ ହତ୍ୟା ମାମଲା: ଦିନେଶ ବିରୋଧରେ ସାକ୍ଷୀ ହେବ ଲିଜା ! ଖୋଲିଲା ପ୍ରେମିକଙ୍କ ଗୁମର

NEWS7
these-2-zodiac-should-avoid-wear-black-thread

ଭୁବନେଶ୍ଵର: ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତକୁ ହତ୍ୟା। ହତ୍ୟାକାଣ୍ଡରେ ନାହିଁ ଲିଜାର ସଂପୃକ୍ତି। ଦିନେଶ ହିଁ ଏକମାତ୍ର ଅଭିଯୁକ୍ତ। ତେବେ ଲିଜା ବନିବେକି ଏହି ମାମଲାର ମୁଖ୍ୟ ସାକ୍ଷୀ ? କାରଣ ୨ ଦିନ ଜେରା ପରେ ଲିଜା ବିରୋଧରେ ମିଳିନାହିଁ କିଛି ପ୍ରମାଣ। ମାତ୍ର ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଲିଜା। ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଦିନେଶ। ଦିନେଶଙ୍କୁ ଗିରଫ କରିବାପରେ ପ୍ରାଥମିକ ତଦନ୍ତରୁ ପୋଲିସ ଲିଜାଙ୍କୁ ଏହି ମାମଲାରେ ସମ୍ପୃକ୍ତ ନଥିବା ଦର୍ଶାଇଛି। ତେଣୁ ପୋଲିସ ଏହି ମାମଲାରେ ଦିନେଶ ବିରୋଧରେ ଲିଜାଙ୍କୁ ବ୍ୟବହାର କରିପାରନ୍ତି ବୋଲି ଆଲୋଚନା ହେଉଛି। କୋର୍ଟରେ ଟ୍ରାଏଲ ଚାଲିବା ବେଳେ ଲିଜାଙ୍କୁ ସାକ୍ଷୀ ଭାବରେ ପୋଲିସ ଛିଡା କରିପାରେ। ଲିଜା ହିଁ ଏକମାତ୍ର ବ୍ୟକ୍ତି ଯିଏ କି କେସର ପ୍ରତ୍ୟେକ୍ଷଦର୍ଶୀ। ତେଣୁ ଲିଜାଙ୍କୁ ରାଜ ସାକ୍ଷୀ ବା ମୁଖ୍ୟ ସାକ୍ଷୀ କରାଯାଇପାରେ ବୋଲି ଆଲୋଚନା ହେଉଛି। ପୋଲିସ ବି ଏହି ପ୍ରଶ୍ନରେ ପରେ ଦେଖାଯିବ ବୋଲି ସୂଚନା ଦେଉଛନ୍ତି। ଏ ନେଇ ଅପରାଧ ବିଶେଷଜ୍ଞ କଣ କହୁଛନ୍ତି ଶୁଣନ୍ତୁ।

ଟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନ ହତ୍ୟା ମାମଲାର ଦି ଏଣ୍ଡ। ଅନେକ ଟ୍ବିଷ୍ଟ ଏବଂ ଟର୍ଣ୍ଣ ପରେ ବୁଧବାର ଚନ୍ଦ୍ରଶେଖରପୁର ଥାନା ପୋଲିସ ଏହି ମାମଲାର ପଦ୍ଦାଫାଶ କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦିନେଶ ନାୟକଙ୍କ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି। ପରେ ଚନ୍ଦ୍ରଶେଖରପୁର ପୋଲିସ ଭୁବନେଶ୍ବର ଆଣି କ୍ରାଇମ ସିନ୍ କରିଥିଲା ରିକ୍ରିଏସନ୍। ସିନ୍ ରିକ୍ରେଏସନ ପରେ ସିଧା ଜେଲ ହାଜତକୁ ଯାଇଛି ଦିନେଶ। ତେବେ ଏହି ମାମଲାରେ ଥିବା ଚରିତ୍ରମାନେ ହେଉଛନ୍ତି ସତ୍ୟ, ଲିଜା ଏବଂ ଦିନେଶ। ମୃତକ ସତ୍ୟ ପୂର୍ବରୁ ବିବାହିତ ଥିବାବେଳେ ଲିଜାଙ୍କ ସହ ଥିଲା ସମ୍ପର୍କରେ।

ସେହିପରି ଦିନେଶ ମଧ୍ୟ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ମଧ୍ୟ ଲିଜାଙ୍କ ସହ ଥିଲା ସମ୍ପର୍କ। କେବଳ ସମ୍ପର୍କ ନୁହେଁ ଦୁହେଁ ଲିଭ-ଇନ ରିଲେସପଶିପରେ ରହୁଥିଲେ ନିଳାଦ୍ରୀ ବିହାରରେ। ଯେଉଁ ଘରକୁ ପରେ ଆସୁଥିଲେ ସତ୍ୟ। ୨୦୨୫ ଡିସେମ୍ବର ଶେଷ ବେଳକୁ ଦିନେଶ ନିଜ ଘର ଜଗତସିଂହପୁର ଯାଇଥିଲେ। ହେଲେ ଲିଜାଙ୍କ ଉପରେ ନଜର ରଖୁଥିଲେ। ଲିଜାଙ୍କ ଉପରେ ସନ୍ଦେହ ହେବାରୁ , ଗତ ୮ ତାରିଖ ରାତି ପ୍ରାୟ ୧ଟା ସମୟରେ ପହଞ୍ଚିଥିଲେ ନିଳାଦ୍ରୀ ବିହାରରେ। ଲିଜା ଓ ସତ୍ୟଙ୍କୁ ଏକା ସାଙ୍ଗରେ ଦେଖି ନିଜ କ୍ରୋଧକୁ ଆୟତ୍ତ କରି ନ ପାରି ଛୁରୀରେ ସତ୍ୟଙ୍କୁ କରିଥିଲେ ଆକ୍ରମଣ। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଲିଜା। ହେଲେ ପୋଲିସ ଲିଜାକୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇ ନାହିଁ।

ତଦନ୍ତ ଆଗକୁ ବଢିଲେ ଏହି ମାମଲାରେ ଆଉ କିଛି ନୂଆ ନୂଆ ତଥ୍ୟ ମିଳିପାରେ। ଯାହା ଲିଜାକୁ ଦୋଷୀ ସାବ୍ୟସ୍ତ କରିପାରେ। ପ୍ରାଥମିକ ତଦନ୍ତରେ ଲିଜା ବିରୋଧରେ କୌଣସି ପ୍ରମାଣ ନାହିଁ। ତେବେ ତଦନ୍ତ ଆଗକୁ କେଉଁ ଦିଗକୁ ଯିବ ତାହା ଦେଖିବ ବାକି ରହିଲା।