LIVE TV

ସୁନାବେଡ଼ାରୁ ନବୀନ ଏବଂ ବିଜେଡିକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ : କହିଲେ ମୁଁ ଆଦିବାସୀ, ଆଦିବାସୀଙ୍କ କଥା ବୁଝିପାରିବି, ସମସ୍ୟାର ସମାଧାନ କରିବି

NEWS7
there-is-no-unity-between-dhoni-ravi-shastri-and-virat-kohli-khichdi-in-the-dressing-room

ସୁନାବେଡ଼ା ୧୧: ସ୍ବାଧିନତା ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ସୁନାବେଡ଼ାରେ ପହଞ୍ଚିଛନ୍ତି । ଏହି ଅବସରରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଥମେ ମା’ ସୁନାଦେଇ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନ୍ଦିରରେ ପରିସରରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ସ୍ଥାନୀୟ ସରପଞ୍ଚ ଏବଂ ଲୋକଙ୍କ ଲିଖିତ ଅଭିଯୋଗ ଶୁଣିଛନ୍ତି । ଏହାପରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଢ଼ୋଲକିଆଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଗକୁ ସୁନାବେଡ଼ା ଅଞ୍ଚଳର ବିକାଶ ହେବ । ସୁନାବେଡ଼ା ଅଞ୍ଚଳରେ ଯେଉଁ ଯେଉଁ ସମସ୍ୟା ତାର ସମାଧାନ ହେବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ସରପଞ୍ଚ ଦାବି ଶୁଣିବା ପରେ ପ୍ରତିଶ୍ରୁତି ଦେଇଛନ୍ତି ସୁନାବେଡ଼ା ଅଞ୍ଚଳରେ କଲେଜ ପ୍ରତିଷ୍ଠା ହେବ ସହ ମେଡିକାଲର ମଧ୍ୟ ଉନ୍ନତି କରାଯିବ ବୋଲି ମୋହନ କହିଛନ୍ତି । ସେହିପରି ସ୍ଵତନ୍ତ୍ର ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମୁଁ ଜନଜାତି ବର୍ଗଙ୍କୁ ପ୍ରତିନିଧିତ୍ଵ କରୁଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ମୋର ଆଦିବାସୀ ଭାଇ ଭଉଣୀଙ୍କ ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହିତ ନବୀନଙ୍କୁ ପ୍ରଶ୍ନ କରିଛନ୍ତି ମୋହନ, ୨୪ ବର୍ଷ କ୍ଷମତାରେ ଥିଲା ବିଜେଡ଼ି । ସୁନାବେଡ଼ାରେ କାହିଁକି ବିକାଶ କରି ନଥିଲା ବିଜେଡି । ତାର ଉତ୍ତର ଦେଇ ପାରିବେ କି ? ଆଦିବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ବଞ୍ଚିତ ରଖିଥିଲା ପୂର୍ବ ବିଜେଡି ସରକାର । ତାର ଉତ୍ତର ଦେଇ ପାରିବେ କି ? ବିଜେଡି ପାଇଁ ସୁନାବେଡ଼ା ପଛୁଆ ଥିଲା । କିନ୍ତୁ ବିଜେପି ସରକାର ସୁନାବେଡ଼ା ବିକାଶ କରିବ ।

ନବୀନ ବାବୁ ସୁନାବେଡ଼ାକୁ କେବେ ଆସି ନାହାନ୍ତି । ଆସିଥିଲେ କେଉଁ ଭାଷାରେ କଥା ହୋଇ ଥାଆନ୍ତେ । ସେ ଭାଷାରେ କଥା ହେବେ । ଆପଣଙ୍କ କଥା କେବେ ବୁଝିପାରିବେ ନାହିଁ । ଯିଏ ଓଡ଼ିଆ ଭାଷା କହିପାରୁ ନାହାନ୍ତି । ୨୪ ବର୍ଷ ଶାସନ କରିବା ପରେ ବି ଯିଏ ଓଡ଼ିଆ ଶିଖି ପାରିଲେ ନାହିଁ । ସିଏ କେମିତି ଆପଣଙ୍କ ଆଦିବାସୀ ଭାଷା ବୁଝିବେ । ୨୪ ବର୍ଷ ଧରି ସିଏ ସୁନାବେଡାକୁ ଆସିଲେ ନାହିଁ । ଆସିଥିଲେ ଜାଣିଥାଆନ୍ତେ । କେବଳ ପୋଷ୍ଟର ମାରିଛନ୍ତି । ଆଉ ଏବେ ଭୋଟ୍ ମାଗିବା ପାଇଁ କେଉଁ ମୁହଁରେ ଆସୁଛନ୍ତି ନବୀନ ବାବୁ । ମୁଁ କିନ୍ତୁ ଆଦିବାସୀ ଆପଣ କଥା ବୁଝିବେ । ଆପଣଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବି ।

ନୂଆପଡାକୁ ଶିଳ୍ପ ମନ୍ତ୍ରୀ ଆସିଛନ୍ତି । ନୂଆପଡାରେ ବିକାଶ ହେବ । ଶିଳ୍ପ ପ୍ରତିଷ୍ଠା ହେବ । ଏଠାକାର ଯୁବକ ନିଯୁକ୍ତି ପାଇବେ । ମନମୋହନ ସାମଲ ମୋତେ ଟିକେଟ୍ ଦେଇଥିଲେ । MLA ଟିକେଟ୍ ଦେଇଥିଲେ ମନମୋହନ ସାମଲ । ସରପଞ୍ଚ ଥିଲା ବେଳେ ମନମୋହନ ସାମଲ ମୋତେ ଡାକି MLA ଟିକେଟ୍ ଦେଇଥିଲେ । ମୁଖ୍ୟମନ୍ତ୍ରୀ ହେବା ସମୟରେ ମଧ୍ୟ ସେ ବିଜେପିର ରାଜ୍ୟ ସଭାପତି । ମୋହନ ମାଝୀ ଏବଂ ମନମୋହନ ସାମଲଙ୍କ ରାଶି ଗୋଟିଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।