ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା, ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ନେଇ ଅଭିଯୋଗ

Published By : Prameya-News7 Bureau | April 22, 2024 IST

ଆସ୍କା: ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ l ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ  l ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଆସରା-ଷଣ୍ଢମରା। ମୃତ ଯୁବକ ଜଣକ ହେଲେ ବାଲିଆସରା ଗ୍ରାମର ଗଣେଶ ନାୟକ l 

ସୂଚନା ଅନୁଯାୟୀ, ସୋମବାର ସକାଳେ ଗଣେଶ ନାୟକ ଓ କବିସୂର୍ଯ୍ୟନଗର ହାଡ଼ିସାହିର କିଛି ଯୁବକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ତେବେ ଗଣେଶ ବାଇକ ଯୋଗେ ଘରକୁ ଫେରୁଥିବାବେଳେ, ରାତି ପ୍ରାୟ ୯ଟା ସମୟରେ ବାଲିଆସରା-ଷଣ୍ଢମରା ରାସ୍ତାରେ କିଛି ଯୁବକ ତାଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ। ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.