ରିଷ୍ଟ ଖଣ୍ଡନ ପାଇଁ ଡାକିଥିଲେ ଯୁବତୀ, ବନ୍ଦ ଘରେ ଏକୁଟିଆ ପାଇ ଏମିତି କଲେ ତାନ୍ତ୍ରିକ… ବାନ୍ଧିଲା ପୋଲିସ

NEWS7
the-undercover-agent-who-gives-everything-for-his-nation-never-asked-anything-in-return-know-who

କଟକ ୨୯।୧: ତନ୍ତ୍ର ପୂଜା କରି ରିଷ୍ଟ ଖଣ୍ଡନ କରିଥାନ୍ତେ । ବନ୍ଦ ଘର ଭିତରେ ଚାଲିଥିଲା ପୂଜାର୍ଚ୍ଚନା । ତାନ୍ତ୍ରିକଙ୍କର କିନ୍ତୁ ଥିଲା କିଛି ଅଲଗା ଉଦ୍ଦେଶ୍ୟ । ବନ୍ଦ ଘରେ ଯୁବତୀଙ୍କୁ ଏକୁଟିଆ ପାଇ କରିଥିଲେ ଅସଦାଚରଣ । କଟକ ସାଆନ୍ତ ସାହି ଅଞ୍ଚଳରେ ଘଟିଥିଲା କିଛି ଏମିତି ଘଟଣା । ଅଭିଯୋଗ ପରେ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିଛି ପୋଲିସ । ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳର ତାନ୍ତ୍ରିକ ଜଗନ୍ନାଥ ନାୟକକୁ ଗିରଫ କରିଛି ପୁରୀଘାଟ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, କଟକ ସାଆନ୍ତ ସାହିର ଜଣେ ଯୁବତୀଙ୍କ ଘରେ ଆର୍ଥିକ ସମସ୍ୟା, ପାରିବାରିକ ବିବାଦ ଲାଗି ରହିଥିଲା । ଏଥିପାଇଁ ଯୁବତୀ ଜଣଙ୍କ ଖୁବ୍ ଚିନ୍ତାରେ ଥିଲେ । ଏହି ସମୟରେ ଜଣେ ସମ୍ପର୍କୀୟଙ୍କ ପରାମର୍ଶ ଅନୁଯାୟୀ ଯୁବତୀ ଜଣକ ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳର ତାନ୍ତ୍ରିକ ଜଗନ୍ନାଥ ନାୟକକୁ ଯୋଗାଯୋଗ କରିଥିଲେ । ଏହାପରେ ତାନ୍ତ୍ରିକ ଜଗନ୍ନାଥ ଉକ୍ତ ଯୁବତୀଙ୍କ ଘର ଭିତରେ ତନ୍ତ୍ର ପୂଜା କରି ରିଷ୍ଟ ଖଣ୍ଡନ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ପାଖାପାଖି ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ତାନ୍ତ୍ରିକ କହିଥିଲା । ଯୁବତୀ ଜଣଙ୍କ ଏତିପାଇଁ ରାଜି ହୋଇଯାଇଥିଲେ ।

ଏହି ପୂଜାର୍ଚ୍ଚନା ପାଇଁ ଯୁବତୀଙ୍କ ଠାରୁ ଜଗନ୍ନାଥ ପ୍ରଥମେ ୨୫ ହଜାର ଟଙ୍କା ନେଇଥିଲା । ଗତ ମଙ୍ଗଳବାର ସନ୍ଧ୍ୟାରେ ତାନ୍ତ୍ରିକ ଯୁବତୀଙ୍କ ଘରେ ଆସି ପୂଜାର୍ଚ୍ଚନା କରିଥିଲା । ବନ୍ଦ ଘରେ ଚାଲିଥିଲା ରିଷ୍ଟ ଖଣ୍ଡନ ପୂଜାର୍ଚ୍ଚନା । ଏହି ସମୟରେ ଯୁବତୀଙ୍କୁ ବନ୍ଦ ଘର ଭିତରେ ଏକୁଟିଆ ପାଇ ତାନ୍ତ୍ରିକ ଅସଦାଚରଣ କରିଥିଲା । ଯୁବତୀ ଜଣକ ଚିତ୍କାର କରିବାରୁ ଘଟଣାସ୍ଥଳର ଛାଡ଼ି ତାନ୍ତ୍ରିକ ଫେରାର ହୋଇଯାଇଥିଲା ।

ପରେ ଯୁବତୀ ଜଣକ ପୁରୀଘାଟ ଥାନାରେ ଅସଦାଚରଣ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ତନାଘନା ଆରମ୍ଭ କରିଥିଲା । ପୋଲିସ ଅଭିଯୁକ୍ତ ଜଗନ୍ନାଥକୁ ଗିରଫ କରିଛି ।