LIVE TV

ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରକ ଓଲଟିଲା : ୫ମୃତ, ୧୧ଆହତ

NEWS7

ଭୋପାଳ ୧୦।୦୫: କରୋନା ଭାଇରସର ମହାମାରୀ ଓ ଲକ୍‌ଡାଉନ୍‌ରେ ଶ୍ରମିକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଲକ୍‌ଡାଉନ୍‌ ସମୟରେ ଶ୍ରମିକମାନେ ଘରକୁ ଫେରିବା ଓ ରାସ୍ତାରେ ଦୁର୍ଘଟଣା ଘଟିବା ମାମଲା ଥମିବାର ନାମ ନେଉନାହିଁ । ଦୁଇ ଦିନ ତଳେ ମହାରାଷ୍ଟ୍ରରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୧୦ରୁ ଅଧିକ ଶ୍ରମିକ ମୃତ୍ୟୁ ମୃତ୍ୟୁ ହୋଇଥିଲା । କିନ୍ତୁ କିଛି ଦିନ ପରେ ପୁଣି ଏକ ଦୁର୍ଘଟଣ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ନରସିଂହପୁର ପାଠା ଗାଁରୁ ଆସିଛି ଏକ ଦୁର୍ଘଟଣାର ଖବର । ଟ୍ରକ ଓଲଟି ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ଆହତ ସମସ୍ତ ଶ୍ରମିକଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

wp:html /wp:html

ସୂଚନାଯୋଗ୍ୟ ଯେ,  ଶନିବାର ଦିନ ବିଳମ୍ବିତ ରାତିରେ ଏକ ଟ୍ରକରେ କିଛି ଶ୍ରମିକ ହାଇଦ୍ରାବାଦରୁ ଉତ୍ତରପ୍ରଦେଶ ଯାଉଥିଲେ । ଟ୍ରକରେ ଡ୍ରାଇଭର ଓ ହେଲପରଙ୍କୁ ମିଶାଇ ୧୮ଜଣ ଶ୍ରମିକ ଯାତ୍ରା କରୁଥିଲେ । କିଛି ସମୟ ଯାତ୍ରା କରିବା ପରେ ମଧ୍ୟପ୍ରଦେଶର ପଠା ଗାଁ ନିକଟରେ ଟ୍ରକଟି ଓଲଟିପଡିଥିଲା । ଯାହାଫଳରେ  କି ଟ୍ରକରେ ଥିବା ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ଏବଂ ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଚିକିତ୍ସା ଜାରି ରହିଛି ।  

wp:html /wp:html

ତେବେ  ନରସିଂହପୁର ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ, ଏକ ଆମ୍ବ ଟ୍ରକରେ ଦୁଇ ଡ୍ରାଇଭର ଏବଂ ଜଣେ ହେଲପରଙ୍କ ସମେତ ୧୮ ଜଣ ଯାତ୍ରା କରୁଥିଲେ । କିନ୍ତୁ ପଠା ଗ୍ରାମ ନିକଟରେ ଏକ ଟ୍ରକ ଓଲଟି ଯିବାରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ ହାଇଦ୍ରାବାଦରୁ  ଉତ୍ତରପ୍ରଦେଶର ଆଗ୍ରା ଯାଉଥିଲେ। ସେହିପରି ଚିକିତ୍ସା କରାଯାଉଥିବା ମେଡିକାଲର ଜଣେ ଡାକ୍ତରଙ୍କ ଅନୁଯାୟୀ  ଆହତଙ୍କ ମଧ୍ୟରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜବଲପୁର ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅନ୍ୟଜଣଙ୍କ ଆଘାତ ଲାଗିଛି ।  ଆହତ ଶ୍ରମିକମାନଙ୍କ ମଧ୍ୟରୁ ଜଣେ କିଛି ଦିନ ଧରି ଥଣ୍ଡା-କାଶ ହୋଇଥିଲା । ଯେଉଁଥି ପାଇଁ ମୃତକଙ୍କ ସମେତ ସମସ୍ତଙ୍କର କରୋନା ଟେଷ୍ଟ ପାଇଁ ନମୁନା ପଠାଯାଇଛି ।