LIVE TV

ବିବାହର ୧୨ ବର୍ଷ ପରେ ଦ୍ଵିତୀୟ ଥର ବାପା ହେବେ ଅର୍ଜୁନ ବିଜଲାନି ! ପତ୍ନୀଙ୍କ ପ୍ରେଗନ୍ସିକୁ ନେଇ କଲେ ଖୁଲାସା

NEWS7
the-trio-of-ashwin-sundar-and-kuldeep-may-come-together-in-the-first-test-agaont-england

ନୂଆଦିଲ୍ଲୀ ୨୭।୧୧; ଟେଲି ଦୁନିଆର ହ୍ୟାଡସମ୍ ହଙ୍କ ଅର୍ଜୁନ୍ ବିଜଲାନି । ଲଗାତାର ଭାବେ ଖବରରେ ରୁହନ୍ତି ଅଭିନେତା । ବିବାହର ୧୨ ବର୍ଷ ପରେ ଛାଡପତ୍ର ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଏବେ ସେ ଆଉ ଏକ ଖବର ପାଇଁ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କୁହାଯାଉଛି କି ଦ୍ବିତୀୟ ଥର ପାଇଁ ସେ ବାପା ହେବାକୁ ଯାଉଛନ୍ତି । ଯାହାର ଖବର ବର୍ତ୍ତମାନ ଭାଇରଲ ହେଉଛି ।

କିନ୍ତୁ ଏହାରି ମଧ୍ୟରେ ଏକ ସାକ୍ଷାତକାରରେ ଅର୍ଜୁନ କହିଛନ୍ତି ଯେ, ‘‘ ଭାରତୀ ସିଂଙ୍କ ବେବି ସାୱାର ହୋଇଥିଲା । ସେହି ସମୟରେ ଟିମ୍ କିଛି ଫଟୋ ସେୟାର କରିଥିଲେ । ଯେଉଁରେ ଲୋକମାନେ ମୋତେ ଶୁଭେଚ୍ଛା ଜଣାଉଛନ୍ତି । କହିଥିଲେ କି ଭାଇ ମୁଁ ବେବି ସାୱାର ମୋର ନୁହେଁ ବରଂ ଭାରତୀଙ୍କର। ତେଣୁ ଏହି ଖବର ଗୁଜବ ବୋଲି ଅର୍ଜୁନ ସ୍ପଷ୍ଟ କରିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ତାଙ୍କର ନେହାଙ୍କ ସହିତ ବିବାହ ୨୦୧୩ ମସିହାରେ ହୋଇଥିଲା । ବିବାହର ଠିକ୍ ୨ ବର୍ଷ ପରେ ପ୍ରଥମ କରି ପୁତ୍ର ସନ୍ତାନର ବାପା ହୋଇଥିଲେ । କିନ୍ତୁ ଏବେ ସେ ଦ୍ବିତୀୟ ଥର ପାଇଁ ବାପା ହେବାକୁ ଯାଉନାହାଁନ୍ତି । ଯାହା ସ୍ପଷ୍ଟ ହେବା ପରେ ଚର୍ଚ୍ଚା ହେଉଥିବା ଗୁଜବ ଖବରରେ ପୂର୍ଣ୍ଣଚ୍ଛେଦ ପଡିଛି । ଏଥିସହ ସେ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଯେତେବେଳେ ଲୋକଙ୍କ ଆଟେନସନ୍ ତାଙ୍କ ଉପରେ ଥାଏ ସେତେବେଳେ ତାଙ୍କୁ ଖୁବ୍ ଖୁସି ଲାଗେ ।