ନୀତି ଆୟୋଗ ସିଇଓ- ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ୬ଟି ଦିଗକୁ ଗୁରୁତ୍ବ, ଆଦିବାସୀଙ୍କ ବିକାଶ ପାଇଁ ହେବ ସ୍ବତନ୍ତ୍ର ପ୍ଲାନ୍

NEWS7
the-tehsildar-is-explaining-the-health-of-the-people-by-suppressing-their-illness

ଭୁବନେଶ୍ବର: ସରିଲା ନୀତି ଆୟୋଗ ସିଇଓ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ମଧ୍ୟରେ ବୈଠକ। ରାଜ୍ୟର ବିକାଶ ଏବଂ ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ନୀତି ଆୟୋଗ ସିଇଓ ବି.ଭି. ଆର ସୁବ୍ରମଣ୍ୟମ।

ଆଲୋଚନାରେ ଭୁବନେଶ୍ଵର- କଟକ- ପୁରୀ- ପାରାଦୀପକୁ ନେଇ ଇକୋନୋମିକ ରିଜନ ପ୍ରତିଷ୍ଠା ଏବଂ ଏହାର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ନୀତି ଆୟୋଗ ସିଇଓ। ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦିଆଯାଇଛି।

ସେହିଭଳି ୨୦୩୬ ଓ ୨୦୪୭ ଭିଜନ କାର୍ଯ୍ୟକାରୀ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ। ଏନେଇ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି ନୀତି ଆୟୋଗ ସିଇଓ। ସେ କହିଛନ୍ତି ‘ଆଦିବାସୀଙ୍କ ବିକାଶ ପାଇଁ ପ୍ରସ୍ତୁତ ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଛି। ଏଥିପାଇଁ ‘‘ସତ୍ବା’କୁ ଦାୟିତ୍ବ ଦିଆଯାଇଛି।

ଏହା ସହ ଦକ୍ଷତା ଓ ନିଯୁକ୍ତି ଉପରେ ବି ଗୁରୁତ୍ଵ ଦିଆଯାଇଛି। ପୂର୍ବରୁ ନୀତି ଆୟୋଗଙ୍କ ଏକ ଟିମ୍ ବିଶ୍ଵ ଦକ୍ଷତା କେନ୍ଦ୍ର ଓ ଅନ୍ୟ କିଛି କଲେଜ ପରିଦର୍ଶନ କରିଥିଲେ। ନିଯୁକ୍ତି କିପରି ବଢ଼ିବ ସେନେଇ ଆଲୋଚନା ହୋଇଛି। ଅକ୍ଷୟ ଶକ୍ତି ଗ୍ରୀନ ଏନର୍ଜି ବୃଦ୍ଧି ପାଇଁ ନେଇ ବି ପ୍ରସ୍ତୁତ ହେବ ଯୋଜନା।ଏଥିପାଇଁ ବି ଏକ କମିଟି ପ୍ରସ୍ତୁତ ହେବ ବୋଲି କହିଛନ୍ତି ନୀତି ଆୟୋଗ ସିଇଓ।