ଗାୟକ ଷ୍ଟେବିନଙ୍କ ସହ ନିର୍ବନ୍ଧ କଲେ କ୍ରିତିଙ୍କ ଭଉଣୀ ନୁପୁର ସାନନ୍‌, ଏହି ଦିନ ପଡିବ ହାତଗଣ୍ଠି

NEWS7
the-tea-stall-of-narendra-modi-will-be-transformed-into-a-tourism-place

ମୁମ୍ଵାଇ ୦୪।୦୧; କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନଙ୍କର ସରିଲା ନିର୍ବନ୍ଧ । ମିଳିଗଲା ତାଙ୍କୁ ତାଙ୍କର ଜୀବନ ସାଥୀ । ସେ ଆଉ କେହି ନୁହନ୍ତି ସେ ହେଲେ ଜଣାଶୁଣା ଗାୟକ ଷ୍ଟେବିନ। ନୁପୁର ଇନଷ୍ଟାଗ୍ରାମରେ ପ୍ରଶଂସକମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି। ଗାୟକ ତାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ପ୍ରପୋଜ କରିବାର ସୁନ୍ଦର ଫଟୋ ସେୟାର କରିଛନ୍ତି । ଖୁବ୍ ଶୀଘ୍ର ଗାୟକ ଷ୍ଟେବିନଙ୍କ ସହ ନୁପୁର ବିବାହ କରିବେ। ଉଭୟ ଆଜି ଜାନୁଆରୀ ୦୩ରେ ନିର୍ବନ୍ଧ କରିଛନ୍ତି । ରିପୋର୍ଟ ଅନୁସାରେ, ଏହି ଦମ୍ପତି ଜାନୁଆରୀ ୧୧ ତାରିଖରେ ଉଦୟପୁରରେ ବିବାହ କରିବେ ବୋଲି କୁହାଯାଉଛି । ହେଲେ ସେମାନଙ୍କ ମଧ୍ୟରୁ କେହି କିଛି ନିଶ୍ଚିତ କରିନାହାଁନ୍ତି ।

ଜାନୁଆରୀ ୩ରେ, ନୁପୁର ସାନନ ଷ୍ଟେବିନଙ୍କ ରୋମାଣ୍ଟିକ୍ ପ୍ରପୋଜାଲର ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ସେ ସେମାନଙ୍କ ଛୁଟି ସମୟରେ କରିଥିଲେ। ପ୍ରଥମ ଫଟୋରେ, ଷ୍ଟେବିନ୍ ଆଣ୍ଠୁରେ ବସି ନୁପୁରଙ୍କୁ ପ୍ରପୋଜ କରୁଥିବା ନଜର ଆସିଛନ୍ତି । ଦ୍ୱିତୀୟରେ, ନୁପୁର ତାଙ୍କର ବଡ଼ ହୀରା ମୁଦି ଦେଖାଇଛନ୍ତି । ଅନ୍ୟ ଏକ ଫଟୋରେ ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ କ୍ରିତି ସାନନ୍ ସେମାନଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଉଛି। ହେଲେ ତାଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉନାହିଁ ।

ଫଟୋଗୁଡ଼ିକୁ ସେୟାର କରି, ନୁପୁର ଲେଖିଛନ୍ତି, "ସମ୍ଭାବନାରେ ପରିପୂର୍ଣ୍ଣ ଏକ ଦୁନିଆରେ, ମୋ ପାଖରେ 'ହଁ' କହିବାର ସବୁଠାରୁ ସହଜ ସୁଯୋଗ ଥିଲା ।" ଏହି ପୋଷ୍ଟ ସେୟାର ହେବା ମାତ୍ରେ ସମସ୍ତେ ଏହି କପଲଙ୍କୁ ଶୁଭକାମନା ଜଣାଇଛନ୍ତି । କହିବାକୁ ଗଲେ ନୁପୁର ଏବଂ ଷ୍ଟେବିନ୍ ୨୦୨୩ରୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି । ଦୁହେଁ ପ୍ରାୟତଃ ଏକାଠି ନଜର ଆସିଥାନ୍ତି ଓ ଫଟୋ ସେୟାର କରିଥାନ୍ତି । ଏବେ ସେମାନେ ସେମାନଙ୍କର ସମ୍ପର୍କକୁ ଆନୁଷ୍ଠାନିକ କରିଛନ୍ତି ।

ଏହି ଦିନ କରିବେ ବିବାହ

ରିପୋର୍ଟ ଅନୁଯାୟୀ, ନୁପୁର ସାନନ୍ ଏବଂ ଷ୍ଟେବିନ୍ ବେନ୍ଙ୍କ ବିବାହ ଜାନୁଆରୀ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବ। କିନ୍ତୁ ପରିବାର ଲୋକେ ଜାନୁଆରୀ ୧୧ ତାରିଖ ପାଇଁ ବିବାହ ତାରିଖ ଫାଇନାଲ କରିଛନ୍ତି, ଏବଂ ୱେଡି ଫଙ୍କସନ୍ ତିନି ଦିନ ଧରି ଚାଲିବ। ନୁପୁର ଏବଂ ଷ୍ଟେବିନ୍ ବିବାହକୁ ସିକ୍ରେଟ କରିବାକୁ ଚାହୁଁଛନ୍ତି । ବିବାହ ଉତ୍ସବ ଉଦୟପୁରରେ ଅନୁଷ୍ଠିତ ହେଉଥିବା ବେଳେ ଜାନୁଆରୀ ୧୨ ତାରିଖରେ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରିବାକୁ ପ୍ଲାନିଂ କରୁଛନ୍ତି। ଯେଉଁଥିରେ ସେମାନଙ୍କର ଇଣ୍ଡଷ୍ଟ୍ରିର ଲୋକେ ଓ ପରିବାର ସଦସ୍ୟ ଯୋଗଦେବେ