ନିଜର ନିଷ୍ପତ୍ତି ନିଜେ ଜଣାଇ ଦେଲେ ଶଶି ଥରୁର, ଡିନରରେ ଯୋଗ ଦେବା ଯୋଗୁ ଥିଲେ ଚର୍ଚ୍ଚାରେ

NEWS7
the-states-largest-covid-19-hospital-was-commissioned-on-record

ନୂଆଦିଲ୍ଲୀ ୬।୧୨: ଋଷିଆ ରାଷ୍ଟ୍ରପଚି ଭ୍ଲାଦିମୀର ପୁଟିନଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ରାତ୍ର ଭୋଜ ଏବେ ଦେଶର ରାଜନୈତିକ ଅଳିନ୍ଦରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆମନ୍ତ୍ରିତ କରାଯାଇ ନଥିଲା। ହେଲେ କଂଗ୍ରେସ ସାଂସଦ ଶଶି ଥରୁର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ପାର୍ଟିର ବଡ଼ ନେତାଙ୍କ ଅନୁପସ୍ଥିତିରେ ଥରୁରଙ୍କୁ କାହିଁକି ସେଠାକୁ ଡକାଯାଇଥିଲା, ସେ ପାର୍ଟି ଉପରେ ଅସନ୍ତୁଷ୍ଟ କି? ଆଦି ପ୍ରଶ୍ନ ଏବେ ଉଠୁଛି, ଯାହାର ଜବାବ ଥରୁର ଏକ ଗଣମାଧ୍ୟମ ସାକ୍ଷାତକାରରେ ଦେବା ସହ ଏକ ବଡ଼ ଇସାରା କରିଛନ୍ତି।

ଥରୁର କହିଛନ୍ତି ଯେ, ସେଠାରେ ତାଙ୍କର ଉପସ୍ଥିତିର କାରଣ ସେ ବିଦେଶ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ହେବା। ସେ ସ୍ପଷ୍ଟ ରୂପେ କହିଛନ୍ତି ଯେ ବିଦେଶୀ ଦେଶଙ୍କ ସହ ସମ୍ପର୍କ ତାଙ୍କ କମିଟିର ମୁଖ୍ୟ କାମ, ଏଣୁ ଏପରି ଭେଟ ଓ ସେଠାକାର ମାହୋଲର ସୂଚନା ତାଙ୍କ ପାଖରେ ରହିବା ସହାୟକ ସାବ୍ୟସ୍ତ ହୋଇଥାଏ। ଥରୁର ସ୍ୱୀକାର କରିଛନ୍ତି ଯେ ଗତ କିଛିବର୍ଷ ହେଲା ସରକାରଙ୍କ ଉଦ୍ଦେଶ୍ୟ ଟିକେ ଅଲଗା ଥିଲା, ହେଲେ ଏଥର ଏପରି ଲାଗୁଛି ସେମାନେ ଅନ୍ୟମାନଙ୍କ ବିଚାର ଜାଣିବା ଲାଗି ଦ୍ୱାର ସାମାନ୍ୟ ଖୋଲା କରିଛନ୍ତି। ତେବେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେଠାକୁ ତାଙ୍କର ଯିବା କେବଳ ଓ କେବଳ ନିଜ କାମ ସମ୍ପର୍କିତ ଓ ଏହାଠୁ ଅଧିକ ଆଉ କିଛି ନୁହେଁ।

ତେବେ କଂଗ୍ରେସ ନେତା ଜୟରାମ ରମେଶ ଓ ପବନ ଖେଡା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇନଥିବାରୁ ସରକାରଙ୍କ ମାନସିକତା ଉପରେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ସେ ନେଇ ଥରୁର କହିଛନ୍ତି ଯେ ଆମନ୍ତ୍ରଣ କେଉଁ ଆଧାରରେ କରାଯାଇଥିଲା ତାହା ମୁଁ ଜାଣେନା। ତେବେ ସେମାନଙ୍କୁ ଯଦି ନିମନ୍ତ୍ରଣ କରାଯାଇଥାନ୍ତା ତେବେ ସେ ସମ୍ମାନୀତ ଅନୁଭବ କରିଥାନ୍ତେ ବୋଲି ଥରୁର କହିଛନ୍ତି।

ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସରକାରଙ୍କୁ ସହଯୋଗ କରିବା ଅର୍ଥ ନୁହେଁ ସିଦ୍ଧାନ୍ତକୁ ଛାଡିଦେବା । ଗଣତନ୍ତ୍ରରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ସାଧାରଣ ସହମତି ଖୋଜିବା ଜରୁରି। ଆମେ କିଛି କଥା ଉପରେ ଅସହମତ ନିଶ୍ଚିତ, ହେଲେ ଯେଉଁଥିରେ ଆମେ ସହମତ ସେଠାରେ ମିଳିମିଶି କାମ କରିବା ଦରକାର ବୋଲି ଥରୁର କହିଛନ୍ତି। ଥରୁର ଏହାକୁ ପରିପକ୍ୱ ଗଣତନ୍ତ୍ରର ପରିଚୟ ବୋଲି କହିଛନ୍ତି।