ରୁମ୍‌ରେ ବସି ଲାଇଭ୍ ଷ୍ଟ୍ରିମିଂ କରୁଥିଲେ, ବିଲ୍ଡିଂ ଉପରେ ପଡ଼ିଲା ମିସାଇଲ୍; ଭିଡିଓରେ ଭୟଙ୍କର ଦୃଶ୍ୟ

NEWS7
the-states-largest-covid-19-hospital-was-commissioned-on-record

ନୂଆଦିଲ୍ଲୀ: ଦୁବାଇରେ ଏବେ ଭୟର ବାତାବରଣ । ଚାରିଆଡ଼େ ବିପଦ ଏବଂ ଭୟ । ଲୋକେ ଘରୁ ବାହାରି ପାରୁନାହାନ୍ତି । ସବୁଠି ଶୁଭୁଛି ମିସାଇଲ୍ର ଗର୍ଜନ । ବିସ୍ଫୋରଣରେ ଉଡ଼ିଯାଉଛି ବଡ଼ ବଡ଼ କୋଠା । ଘର ଭିତରେ ଏବଂ ବାହାରେ ସବୁଠି ବିପଦ । ଇରାନ୍ ପକ୍ଷରୁ ହେଉଥିବା ମିସାଇଲ୍ ମାଡ଼ରେ ବେହାଲ ହୋଇପଡ଼ିଛି ଦୁବାଇ । ଭୟଙ୍କର ସ୍ଥିତିର ଭିଜୁଆଲ ମଧ୍ୟ ଛାତି ଥରାଇ ଦେଉଛି । ଏବେ ଆଉ ଏକ ଭିଡିଓ ଭାଇରାଲ୍ ହେଉଛି । ଏଥିରେ ଜଣେ ମହିଳା ଭିଡିଓ ଷ୍ଟ୍ରିମିଂରେ ଥିବା ବେଳେ ଘର ଉପରେ ମିସାଇଲ ପଡ଼ୁଛି । ନିମିଷକରେ ସବୁ କିଛି ଛାରଖାର ହୋଇଯାଉଥିବା ଦେଖିବାକୁ ମିଳିଛି । ଏଥିରେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି। ଦୁବାଇର ସୁରକ୍ଷିତ ଆବାସିକ ଅଞ୍ଚଳ ଏବଂ ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ ମଧ୍ୟରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ଶୟନ କକ୍ଷରେ ବସି ଲାଇଭ୍ ଷ୍ଟ୍ରିମିଂ କରୁଥିଲେ। ସେତେବେଳେ ଏକ ଇରାନୀ କ୍ଷେପଣାସ୍ତ୍ର ସେହି କୋଠାରେ ମାଡ଼ ହୋଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

ଦୁବାଇରୁ ଏଭଳି ଅନେକ ଭିଡିଓ ଏବେ ସାମ୍ନାକୁ ଆସୁଛି । ପ୍ରତିଶୋଧ ପରାୟଣ ହୋଇ ଇରାନ୍ ଏବେ ଆରବ ଦେଶଗୁଡ଼ିକରେ ମିସାଇଲ୍ ମାଡ଼ କରୁଛି । ଫଳସ୍ବରୂପ ବହୁ ନିରୀହ ଜୀବନ ଯାଉଛି । ଇରାନ୍ର ପ୍ରତିଜାବବ ତୀବ୍ର ହେଉଥିବା ବେଳେ ଏହା ଇସ୍ରାଏଲ, ଆମେରିକା ସମେତ ଗଲ୍ଫ ଦେଶମାନଙ୍କ ପାଇଁ ବିପଦ ବଢ଼ାଇଛି ।ଏପରିକି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଭିଡିଓରେ କହିଥିଲେ ଯେ, ସଂଘର୍ଷ ଶେଷ ହେବା ପୂର୍ବରୁ ଅଧିକ ଆମେରିକୀୟ ସୈନିକ ନିହତ ହେବେ।