ପାକିସ୍ତାନ ଉପରେ UN ଖପ୍ପା, ଦେଲା ଚେତାବନୀ : ମାନବାଧିକାର ହନନ ନେଇ ସରିଫଙ୍କୁ ଟାର୍ଗେଟ୍

NEWS7
the-pcc-president-will-nominate-three-candidates-for-the-pipili-by-election

ଲାହୋର, ୨୫/୧୨: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପାକିସ୍ତାନକୁ ଅପମାନ । କୌଣସି ଦେଶ ନୁହେଁ ବରଂ ଜାତିସଙ୍ଘ ଦେଲା ଟେତାବନୀ । ଆତଙ୍କୀ ଦେଶରେ ବଢୁଥିବା ଅରାଜକତା ମଧ୍ୟରେ ପାକ୍ ଉପରେ ୟୁଏନ ଖପ୍ପା । ଏପରିକି ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ମଧ୍ୟ ଚେତାବନୀ ଦେଇଛି ।

ପାକିସ୍ତାନରେ ଏବେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଗୋଟିଏ ପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବନ୍ଦୀ କରି ରଖିଛନ୍ତି ଶେହବାଜ ସରିଫ ସରକାର । ଅନ୍ୟ ଦିଗରେ ସେନାମୁଖ୍ୟ ଅସିମ୍ ମୁନୀରଙ୍କୁ ଅଧିକରୁ ଅଧିକ କ୍ଷମତା ମିଳିଲାଣି । ସେଠାରେ ମାନବାଧିକାର ହନନ ହେଉଛି । ସବୁଠାରୁ ବଡ କଥା ହେଲା ଯେ ଇମ୍ରାନଙ୍କ ପତ୍ନୀଙ୍କୁ ପୋଲିସ ପ୍ରଶାସନ ଅନେକ ମାମଲାରେ ଗିରଫ କରି ରଖିଛି । ସାଧାରଣ କାରଣରୁ ତାଙ୍କୁ ବନ୍ଦୀ ରଖାଯିବା ନେଇ ରାଗିଛି ଜାତିସଙ୍ଘ । ଏହା ମାନବାଧିକାର ଏବଂ ମାନବ ସମ୍ମାନର ଉଲ୍ଳଙ୍ଘନ ବୋଲି ଜାତିସଙ୍ଘର ବିଶେଷଜ୍ଞ କହିଛନ୍ତି ।

ୟୁଏନ ଅଧିକାରୀ ଆଲିସ୍ ଜିଲ୍ ଏଡଓ୍ୱାର୍ଡ କହିଛନ୍ତି ଯେ, ଇମ୍ରାନଙ୍କ ପତ୍ନୀ ବୁସ୍ରା ବିବିଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି । ଯାହା ତାଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭବା ପକାଇବ । ତାଙ୍କୁ ଯନ୍ତ୍ରଣା ଦିଆଯାଉଛି । ଏନେଇ ପାକିସ୍ତାନୀ ଅଧିକାରୀ ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି ।

ଆଲିସ୍ ଅଭିଯୋଗ କରିଛନ୍ତି ଯେ, ଯାହାକୁ ଅଟକ ରଖାଯାଉଛି ତାହାର ସମସ୍ତ ଅଧିକାରକୁ ଧ୍ୟାନ ଦେବା ଦରକାର । ମାନବାଧିକାର ହନନ ଯେପରି ନହୁଏ ସେନେଇ ସରକାର ଗୁରୁତ୍ୱ ଦେବା ଆବଶ୍ୟକ । ପାକ୍ ସରକାର ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସଠିକ ତଥ୍ୟ ଦେଉ ନାହାଁନ୍ତି । ଜେଲରେ ତାଙ୍କୁ ଅନେକ ଅଧିକାରରୁ ବଞ୍ଚିତ କରାଯାଉଛି । ସେହିପରି ବୁସ୍ରାଙ୍କୁ ଏକ ଛୋଟ କୋଠରୀରେ ରଖାଯାଇଛି । ଯାହା ରହିବାଯୋଗ୍ୟ ନୁହେଁ । ଏଠାରେ ଲଗାତାର ବିଦ୍ୟୁତ କାଟ୍ ହେଉଛି । ଅନେକ ସମୟ ସେ ଅନ୍ଧାରରେ ରହୁଛନ୍ତି । ଯାହା ଅନ୍ତର୍ଜାତୀୟ ମାନରୁ ଖୁବ୍ ଖରାପ । ପ୍ରାୟ ୨୨ ଘଣ୍ଟା ତାଙ୍କୁ କୋଠରୀରେ ବନ୍ଦ କରି ରଖାଯାଉଥିବା ଆଲିସ୍ ଅଭିଯୋଗ କରିଛନ୍ତି । ସମସ୍ତ ପ୍ରସଙ୍ଗ ଇସଲାମାବାଦକୁ ଜଣାଇ ଦିଆଯାଇଛି ବୋଲି ଜାତିସଙ୍ଘର ବିଶେଷଜ୍ଞ କହିଛନ୍ତି ।

ସୂଚନାଯୋଗ୍ୟ, ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳର ଏକ ଉପହାର ମାମଲାରେ ବୁସ୍ରା ବିବି ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ୧୪ ବର୍ଷ ପାଇଁ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେ ୭ ବର୍ଷ ଜେଲଦଣ୍ଡ ଭୋଗିସାରିଛନ୍ତି । ରବିବାର ଆଉ ଏକ କୋର୍ଟ ଉଭୟ ଇମ୍ରାନ ଏବଂ ବୁସ୍ରାଙ୍କୁ ଆହୁରି ୧୭ ବର୍ଷର କାରାଦଣ୍ଡ ଶୁଣାଇଥିଲେ । ଦୁର୍ନୀତି ମାମଲାରେ ଏହି ରାୟ ଶୁଣାଯାଇଛି ।