CAG Report : ଭୁଲ୍ ସୁଧାରିବାକୁ ସରକାରଙ୍କ ଇଚ୍ଛାଶକ୍ତି ଅଭାବ କହିଲେ ବିରୋଧୀ, ତର୍ଜମା ସହ ଆବଶ୍ୟକ ସ୍ଥଳେ ତଦନ୍ତ ହୋଇପାରେ କହିଲେ ମନ୍ତ୍ରୀ

NEWS7
the-minister-stopped-the-car-and-picked-up-the-glass-which-was-lying-on-the-road-and-the-video-went-viral

ଭୁବନେଶ୍ବର ୧୦।୧୨: ସିଏଜି ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ସିଏଜି ରିପୋର୍ଟ ଗୋଟେ ଚେତାବନୀ ଦେଇଛି । ବହୁତ କଥା ଇଙ୍ଗିତ କରିଛି । କିନ୍ତୁ ବର୍ତ୍ତମାନ ସରକାରଙ୍କ ପାଖରେ ସେ ସବୁରେ ପରିବର୍ତ୍ତନ ଆଣିବାରେ ଇଚ୍ଛା ନାହିଁ । ଯେଉଁଟା ଭୁଲ ହୋଇଛି ତାକୁ ସୁଧାରିବାରେ ଇଚ୍ଛା ବି ନାହଁ । ମୋତେ ଲାଗୁଛି ଇଏ ସରକାରଙ୍କର ଇଚ୍ଛାଶକ୍ତିର ଅଭାବ ରହିଛି ।

ସେପଟେ, CAG ରିପୋର୍ଟ ଅନୁସାରେ ୨୦୧୮ରୁ ୨୩ ଭିତରେ ୧୧,୦୦୦ କୋଟି ସ୍କୁଲ ଉନ୍ନତି ପାଇଁ ଟଙ୍କା ହେରଫେର ହୋଇଥିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ପୂର୍ବ ସରକାର ଏହାକୁ ଠିକ୍ ଭାବେ କାମ କରିନାହିଁ । ଏହି ଘଟଣାରେ ବିଭାଗ ଯାଞ୍ଚ କରିବେ । ତର୍ଜମା ସହିତ ଆବଶ୍ୟକ ସ୍ଥଳେ ତଦନ୍ତ ମଧ୍ୟ ହୋଇପାରେ ।