ଦକ୍ଷିଣ ଆଫ୍ରିକାର 'ଲକି' ଗ୍ରାଉଣ୍ଡ ବାରବାଟୀ, ଭାରତ ବିପକ୍ଷରେ ହାରିନି ଟି-୨୦ ମୁକାବିଲା

NEWS7
the-lawyer-who-was-fighting-the-case-against-kuldeep-seng-has-died

କଟକ, ୦୮/୧୨:ମଙ୍ଗଳବାର ବାରବାଟୀଫାଇଟ୍ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ଖେଳାଯିବ ପ୍ରଥମ ମୁକାବିଲା । ଦିନିକିଆ ସିରିଜ୍ ବିଜୟ ପରେ ଭାରତ ଏବେ ଟି୨୦ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ ।୫ ମ୍ୟାଚ୍ ବିଶିଷ୍ଟ ଟି୨୦ସରିଜର ପ୍ରଥମ ମୁକାବିଲାରେ ଭାରତ ବିଜୟୀ ହୋଇ ଖାତା ଖୋଲିବା ଲକ୍ଷ୍ୟରେପଡିଆକୁ ଓହ୍ଲାଇବ

କଟକର ବାରବାଟୀ ଷ୍ଟାଡିୟମରେ ତିନି ବର୍ଷ ପରେ ଅନ୍ତରାଷ୍ଟ୍ରୀୟ ଟି୨୦ମ୍ୟାଚ୍ ଖେଳାଯିବ । ଭାରତ୨୦୨୨ରେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାରବାଟୀରେ ଟି୨୦ମ୍ୟାଚ୍ ଖେଳିଥିଲା । କିନ୍ତୁ ୪ ଓ୍ୱିକଟେରେ ମାତ୍ ଖାଇଥିଲା ଟିମ୍ ଇଣ୍ଡିଆ । ଭରତ ଦୁଇ ଥର ଦକ୍ଷିଣ ଆଫ୍ରିକାଠୁ ଏଠାରେ ପରାସ୍ତ ହୋଇଛି । ପରାଜୟର ଏହି ଅଲୋଡା ରେକର୍ଡକୁ ଭାଙ୍ଗିବା ପାଇଁ ସୂର୍ଯ୍ୟସେନା ଷ୍ଟାଡିୟମକୁ ଓହ୍ଲାଇବ ।

କେମିତି ରହିବ ପିଚ୍

ଏଥର ବାରବାଟୀ ପିଚ୍ ଭିନ୍ନ ରହିବ। ପୂର୍ବରୁ ଏଠାରେ ଭଲ ବାଉନ୍ସ ଏବଂ ପେସ୍ ମିଳୁଥିଲା । ଯାହାର ଫାଇଦା ବ୍ୟାଟର ନେଉଥିଲେ । ପେସ୍ ଥିବାରୁ ବଡ ସଟ୍ ଖେଳିପାରୁଥିଲେ । ଏଥର କଳାମାଟିରେ ପିଚ୍ ତିଆରି ହେଉଥିବାରୁ ବଲ ସ୍ଲୋ ରହିବ ବୋଲି ଅନେକ କହୁଛନ୍ତି । ଫଳରେ ବଡ ସଟ୍ ମାରିବାରେ ବ୍ୟାଟର ବିଫଳ ହୋଇପାରନ୍ତି । ପିଚରେ ଆଭରେଜ ସ୍କୋର ହେଉଛି୧୬୦ରୁ୧୮୦। ଏହାର ବାଉଣ୍ଡରୀ ଲାଇନ୍ ୬୫ରୁ ୭୦ ମିଟର୍ ରହିଛି । ଯାହା ବଡ ହିଟରଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରେ ।

ସହଜ ହେବ ଚେଜିଂ

ଦେଶର ଅନେକ ଷ୍ଟାଡିୟମରେ ଭାରତୀୟ ଦଳ ଚେଜ୍ କରିବାକୁ ପସନ୍ଦ କରିଥାଏ । କଟକ ସମୁଦ୍ରଉପକୂଳରୁ୮୦-୯୦କିମିଦୂରରେ ରହିଛି । ତେଣୁ ଏଠାରେ କାକର ସମ୍ଭାବନା ବେଶି । ସନ୍ଧ୍ୟାରେ ମ୍ୟାଚ୍ ହେଉଥିବାରୁ ଦ୍ୱିତୀୟ ଇନିଂସରେ ବ୍ୟାଟସମ୍ୟାନ୍ ଭରପୁର ଫାଇଦା ନେଇପାରନ୍ତି । ତେବେ ପିଚ୍ ସ୍ଲୋ ଥିବାରୁ ଏହା ବୋଲରଙ୍କୁ ମଧ୍ୟ କିଛି ମାତ୍ରାରେ ସଫଳତା ଦେଇପାରେ ।

ପାଣିପାଗ ରିପୋର୍ଟ

କୁହାଯାଉଛି ଯେ. ଡିସେମ୍ବରତାରିଖରେ କଟକର ତାପମାତ୍ରା୧୨ରୁ୧୫ଡିଗ୍ରୀ ମଧ୍ୟରେ ରହିବ । ସନ୍ଧ୍ୟାରେ ମ୍ୟାଚ୍ ହେଉଥିବାରୁ ଶୀତ ହୋଇପାରେ । ତେବେ ପାଗ ସଫା ରହିବ । ବର୍ଷା ହେବାର ସମ୍ଭାବନା ମାତ୍ର୧୦ପ୍ରତିଶତ ରହିଛି । କିନ୍ତୁ ମଙ୍ଗଳବାର ପ୍ରବଳ କାକର ପଡିପାରେ । ଏହାସହ ପବନର ବେଗ ଘଣ୍ଟା ପ୍ରତିକିଲୋମିଟର ରହିବା ନେଇ ଅନୁମାନ କରାଯାଉଛି ।