ସତ୍ୟବିହାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି ହୋଟେଲ

NEWS7
the-koraput-corona-positive-returned-from-kolkatta-covid19

ଭୁବନେଶ୍ୱର ୧୨/୧୨: ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ହୋଟେଲ, ଧୂଆଁମୟ ହେଲା ଅଞ୍ଚଳ । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ । ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବ୍ୟାପିଲା ନିଆଁ । ନିଆଁ ଲିଭା କାର୍ଯ୍ୟ ଜାରି, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ହୋଟେଲ୍, ଧୂଆଁମୟ ପରିବେଶ। ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବ୍ୟାପିଲାଣି ନିଆଁ । ସେପଟେ ଭୟାବହ ଅଗ୍ନିକାଣ୍ଡ ପରେ କଟକ-ଭୁବନେଶ୍ୱର ରାସ୍ତାରେ ଯାତାୟତ ଠପ୍ ହୋଇଛି । ଲୋକେ ଏନ୍ଏଚ୍ ଉପରେ ଛିଡାହୋଇ ଅଗ୍ନିକାଣ୍ଡ ଦେଖିବାରେ ଲାଗିଛନ୍ତି ।