ମୁସଲିମ ଦେଶରେ ବିକ୍ରି ହେଉଛି ଭାରତୀୟ ଅଙ୍ଗ, ତାଜାକିସ୍ତାନରେ ଦୁଇ ଓଡ଼ିଆଙ୍କ ଠାରୁ ନେଇଗଲେ କିଡନୀ

NEWS7
the-hiden-case-will-be-integrated-within-three-months-and-surveillance-will-continue-until-august

ଭୁବନେଶ୍ୱର: ଅନ୍ତର୍ଜାତୀୟ କିଡନୀ ରାକେଟର ଖୋଳତାଡ଼ ବେଳେ ସାମନାକୁ ଆସିଛି ଓଡ଼ିଶାର ଲିଙ୍କ। ଚଳିତବର୍ଷ ଓଡ଼ିଶାରୁ ୨ଜଣ ବ୍ୟକ୍ତିଙ୍କୁ ତାଜିକିସ୍ତାନ ଚାଲାଣ କରାଯାଇଥିଲା। ସେଠାରେ ୨ଜଣଙ୍କ କିଡନୀକୁ ଧନୀକ ଶ୍ରେଣୀୟ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା। ଏହି ପ୍ରତ୍ୟାରୋପଣକୁ ନେଚାଞ୍ଚଲ୍ୟକର ତଥ୍ୟ ଦେଇଛି ଏନଆଇଏ।

ଗତବର୍ଷ ମେ' ୨୯ରେ କେରଳରେ ଏକ ଆନ୍ତର୍ଜାତୀୟ କିଡନୀ ଗ୍ୟାକେଟ୍ ରହସ୍ୟ ଉନ୍ମୋଚିତ ହୋଇଥିଲା । ସେଠାକାର କିଛି ଗରିବ ଲୋକଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଇରାନକୁ ନିଆଯାଉଥିଲା। ସେଠାକାର କିଛି ବଛା ବଛା ହସ୍ପିଟାଲରେ ସେମାନଙ୍କ ଶରୀରରୁ କିଡନୀ କାଢ଼ି ନିଆଯାଉଥିଲା। ଇରାନରେ ୨୦ ଦିନ ପାଇଁ ବିଶ୍ରାମ କରିବା ପରେ ପୀଡ଼ିତମାନେ ବିମାନ ଯୋଗେ ଭାରତକୁ ଫେରୁଥିଲେ। ଏହି ରାକେଟରେ ସମ୍ପୃକ୍ତ ଦଲାଲମାନେ ଗରିବ ଲୋକଙ୍କ କିଡନୀକୁ ଧନୀକ ଶ୍ରେଣୀୟ ରୋଗୀମାନଙ୍କୁ ବିକି କୋଟି କୋଟି ଟଙ୍କା କମାଉଥିଲେ। ମାମଲାରେ ନେତୁମ୍ବାସେରୀ ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଥିଲା।

ଏହି ରାକେଟରେ ବାହ୍ୟ ଦେଶର ସମ୍ପୃକ୍ତି ଥିବାରୁ ଏନଆଇଏ ଟିମ୍ ତଦନ୍ତଭାର ନେଇଥିଲା । ନଭେମ୍ବର ୭ ତାରିଖରେ କୋଚିରୁ ମଧୁ ଜୟକୁମାର ନାମକ କାର୍ପଟଦାରକୁ ଏନଆଇଏ କାବୁ କରିଥିଲା। ତାକୁ ପଚରାଉଚରା ବେଳେ ରାକେଟର ଚେର କେବଳ ଇରାନ ନୁହେଁ, ବରଂ ତାଜିକିସ୍ତାନକୁ ମଧ୍ୟ ଲମ୍ବିଥିବା ଜଣାପଡ଼ିଛି।

ଏନଆଇଏ ଟିମ୍ ଜେରା ବେଳେ ଜଣାପଡ଼ିଛି ଯେ ତା’ ରାକେଟରେ ଫସିଥିବା ୨୭ଜଣ ଭାରତୀୟଙ୍କ କିଡନୀ ପ୍ରତ୍ୟାରୋପଣ ଇରାନରେ କରାଯାଇଛି। ଏମିତିକି ୧୧ଜଣ ପୀଡ଼ିତ ନିଜ କିଡନୀ ହରାଇଛନ୍ତି। କେବଳ ସେତିକି ନୁହେଁ, ୨ଜଣ ଓଡ଼ିଆ ବ୍ୟକ୍ତି ମଧ୍ୟ ଏହି କିଡନୀ ରାକେଟରେ ଫସିଛନ୍ତି। ସେମାନଙ୍କୁ ତାଜିକିସ୍ତାନ ନିଆଯାଇ ସେଠାକାର ଏକ ହସ୍ପିଟାଲରେ କିଡନୀ କଢ଼ାଯାଇଛି।