ସାକ୍ଷୀ କେହି ନଥିଲେ, ଅଭିଯୁକ୍ତକୁ ଠାବ କରିବା ଚାଲେଞ୍ଜ ଥିଲା

NEWS7
the-forest-department-raided-and-seized-more-than-rs-40000-worth-of-timber

ଭଦ୍ରକ ୨୪।୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର । ସେ କହିଛନ୍ତି, ୧୦ ବର୍ଷର ନାବାଳିକାଙ୍କୁ ହତ୍ୟା କରାଯାଇଥିବା ବେଳେ ଠାବ କରାଯାଇଥିଲା । ଭଦ୍ରକ ଏସ୍ପି ଓ ସମ୍ପୂର୍ଣ୍ଣ ଟିମ୍ ତଦନ୍ତ ଦାୟିତ୍ଵ ନେଇଥିଲେ । ନାବାଳିକାଙ୍କ ବାପାଙ୍କ ଏତଲା ଆଧାରରେ ପୋକ୍ସୋ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତକୁ ଠାବ କରିବା ଚାଲେଞ୍ଜ ଥିଲା । ଲୋକେ ଉତ୍ତେଜିତ ଥିଲେ, ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିଛୁ ।

ଅଭିଯୁକ୍ତକୁ ଧରିବାକୁ ବହୁ ଟିମ୍ ଗଠନ ହୋଇଥିଲା । ସାକ୍ଷୀ କେହି ନଥିଲେ । ୧୨ ଘଣ୍ଟାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବଳିଷ୍ଠ ପ୍ରମାଣ ପାଇଁ ଡାକ୍ତରୀ ଟିମ୍ ଶବ ବ୍ୟବଚ୍ଛେଦ କରିବେ । ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି । ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତ ସଂପୃକ୍ତି ପ୍ରମାଣ ମିଳିଛି । ଅଧିକ ଲୋକଙ୍କ ସଂପୃକ୍ତିକୁ ନେଇ ତଦନ୍ତ ଚାଲିଛି । ଅଭିଯୁକ୍ତ ନିକଟରୁ ସମ୍ବେଦନଶୀଳ ସାମଗ୍ରୀ ପାଇଛୁ । ଅଭିଯୁକ୍ତ ଘଟଣା ସ୍ବୀକାର କରିଛି ବୋଲି ପିନାକ ମିଶ୍ର କହିଛନ୍ତି ।