କାବୁଲ ହସ୍ପିଟାଲରେ ପାକିସ୍ତାନର ଆକ୍ରମଣ, ଏୟାରଷ୍ଟ୍ରାଇକରେ ୪୦୦ ମୃତ : ବଦ୍‌ଲା ନେବ ତାଲିବାନ

NEWS7
the-country-has-developed-corona-vaccine-trial-on-monkeys-is-successful

କାବୁଲ, ୧୭ /୦୩: ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ହସ୍ପିଟାଲରେ ଆକ୍ରମଣ କଲା ପାକିସ୍ତାନ ।୪୦୦ରୁ ଅଧିକ ମୃତ । ଏପରି ଭୟଙ୍କର ଆକ୍ରମଣ ହୋଇଛି କାବୁଲରେ । ଯାହା ଆଫଗାନିସ୍ତାନ ମାଟିକୁ ରକ୍ତରେ ଭିଜାଇ ଦେଇଛି ।

ରିପୋର୍ଟ ଅନୁସାରେ, ସୋମବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ପାକ୍ ସେନା କାବୁଲରେ ଥିବା ଏକ ହସ୍ପିଟାଲରେ ବୋମାବର୍ଷା କରିଛି । ଏଥିରେ ୪୦୦ଜଣ ପ୍ରାଣ ହରାଇଥିବା ବେଳେ ୨୫୦ରୁ ଅଧିକ ଆହତ ଅଛନ୍ତି । ତେବେ ପାକିସ୍ତାନ ପକ୍ଷରୁ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ଆଫଗାନିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା ଶରାଫତ୍ ଜମାନ କହିଛନ୍ତି ଯେ, କାବୁଲର ଏକ ନିଶା ମୁକ୍ତି କେନ୍ଦ୍ର ରହିଛି । ଏଠାରେ ଏୟାରଷ୍ଟ୍ରାଇକ୍ କରାଯାଇଛି । ଅନେକ ନୀରିହ ଏଥିରେ ପ୍ରାଣ ହରାଇଛନ୍ତି ।

ଅନ୍ୟ ଦିଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମୁଖପାତ୍ର ମୋର୍ଶରଫ୍ ଜୈଦି କହିଛନ୍ତି ଯେ, ଏହା ପଛରେ ପାକିସ୍ତାନର ହାତ ନାହିଁ । ପାକିସ୍ତାନ କେବଳ ଆଫଗାନିସ୍ତାନର ସାମରିକ ବେସକୁ ଟାର୍ଗେଟ୍ କରିଛି । ସାଧାରଣ ଲୋକେ ରହୁଥିବା ସ୍ଥାନ ଉପରେ ଆକ୍ରମଣ ହୋଇନଥିବା ପାକିସ୍ତାନ ସଫେଇ ଦେଇଛି ।