ସାମ୍ନାକୁ ଆସିଲା ଭାଇରାଲ୍ ଭିଡ଼ିଓର ସତ, ଗୁରୁ ଏବଂ ଅଭିନେତ୍ରୀଙ୍କର ଏଇଥିପାଇଁ ହେଉଥିଲା ଝଗଡ଼ା

NEWS7
the-construction-of-the-chariot-of-the-great-lord-continues

ସୋର ୧୦।୧୨: ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ଗୁରୁଙ୍କ ମୃତ୍ୟୁ ପାଇଁ ଜଣେ ଅଭିନେତ୍ରୀଙ୍କୁ ତାଙ୍କ ପତ୍ନୀ ଦାୟୀ କରୁଛନ୍ତି । ଏତିକି ବେଳେ ଭାଇରାଲ୍ ହେଉଥିବା ଗୁରୁ ଏବଂ ଜଣେ ଅଭିନେତ୍ରୀଙ୍କ ଝଗଡ଼ା ବେଳର ଭିଡିଓର ସତ ଏବେ ସାମ୍ନାକୁ ଆସିଛି । ଭାଇରାଲ୍ ଭିଡିଓରେ ଥିବା ଉକ୍ତ ଯୁବକ ମାନେ ମୁହଁ ଖୋଲିଛନ୍ତି ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଅଞ୍ଚଳର ପ୍ରମୋଦ ଗୋଛାୟତ ରାସ୍ତା ପାଖରେ ଗାଡି ରଖି ମେଡ଼ିସିନ ଆଣୁଥିଲେ । ସେହି ସମୟରେ ଗୁରୁ ପୃଷ୍ଟି ଜଣେ ମହିଳାଙ୍କୁ ଗାଡ଼ିରେ ନେଇ ଯାଉଥିବା ବେଳେ ରାସ୍ତାରେ ଗାଡିଥିବାର ଦେଖି ଗାଳି ରୁଲଜ କରିଥିଲେ । ପ୍ରମୋଦ ଗୋଛାୟତ ଏବଂ ତାଙ୍କର ସହଯୋଗୀ ମାନେ ତାଙ୍କୁ ପିଛା କରିଥିଲେ । ଗୁରୁ ପୃଷ୍ଟି ଓ ଉକ୍ତ ଅଭିନେତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ଏହି ଯୁବକ ମାନେ ସେଠାକୁ ଯାଇଥିଲେ । କାହିଁକି ଗାଳି ଗୁଳଜ କରୁଥିଲ ବୋଲି ଉଭୟଙ୍କୁ ପଚାରିଥିଲେ । ଫଳରେ ଗୁରୁଙ୍କ ସହ ସ୍ଥାନୀୟ ଯୁବକ ମାନଙ୍କର କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା । ପରେ ଯୁବକ ମାନେ ସେଠାରୁ ପଳାଇ ଆସିଥିବା ସୂଚନା ଦେଇଛନ୍ତି ।

ତେବେ ତାଙ୍କ ଭିଡ଼ିଓ ଭାଇରାଲ ହେଉଥିବା କାରଣରୁ ତାଙ୍କର ଏଥିରେ କୌଣସି ସଂପୃକ୍ତି ନାହିଁ ବୋଲି ପ୍ରତିକ୍ରିୟାରେ ସେମାନେ ସ୍ପଷ୍ଟ କରିଛନ୍ତି ।