ବିଜେଡିରେ ଦଳ ଏକ, ନେତା ଏକ, ନେତୃତ୍ଵ ଏକ : ନବୀନ ପଟ୍ଟନାୟକ ଆମ ପାଇଁ ସବୁ

NEWS7
the-bear-comes-to-the-temple-and-eats-the-offerings-from-the-devotees-in-nuapada

ଭୁବନେଶ୍ବର ୧।୧: ବିଜେଡିରେ ଦଳ ଏକ, ନେତା ଏକ, ନେତୃତ୍ଵ ଏକ । ବିଜେଡି, ନବୀନ ପଟ୍ଟନାୟକ ଆମ ପାଇଁ ସବୁ । ଦଳରେ ସବୁ କିଛି ଠିକ୍ ଚାଲିଛି । କୌଣସି ବିବାଦ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଅଶୋକ ପଣ୍ଡା ।

ଦଳର ଉତ୍ତରାଧିକାରୀ କିଏ ହେବ ପ୍ରଶ୍ନରେ ଉତ୍ତର ରଖି ଅଶୋକ ପଣ୍ଡା କହିଛନ୍ତି, ନବୀନ ପଟ୍ଟନାୟକ ହିଁ ସବୁ କିଛି । ଯେବେ ଯାଏଁ ନବୀନ ଅଛନ୍ତି ସେ ଯାଏ ଅନ୍ୟ କଥା ଆଲୋଚନା କାହିଁକି ? କିଏ ଉତ୍ତରାଧିକାରୀ ହେବେ ବା ନ ହେବେ ସେ କଥା ନବୀନ କହିବେ । ନବୀନ ପଟ୍ଟନାୟକ ଆଗରୁ ବି ଏଇଠି କହିଛନ୍ତି ତାଙ୍କ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ ବୋଲି ।