LIVE TV

ମୂଲ୍ୟରେ ବଡ଼ ଧରଣର ପରିବର୍ତ୍ତନ, ୧୨ ହଜାର ଟଙ୍କା ଖସିଲା ସୁନା, କେତେ କମିଲା ରୂପା ?

NEWS7
the-ambulance-lost-its-balance-and-fell-down-the-road-and-hung-on-a-bridge-wall

ନୂଆଦିଲ୍ଲୀ ୨୯/୧୦: ଗତ କିଛି ଦିନ ଧରି ସୁନା ମୂଲ୍ୟରେ ଅହେତୁକ ହ୍ରାସ ଘଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଏହାର ସର୍ବକାଳୀନ ଶୀର୍ଷରୁ ୧୨ ହଜାର ଟଙ୍କାରୁ ଅଧିକ ହ୍ରାସ ପାଇଛି । ହଳଦିଆ ଧାତୁରେ ୯.୬% ସଂଶୋଧନ ହୋଇଛି । ଯାହା ୧୦ ଗ୍ରାମ ପ୍ରତି ୧,୩୨,୨୯୪ ଟଙ୍କାରୁ ବର୍ତ୍ତମାନର ସ୍ତର ପ୍ରାୟ ୧,୧୯,୬୦୫ ଟଙ୍କାକୁ ହ୍ରାସ ପାଇଛି । 

ସେପଟେ ନିବେଶକମାନେ ବଡ ଧରଣର ହ୍ରାସକୁ ନେଇ ଚିନ୍ତିତ । ଆଉ କହିଛନ୍ତି ଏତେ ପରିମାଣର ହ୍ରାସ ନିବେଶ ପାଇଁ ସୁଯୋଗ ପ୍ରଦାନ କରୁଛି । ବଜାରର ଉତଥାନ ପତ୍ତନ ସ୍ଥିତି ନେଇ ଅନିଶ୍ଚିତତା ଲାଗି ରହିଛି । ଆମେରିକା ଓ ଚୀନ୍ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିର ସମ୍ଭାବନା ସୁନାର ଆକର୍ଷଣକୁ ହ୍ରାସ କରିଛି । ଯାହାକୁ ନିବେଶକମାନେ ସାଧାରଣତଃ ଅନିଶ୍ଚିତତା ସମୟରେ ପସନ୍ଦ କରନ୍ତି ।

ଅଗମୋଣ୍ଟର ଗବେଷଣା ମୁଖ୍ୟ ରେନିଶା ଚୈନାନି କହିଛନ୍ତି, "ଆମେରିକା-ଚୀନ୍ ବାଣିଜ୍ୟ ଉତ୍ତେଜନା ହ୍ରାସ ପାଇବାର ସୂଚନା ସହିତ ସୁନାର ଆକର୍ଷଣ କିଛିଟା ହ୍ରାସ ପାଇଥିବାରୁ ସୁନା ମୂଲ୍ୟ $୪୦୦୦ ଏବଂ ରୂପା $୪୭ ତଳକୁ ଖସିଯାଇଛି । ନିବେଶକମାନେ ଏହି ସପ୍ତାହର ଫେଡେରାଲ୍ ରିଜର୍ଭ ସୁଧ ହାର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

ଚୈନାନିଙ୍କ କହିବା ଅନୁଯାୟୀ, ଚୀନ- ଆମେରିକୀୟ ଅର୍ଥନୈତିକ ଅଧିକାରୀମାନେ ରବିବାର ଏକ ବାଣିଜ୍ୟ ଚୁକ୍ତିର ସର୍ତ୍ତାବଳୀ ଉପରେ କାର୍ଯ୍ୟ କରିଥିଲେ । ଯାହା ଏହି ସପ୍ତାହର ଶେଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ଦ୍ୱାରା ନିଷ୍ପତ୍ତି ନିଆଯିବ। ଏହା ବ୍ୟତୀତ, ନିବେଶକମାନେ ଫେଡେରାଲ୍ ରିଜର୍ଭ ସୁଧ ହାର ଘୋଷଣା ଉପରେ କଡ଼ା ନଜର ରଖିଛନ୍ତି। 

ମଙ୍ଗଳବାର ଦିନ MCX ଡିସେମ୍ବର ସୁନା ଫ୍ୟୁଚର୍ସ ୧.୦୮% ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧,୧୯,୬୪୬ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ବି କିଛି ସମୟ ପାଇଁ ୧,୧୮,୪୫୦ ଟଙ୍କା ଛୁଇଁଥିଲା। ପୃଥ୍ୱୀ ଫିନମାର୍ଟ କମୋଡିଟି ରିସର୍ଚ୍ଚର ମନୋଜ କୁମାର ଜୈନଙ୍କ ଅନୁଯାୟୀ, ସାମ୍ପ୍ରତିକ ମୂଲ୍ୟ ପରୀକ୍ଷା ସତ୍ତ୍ୱେ ପ୍ରମୁଖ ବୈଷୟିକ ସହାୟତା ସ୍ତର ଅକ୍ଷୁର୍ଣ୍ଣ ରହିଛି। ବୁଧବାର ରାତିରେ ଆମେରିକା ଫେଡ୍ ର ସୁଧ ହାର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।