ବଡ଼ ଭାଇ ଦେଲା ସୁପାରୀ, ୬୦ ହଜାର ଟଙ୍କା ପାଇଁ ବ୍ରିଜ୍‌ରୁ ଠେଲିଦେଲା ସାଙ୍ଗ

NEWS7
terrorists-attack-on-bsf-party-in-jammu-and-kashmir

ବଲାଙ୍ଗିର ୧୭।୧: କ୍ଷୀର ଯଦି ଖାଇ ବସିବ, ଘରେ ଥିବ ଗାଈ । ଯୁଦ୍ଧ ଯଦି କରି ବସିବ, ସଙ୍ଗେ ଥିବ ଭାଇ ଭାଇ ସାଙ୍ଗରେ ଥିଲେ ଦୁନିଆରେ କାହାକୁ ବି ଡର ନଥାଏ । କିଛିବିପଦ ଆସିଲେ ଭାଇ ଢ଼ାଲ ହୋଇ ଆଗରେ ଠିଆ ହୋଇଥାଏ । ଭାଇ ପାଇଁ ଭାଇ ଜୀବନ ଦେବାକୁ ବି ପଛାଇ ନଥାଏ । କିନ୍ତୁ ଏଠି ଘଟିଛି କିଛି ଅଲଗା । ଖୋଦ୍ ବଡ଼ ଭାଇ ନିଜ ସାନ ଭାଇକୁ ସୁପାରୀ ଦେଇ ହତ୍ୟା କରାଇଛି । ସିଏ ପୁଣି ଭାଇର ସାଙ୍ଗକୁ ସୁପାରୀ ଦେଇ । ଯେଉଁ ସାଙ୍ଗକୁ ବିଶ୍ବାସ କରୁଥିଲେ ଘନିଷ୍ଠ ବୋଲି ଭାବୁଥିଲେ ସେଇ ସାଙ୍ଗ ତାଙ୍କୁ ପଛପଟୁ ଛୁରୀ ମାରିଛି । ମାତ୍ର କିଛି ଟଙ୍କା ପାଇଁ ସାଙ୍ଗକୁ ବ୍ରିଜ ଉପରୁ ଠେଲି ହତ୍ୟା କରିଛି ସାଙ୍ଗ । ଆଉ ଯେଉଁ ବଡ଼ ଭାଇ ନିଜେ ଅଭିଯୋଗ କରିଥିଲେ ସିଏ ନିଜେ ହତ୍ୟାକାରୀ ବୋଲି ଜଣାପଡିଲା । ଗତ ୨ ତାରିଖରେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଦେଓଲଗୁଡି ଗାଁରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ବଡ଼ ଭାଇ ସମେତ ୮ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗିର ତୁଷୁରା ପୋଲିସ ପାଟ୍ରେ।ଲିଂ କରୁଥିବା ବେଳେ ତେଲ ନଦୀ ବ୍ରିଜ୍ ଉପରେ ଏକ ବାଇକ୍ ରଖାଯାଇଥିବା ଦେଖିବାକୁ ପାଇଥିଲା । ପରେ ନଦୀ ଭିତରକୁ ଦେଖିବା ପରେ ନଦୀପଠାରେ ଜଣକ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ମୃତ ଯୁବକ ଜଣକ ଦେଓଲଗୁଡି ଗାଁରନଟରାଜ ଥନାପତି ବୋଲି ଜଣାପଡିଥିଲା ।

ଆସନ୍ତା ଫେବୃଆରୀ ମାସ ୫ ତାରିଖରେ ନଟରାଜଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟା ଆରମ୍ଭ ହୋଇଯାଇଥିଲା । ବିବାହ ପାଇଁ ସବୁ ପ୍ରସ୍ତୁତି ମଧ୍ୟ ଚାଲିଥିଲା । ଏହି ସମୟରେ ନଟରାଜଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲା । ପରିବାର ଲୋକ ମଧ୍ୟ ହତ୍ୟା ଅଭିଯୋଗ ଆଣିଥିଲେ । ପୋଲିସ ତଦନ୍ତ କରି ଏହି ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ଉଠାଇଛି । ନଟରାଜଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିବା ଅଭିଯୋଗରେ ମାଷ୍ଟରମାଇଣ୍ଡ ବଡ଼ ଭାଇ ସମେତ ୮ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ସାନ ଭାଇକୁ ହତ୍ୟା ପାଇଁ ବଡ଼ ଭାଇ ମୃତକଙ୍କ ସାଙ୍ଗକୁ ୬୦ ହଜାର ଟଙ୍କା ସୁପାରୀ ଦେଇଥିଲେ ।