ଜମାତ-ଏ-ଇସଲାମିର ଘୋଷଣାପତ୍ର, ଭାରତ ଓ ହିନ୍ଦୁ ଭୋଟରଙ୍କ ବିଷୟରେ କଣ ରହିଛି ଉଲ୍ଲେଖ?

NEWS7
terms-and-condition-to-be-followed-before-and-after-making-tattoo

ନୂଆଦିଲ୍ଲୀ ୦୫/୦୨: ବାଂଲାଦେଶର ମୌଳବାଦୀ ରାଜନୈତିକ ଦଳ ଜମାତ-ଏ-ଇସଲାମୀ । ୨୦୨୬ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ କରିଛି ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି। ଇସ୍ତାହାରରେ, ପାର୍ଟି ପଡ଼ୋଶୀ ଦେଶଗୁଡ଼ିକ ସହିତ ସୌହାଦ୍ୟମୂଳକ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛି । ଆହୁରି ମଧ୍ୟ ବାଂଲାଦେଶର ସଂଖ୍ୟାଲଘୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବି ଦେଇଛି ଅନେକ ପ୍ରତିଶ୍ରୁତି । ବିଶେଷକରି ସରକାରରେ ହିନ୍ଦୁ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ ଦେବା। ଭାରତ ସହିତ ସମ୍ପର୍କ ଉନ୍ନତ କରିବା ମୂଳ ଲକ୍ଷ୍ୟ ।

ଜମାତ-ଏ-ଇସଲାମି ପଡ଼ୋଶୀ ଦେଶଗୁଡ଼ିକ ସହିତ ସମ୍ପର୍କ ଭଲ କରିବାକୁ ପ୍ରତିଶ୍ରୁତି ଦେଇଛି । ପାର୍ଟି ପଡ଼ୋଶୀ ଓ ପଡ଼ୋଶୀ ଦେଶ ଯେପରିକି ଭାରତ, ଭୁଟାନ, ନେପାଳ, ମିଆଁମାର, ଶ୍ରୀଲଙ୍କା, ମାଳଦ୍ୱୀପ ଓ ଥାଇଲ୍ୟାଣ୍ଡ ସହିତ ପାରସ୍ପରିକ ସମ୍ମାନ-ନିରପେକ୍ଷତା ଉପରେ ଆଧାରିତ ଶାନ୍ତିପୂର୍ଣ୍ଣ, ବନ୍ଧୁତ୍ୱପୂର୍ଣ୍ଣ-ସହଯୋଗପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛି। ଜମାତ-ଏ-ଇସଲାମି କହିଛି ଯେ ବିଶ୍ୱର ସମସ୍ତ ମୁସଲିମ ଦେଶ ସହିତ ସମ୍ପର୍କ ସୁଦୃଢ଼ କରିବା ଏହାର ବୈଦେଶିକ ନୀତିର ଏକ ପ୍ରମୁଖ ପ୍ରାଥମିକତା ହେବ।

 

ଜମାତ-ଏ-ଇସଲାମି ମୁଖ୍ୟ ଡକ୍ଟର ଶଫିକୁର ରହମାନଙ୍କ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଜାରି କରିଛି ଇସ୍ତାହାର । ଇସ୍ତାହାରରେ ଆହୁରି ପ୍ରତିଶ୍ରୁତି ଦେଇଛି ଯେ ଯଦି ସରକାର ଗଠନ ହୁଏ ତେବେ ଯୋଗ୍ୟ ଓ ପ୍ରତିଶ୍ରୁତିବଦ୍ଧ ଯୁବତୀଙ୍କୁ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ପଦବୀ ଦେବ । ପୂର୍ବରୁ, ଡକ୍ଟର ରହମାନଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ କର୍ମଜୀବୀ ମହିଳାଙ୍କୁ ବେଶ୍ୟାବୃତ୍ତି ସହିତ ତୁଳନା କରିଥିଲେ । ପରେ ନୈତିକ ଭାବରେ ଭୁଲ ବୋଲି ବର୍ଣ୍ଣନା ବି କରିଥିଲେ । ତଥାପି, ଜମାତ-ଏ-ଇସଲାମି ଦାବି କରିଥିଲା ଯେ ଆମର ଆକାଉଣ୍ଟ ହ୍ୟାକ୍ ହୋଇଛି । ପୋଲିସ ନିକଟରେ ମାମଲା ଦାୟର ହୋଇଛି ।

ପାର୍ଟି ଦଳ କହିଛି ଯେ କ୍ୟାବିନେଟ ଦେଶର ବିବିଧତାକୁ ପ୍ରତିଫଳିତ କରିବ । ଧାର୍ମିକ ଓ ଜାତିଗତ ସମ୍ପ୍ରଦାୟ ଏବଂ ଐତିହାସିକ ଭାବରେ ଉପେକ୍ଷିତ ଗୋଷ୍ଠୀର ପ୍ରତିନିଧିତ୍ୱ ସୁନିଶ୍ଚିତ କରିବ।୨୦୨୬ ନିର୍ବାଚନ ପାଇଁ ପ୍ରକାଶିତ ଇସ୍ତାହାରରେ, ଜମାତ-ଏ-ଇସଲାମି ଶାସନ ସଂସ୍କାର, ଆର୍ଥିକ ପୁନରୁଦ୍ଧାର, ସାମାଜିକ ନ୍ୟାୟ ଏବଂ ଯୁବ-ନେତୃତ୍ୱାଧୀନ ବିକାଶ ମାଧ୍ୟମରେ ଦେଶକୁ ପୁନଃନିର୍ମାଣ କରିବାକୁ ଦାବି କରିଛି ।

ଭେଦଭାବମୁକ୍ତ, ଶକ୍ତିଶାଳୀ ତଥା ମାନବିକ ବାଂଲାଦେଶ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତି କରାଯାଇଛି । ଇସ୍ତାହାରରେ ଜୁଲାଇ ବିପ୍ଳବକୁ ଉଲ୍ଲେଖ କରାଯାଇଛି । ଆହୁରି ବି ସଚ୍ଚୋଟତା, ଏକତା, ଦକ୍ଷତା, ନିଯୁକ୍ତି ଏବଂ ନ୍ୟାୟ ଉପରେ ଗୁରୁତ୍ୱ ଦିଆଯାଇଛି। ଇସ୍ତାହାରର କେନ୍ଦ୍ରବିନ୍ଦୁ ହେଉଛି ମୌଳିକ ଶାସନ ସଂସ୍କାର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ପୁନରୁଦ୍ଧାରର ପ୍ରତିଶ୍ରୁତି।

also read..

ଏପଷ୍ଟିନ ଫାଇଲ୍ସରେ ନାଁ ଆସିବା ପରେ ନୀରବତା ଭାଙ୍ଗିଲେ ବିଲ୍ ଗେଟ୍ସ, କହିଲେ କଣ କଲି ମୁଁ...