LIVE TV

ଦେଶର ୧୨ଟି ରାଜ୍ୟରେ ଆରମ୍ଭ ହେବ SIRର ଦ୍ୱିତୀୟ ଫେଜ୍‌ : ନିର୍ବାଚନ କମିଶନଙ୍କର ବଡ଼ ଘୋଷଣା

NEWS7
tension-in-digha-udaipur-after-balasore-admin-pulls-down-plaque-put-up-by-west-bengal

ନୂଆଦିଲ୍ଲୀ –ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବ୍ୟାପୀ SIR ଘୋଷଣା କରିଛନ୍ତି। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ୧୨ଟି ରାଜ୍ୟରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯାଉଛି। ଏହି ପର୍ଯ୍ୟାୟରେ ଭୋଟ ତାଲିକାର ଅପଡେସନ , ନୂଆ ଭୋଟରଙ୍କ ନାମ ଯୋଡ଼ିବା ଓ ତ୍ରୁଟି ଗୁଡ଼ିକୁ ସୁଧାରିବା କାମ କରାଯିବ।

ଦିଲ୍ଲୀରେ ପ୍ରେସ୍‌ କନଫରେନ୍ସକୁ ସମ୍ୱୋଧିତ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ,ଆଜି ଆମେ ଏଠାରେ ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ (ଏସଆଇଆର)ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭର ଘୋଷଣା ପାଇଁ ଉପସ୍ଥିତ ଅଛୁ। ମୁଁ ବିହାରର ଭୋଟରଙ୍କୁ ଶୁଭକାମନା ଦେଉଛି ଏବଂ ତାଙ୍କ ଉପରେ ୭.୫ କୋଟି ଭୋଟଙ୍କୁ ପ୍ରଣାମ କରୁଛି , ଯେଉଁମାନେ ଏହି ପ୍ରକ୍ରିୟାରେ ସକ୍ରିୟ ରୂପେ ଅଂଶଗ୍ରହଣ କରି ଏହାକୁ ସଫଳ କରାଇଛନ୍ତି।

ସେ ଆହୁରି କହିଛନ୍ତି , ଆୟୋଗ ଦେଶର ସବୁ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ପ୍ରକ୍ରିୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଏବେସୁଦ୍ଧା ଦେଶରେ ୧୯୫୧ରୁ ୨୦୦୪ମଧ୍ୟରେ ଆଠ ଥର ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ (ଏସଆଇଆର)ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ୱାନେଶ କୁମାର କହିଛନ୍ତି ରାଜନୀତିକ ଦଳମାନେ ଅନେକ ଅବସରରେ ଭୋଟର ତାଲିକାର ଗୁଣବତ୍ତାର ପ୍ରସଙ୍ଗ ଉଠାଇଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ୱାନେଶ କୁମାର କହିଛନ୍ତି ଯେ , ଏହି ପର୍ଯ୍ୟାୟରେ ଯେଉଁ ରାଜ୍ୟ ଗୁଡ଼ିକରେ ଏସଆଇଆର ହେବ , ସେଠାରେ ଭୋଟର ତାଲିକା ଆଜି ( ସୋମବାର) ରାତିରେ ଫ୍ରିଜ୍‌ କରିଦିଆ ଯିବ।