ଝାରପଡ଼ା ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦମ୍ପତିଙ୍କ ସମେତ ୪ ଆହତ

NEWS7
tension-erupts-during-remuna-mahotsav-in-balasore

ଭୁବନେଶ୍ବର ୧୩।୨: ଭୁବନେଶ୍ଵର ଝାରପଡ଼ା ସ୍ଥିତ ନୀଳପଦ୍ମା ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ଆପାର୍ଟମେଣ୍ଟରେ ନିଆଁ ଲାଗିବା ଯୋଗୁଁ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏସସି ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନୀଳପଦ୍ମା ଆପାର୍ଟମେଣ୍ଟର ୨୦୩ ନମ୍ବର ଘରେ ରହୁଥିଲେ ଦେବୀ ପାଢ଼ୀ ଓ ତାଙ୍କ ପତ୍ନୀ । ତେବେ ସେହି ଘରୁ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହା ଦେଖି ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ଆୟତ କରିଛି । ଦେବୀ ପାଢ଼ୀ ଏବଂ ତାଙ୍କ ପତ୍ନୀଙ୍କ ସହ ସିକ୍ୟୁରିଟି ଗାର୍ଡ ଆହତ ହେବା ଯୋଗୁଁ ସେମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଏ ନେଇ ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏଫଓ ସତ୍ୟଜିତ ଦାସ ସୂଚନା ଦେଇଛନ୍ତି ।