ଯୁବପିଢିଙ୍କୁ ଲୋଭନୀୟ ଅଫର ! ସର୍ବସ୍ୱାନ୍ତ କରିଦେଲା ରାତାରାତି ଧନୀ ହେବାର ସ୍ୱପ୍ନ

NEWS7
tension-after-man-dead-in-accident-in-deogarh

ବାଲିପାଟଣା: ଯୁବପିଢିଙ୍କୁ ଲୋଭନୀୟ ଅଫର ! ସର୍ବସ୍ୱାନ୍ତ କରିଦେଲା ରାତାରାତି ଧନୀ ହେବାର ସ୍ୱପ୍ନ। ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଲା। ୧୨୦ କୋଟି ଠକେଇ ଅଭିଯୋଗରେ ପଶ୍ଚିମବଙ୍ଗର ଠକ ଅମିତ ମଣ୍ଡଳକୁ ଗିରଫ କରିଛି EOW। "କଳ୍ପନା ଫାଇନାନ୍ସ" ନାମରେ ଏକ ସଂସ୍ଥା କରି ବାଲିପାଟଣାର ଅନେକ ଯୁବକଙ୍କୁ ଠକିଛି ଅମିତ। ବାଲିପାଟଣା ମୁଣ୍ଡହଣାପାଟଣା ଗ୍ରାମର ଯୁବକ ସୁଶାନ୍ତ ଦାସ ଏହି ଠକର ଜାଲରେ ଫସି ୧୦ ଲକ୍ଷ ଟଙ୍କା ହରାଇଛନ୍ତି ।

ବାଲିପାଟଣା ଥାନା କୁରୁଞ୍ଜିପୁର ଗ୍ରାମର ଜଣେ ଯୁବକ ଏହି ଠକ ସଂସ୍ଥା ସହ ସଂପୃକ୍ତ ଅଛି । କୁରୁଞ୍ଜିପୁରର ଉକ୍ତ ଯୁବକ ସୁଶାନ୍ତଙ୍କୁ ପ୍ରବର୍ତ୍ତାଇଥିଲେ। ପ୍ରତି ମାସରେ ଅଧିକ ସୁଧର ଲୋଭ ଦେଖାଇ ୧୦ ଲକ୍ଷ ଟଙ୍କା କଳ୍ପନା ଫାଇନାନ୍ସରେ ଜମା କରାଇଥିଲେ। ପରବର୍ତ୍ତୀ ସମୟରେ ଠକାମିର ଶିକାର ହୋଇଥିବା ଜାଣିବା ପରେ ସୁଶାନ୍ତ ଇଓଡବ୍ଲୁରେ ଲିଖିତ ଅଭିଯୋଗ କରିଥିଲେ।

Eowର ଅଧିକାରୀମାନେ ପଶ୍ଚିମବଙ୍ଗରୁ ଅମିତ ମଣ୍ଡଳକୁ ଗିରଫ କରିଛନ୍ତି। ଯୁବପିଢିଙ୍କୁ ଲୋଭନୀୟ ଅଫର ଦେଖାଇ ଫସାଇ ଦିଆଯାଉଛି। ଏସବୁ ପ୍ରତି ସତର୍କ ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ।