ତାତିରେ ଲାଗୁନି ବ୍ରେକ୍‌, ସକାଳ ୮ଟା ୩୦ ସୁଦ୍ଧା ୩୮ ଡିଗ୍ରୀ ପାର୍‌ ତାଳଚେର

Published By : Prameya-News7 Bureau | May 01, 2024 IST

ଭୁବନେଶ୍ୱର ୦୧।୦୫ : ତାତିରେ ଲାଗୁନି ବ୍ରେକ୍‌ । ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ବର୍ଷୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି ।  ତାଲଚେରରେ ରେକର୍ଡ ହୋଇଛି ସର୍ବାଧିକ ତାପମାତ୍ରା ।

ସକାଳ ୮ଟା ୩୦ ସୁଦ୍ଧା  ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ, ତାଳଚେର ୩୮.୪ ଡିଗ୍ରୀ, ଭବାନୀପାଟଣାରେ  ୩୭.୪ ଡିଗ୍ରୀ,  ବାରିପଦା  ୩୬.୪ ଡିଗ୍ରୀ, ବଲାଙ୍ଗୀରରେ ୩୬.୨ ଡିଗ୍ରୀ, ଟିଟିଲାଗଡ଼ରେ ୩୬ ଡିଗ୍ରୀ, ବାଲେଶ୍ୱରରେ ୩୬ ଡିଗ୍ରୀ, ହୀରାକୁଦରେ ୩୫.୬ ଡିଗ୍ରୀ, ଝାରସୁଗୁଡ଼ାରେ ୩୫.୪ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, କଟକରେ ୩୫ ଡିଗ୍ରୀ, ସମ୍ବଲପୁରରେ ୩୫ ଡିଗ୍ରୀ, ମାଲକାନଗିରିରେ ୩୫ ଡିଗ୍ରୀ, ବୌଦ୍ଧରେ ୩୫ ଡିଗ୍ରୀ, ସୋନପୁରରେ ୩୪.୮ ଡିଗ୍ରୀ, ଭୁବନେଶ୍ୱରରେ ୩୪.୮ ଡିଗ୍ରୀ, ରାଉରକେଲାରେ ୩୪.୬ ଡିଗ୍ରୀ ରହିଛି । 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.