ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

Published By : Prameya-News7 Bureau | May 19, 2024 IST

ଭୁବନେଶ୍ଵର ୧୯।୦୫ : ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମାଳଦ୍ଵୀପ ଏବଂ କୋମରିନ୍‌ ଅଞ୍ଚଳର କିଛି ଅଂଶ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ମୌସୁମୀ ବାୟୁ ଅଗ୍ରସର ହୋଇଛି। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତ ବର୍ଷ ମଧ୍ୟ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ଭାବେ ଅଗ୍ରସର ହୋଇଥିଲା।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.